Home ଜିଲ୍ଲା ପରିକ୍ରମା ଭଦ୍ରକ ମହିଳା ମହବିଦ୍ୟାଳୟର ଦକ୍ଷତା ବିକାଶ ପ୍ରଶିକ୍ଷଣ

ଭଦ୍ରକ ମହିଳା ମହବିଦ୍ୟାଳୟର ଦକ୍ଷତା ବିକାଶ ପ୍ରଶିକ୍ଷଣ

4

ଭଦ୍ରକ, ୧୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନାରୀଟିଏ ଦକ୍ଷ ଓ ଆତ୍ମ ନିର୍ଭରଶୀଳ ହେଲେ ପରିବାର ଓ ସମାଜ ସୁନ୍ଦର ହୋଇଥାଏ । ଶକ୍ତିଶ୍ରୀ ଏମ୍ପାୱାରମେଂଟ ସେଲ ଜରିଆରେ ଭଦ୍ରକ ମହିଳା ମହାବିଦ୍ୟାଳୟରେ ଛାତ୍ରୀମାନଙ୍କୁ ନେଇ ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା କଳ୍ପନା ଲେଙ୍କାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ସଭାରେ ମନସ୍ତତ୍ୱ ବିଭାଗର ପ୍ରାଧ୍ୟାପିକା ତଥା ଭଦ୍ରକ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା କବି ସୁଚିତ୍ରା ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପିଲାମାନଙ୍କ ଭବିଷ୍ୟତ ଗଠନ ଦିଗରେ ଉପାଦେୟ ପରାମର୍ଶ ପ୍ରଦାନ କରିଥିବା ବେଳେ ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକ ଡ ଅଭୟ କୁମାର ଦାସ ମୁଖ୍ୟବକ୍ତା ଭାବରେ ଯୋଗଦେଇ ନିଜ ଭିତରର ପ୍ରତିଭାକୁ ଆବିଷ୍କାର କରି ପାରିଲେ ଲକ୍ଷ୍ୟ ହାସଲ ହୋଇ ପାରିବ ବୋଲି ଅଭିବ୍ୟକ୍ତି ରଖିଥିଲେ । ଇତିହାସ ବିଭାଗର ମୁଖ୍ୟ ଅଧ୍ୟାପକ ମନୋଜ କୁମାର ସାହୁ ବର୍ତମାନ ସ୍ଥିତିରେ ପିଲାମାନେ କିପରି ନିଜକୁ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରିବେ, ସେ ସଂପର୍କରେ ଆଲୋଚନା ରଖିଥିଲେ। ଶକ୍ତିଶ୍ରୀ ସଂଯଜିକା ଅଧ୍ୟାପିକା ଜ୍ୟୋତ୍ସ୍ନାରାଣୀ ଲେଙ୍କା କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପସ୍ଥାପନ ସହିତ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅନ୍ୟତମ ସଂଯୋଜିକା ଅଧ୍ୟାପିକା ଡ ବସୁମତୀ ପଣ୍ଡା ସଫଳ ହେବା ଦିଗରେ ଛାତ୍ରୀ ମାନଙ୍କ ନିଷ୍ଠା ଓ ଏକାଗ୍ରତାକୁ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ବ୍ୟକ୍ତ କରିଥିଲେ। ଅଧ୍ୟାପିକା ପ୍ରିୟ ଦର୍ଶିନୀ ସାହୁ ଧନ୍ୟବାଦ ଅର୍ପଣ କରିବା ସହିତ ମଂଚ ପରିଚାଳନା କରିଥିଲେ । ଅଧ୍ୟାପିକା ଆଭାମୟୀ ମହାପାତ୍ର, ସୁବାସିନୀ ସେଠୀ, ଆରତୀ ଜେନା ମଧୁବ୍ରତା ମଲ୍ଲିକ, ଅମୃତା ମହାନ୍ତି, ଅର୍ପିତା ନାୟକ, ଭବେଶ ସ୍ୱାଇଁ, ସ୍ନିଗ୍ଧାରାଣୀ ଖୁଂଟିଆ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.