Home ଜିଲ୍ଲା ପରିକ୍ରମା ବନ୍ତ ପୋଲିସ୍ ପକ୍ଷରୁ ମଦ ଜବଦ

ବନ୍ତ ପୋଲିସ୍ ପକ୍ଷରୁ ମଦ ଜବଦ

5

ଭଦ୍ରକ, ୧୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମଙ୍ଗଳବାର ମଧ୍ୟାହ୍ନରେ ବନ୍ତ ପୋଲିସ ଏହି ଥାନା ଅଧିନ ବନ୍ତ,ଓଡଙ୍ଗ,ସରମରା ଏବଂ ଟିଲୋ ଅଚଂଳରେ ପେଟ୍ରୋଲିଂ କରୁଥିବା ବେଳେ କୌଣସି ସୁତ୍ରରୁ ଖବରପାଇ ତୋଟାସାହି ଠାରେ ଜଣେ ବାଇକ ଚାଳକକୁ ସନ୍ଦେହରେ ଅଟକାଇ ଥିଲା । ତିନି ଗୋଟି ପ୍ଲାଷ୍ଟିକ ବ୍ୟାଗରେ ରଖାଯାଇଥିବା ୧୬ ଲିଟରରୁ ଉର୍ଦ୍ଧ ମଦ ଯାଚଂ ସମୟରେ ଦେଖିବାକୁ ମିଳିଥିଲା । ମଦ କାରବାରର କୌଣସି ବୈଧ କାଗଜପତ୍ର ଦେଖାଇ ନପାରିବାରୁ ପୋଲିସ ମଦ , ବ୍ୟବହୃତ ବାଇକ ଓ ବ୍ୟକ୍ତିଙ୍କୁ ଥାନାକୁ ଆଣିଥିଲା । ଚୋରା ମଦ କାରବାରରେ ସଂପୃକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ତୋଟାସାହିର କେଳୁ ଚରଣ ଜେନାଙ୍କ ପୁଅ ଲକ୍ଷ୍ମୀଧର ଜେନା । ସେ ନିକଟସ୍ଥ ମଦ କାଉଁଟରରୁ ଏହି ମଦ ଆଣି ଗ୍ରାମରେ ଦୀର୍ଘ ବର୍ଷ ହେବ ଚୋରାରେ ବିକ୍ରୀ କରି ଆସୁଥିବା ଜଣା ପଡିଛି । ଏନେଇ ବନ୍ତ ଥାନାରେ ମାମଲା ରୁଜ୍ଜୁ କରାଯିବା ସହ ସଂପୃକ୍ତ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନାଧିକାରୀ ସୁପ୍ରକାଶ ମହାନ୍ତି କହିଛନ୍ତି । ଆଜିର ଚଢାଉରେ ଥାନା ଏସଆଇ ଅସ୍ମିତା ପ୍ରଧାନ, ରମାକାନ୍ତ ଭୂୟାଁ, ସରୋଜ ନାୟକ, ପ୍ରକାଶ ଜେନ ପ୍ରମୁଖ ସାମିଲ୍ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.