ଭଦ୍ରକ, ୨୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଭଦ୍ରକ ବ୍ଲକସ୍ଥିତ ଆନନ୍ଦ ବଜାର ଉଚ୍ଚ ବିଦ୍ୟାଳୟରେ ଅନ୍ତର୍ଜାତୀୟ ଯୁବ ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ବିଚାରପତି ପୂଣ୍ୟଶ୍ଲୋକ ରଥ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଛାତ୍ର ଓ ଯୁବଶକ୍ତି ରାଷ୍ଟ୍ରର ଶ୍ରେଷ୍ଠ ଶକ୍ତି ହୋଇଥିବାରୁ ସାମର୍ଥ୍ୟର ସୁବିନିଯୋଗ କରି ସମୃଦ୍ଧ ଭାରତ ନିର୍ମାଣରେ ସହଭାଗିତା ରଖିବା ପାଇଁ ବକ୍ତବ୍ୟରେ ମତବ୍ୟକ୍ତ କରିଥିଲେ।ଆନନ୍ଦ ବଜାର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳଙ୍କ ପୋ?ରହିତ୍ୟରେ ଆୟୋଜିତ ସଭାରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅନିରୁଦ୍ଧ ମୁଦୁଲି ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ସୁବ୍ରତ କୁମାର ବିଶ୍ୱାଳ ଜିଲ୍ଲା ଶିଶୁ ସୁରକ୍ଷା ସମିତିର ସ୍ୱେଚ୍ଛାସେବୀ ସୁବ୍ରତ କୁମାର ଦାସ ଏସଏମସି ଅଧ୍ୟକ୍ଷ ରାଜନ କୁମାର ପଣ୍ଡା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।ସଂଯୋଜକ ଶିବନୀ ତ୍ରିପାଠୀ ଉଦ୍ଧେଶ୍ୟ ଜ୍ଞାପନ କରିଥିଲେ।ସହକାରୀ ଶିକ୍ଷକ ସତ୍ୟ ସୁନ୍ଦର ସ୍ୱାଇଁ ଧନ୍ୟବାଦ ଦେଇଥିଲେ।ପ୍ରାରମ୍ଭରେ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ନେଇ ଏକ ଜନ ସଚେତନତା ଶୋଭାଯାତ୍ରା ଆନନ୍ଦ ବଜାର ଅଞ୍ଚଳ ପରିକ୍ରମା କରିଥିଲା।କାର୍ଯ୍ୟକ୍ରମ ଅବସରରେ ଓଷ୍ଟା ପକ୍ଷରୁ କରାଯାଇଥିବା ପ୍ରତିଭା ଅନ୍ୱେଷଣ ପରୀକ୍ଷାର କୃତିତ୍ୱ ହାସଲ କରିଥିବା ବିଦ୍ୟାର୍ଥୀଙ୍କୁ ପୁରସ୍କୃତ କରାଯାଇଥିଲା।କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷା କର୍ମଚାରୀ ପରିଚାଳନା କମିଟିର ସଦସ୍ୟମାନେ ପରିଚାଳନା କରିଥିଲେ।







