Home ଜିଲ୍ଲା ପରିକ୍ରମା ଜଳସମ୍ପଦ ବିଭାଗର ନିମ୍ନମାନର କାର୍ଯ୍ୟ, କାର୍ଯ୍ୟର ଏକ ସପ୍ତାହ ମଧ୍ୟରେ ଭାଙ୍ଗିଲା ଗାର୍ଡ ୱାଲ, କାର୍ଯ୍ୟର...

ଜଳସମ୍ପଦ ବିଭାଗର ନିମ୍ନମାନର କାର୍ଯ୍ୟ, କାର୍ଯ୍ୟର ଏକ ସପ୍ତାହ ମଧ୍ୟରେ ଭାଙ୍ଗିଲା ଗାର୍ଡ ୱାଲ, କାର୍ଯ୍ୟର ଗୁଣବତା କୁ ନେଇ ପ୍ରଶ୍ନବାଚୀ

3

ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ଜଳସମ୍ପଦ ବିଭାଗର ନିମ୍ନମାନର କାର୍ଯ୍ୟକୁ ନେଇ ଚର୍ଚ୍ଚା। ଦେଢ଼ କୋଟି ଟଙ୍କାର କାର୍ଯ୍ୟ ଚାଲୁଥିବା ବେଳେ ଏହି କାର୍ଯ୍ୟର ଗୁଣବତା କୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅଂଚଳବାସୀ। ରାସ୍ତା କାର୍ଯ୍ୟ ଚାଲୁଥିଲା ବେଳେ କଲଭର୍ଟର ସାଇଡ୍ ୱାଲ ଲଘୁଚାପ ବର୍ଷକ୍ଷ ପାଇଁ ଭୁଶୁଡିଲା । ଜଳସେଚନ ବିଭାଗ ପକ୍ଷରୁ ୧. ୫କୋଟି ବ୍ୟୟ ଅଟକଳ ରେ ତିଆରି ହେଉଥିବା ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମାଧପୁର ପଂଚାୟତ ମାଳିସାହିରୁ ମଧୁପୁର ଭାୟା ଧାନଖଣିଆ ଘାଟକୁ ସଂଯୋଗ କରୁଥିବା ଆଖଣ୍ଡଳମଣି ରାସ୍ତାର ୧୮ ଶହ ମିଟର ରାସ୍ତା ଏବଂ ଏହି ରାସ୍ତା ଥିବା ୫ଟି କଲଭର୍ଟ ମଧ୍ୟରୁ ଗୋଟିଏ କଲଭର୍ଟ ଲଗାଣ ବର୍ଷାରେ ଭାଙ୍ଗି ଯାଇଛି। ବର୍ଷା ଦିନ ପାଇଁ ସମ୍ପୃକ୍ତ ଠିକାଦାର ତରବରିଆ ଭାବେ ଏହି କଲଭର୍ଟ ନିର୍ମାଣ କରାଯାଇଥିବା ବେଳେ କଲଭର୍ଟ ଭୁଶୁଡିଥିବା ନେଇ ଅଭିଯୋଗ ହୋଇଛି। ଘଟଣାକୁ ନେଇ ଗାଁ ଲୋକମାନେ ଅଭିଯୋଗ ପ୍ରକାଶ କରି କହିଛନ୍ତି ଏହି ସ୍ଥାନ ଯେହେତୁ ପଙ୍କୁଆ ଜାଗା ତେଣୁ ଏହି ସ୍ଥାନରେ ପୋଲ ପାଇଁ ଆମେ ଦାବୀ କରିଥିଲୁ ମାତ୍ର ସମ୍ପୃକ୍ତ ଠିକାଦାର ରାତିଅଧିଆ ନିମ୍ନ ମାନର କାର୍ଯ୍ୟ କରିଥିବାରୁ ଏହି ଗାର୍ଡ ୱାଲ ଭାଙ୍ଗି ଯାଇଥିଲା। ଘଟଣା ସ୍ଥଳରେ ଚାନ୍ଦବାଲି ଜଳ ସେଚନ ବିଭାଗରେ ଅଧିକାରୀ ପହଂଚି ଥିବା ବେଳେ ସମ୍ପୃକ୍ତ ଠିକାଦାର ଙ୍କ ମନମୁଖୀ ଏବଂ ନିମ୍ନମାନର କାର୍ଯ୍ୟ କୁ ନେଇ ଅଂଚଳ ବାସୀ ଚିନ୍ତା ପ୍ରକଟ କରିଛନ୍ତି। ତୁରନ୍ତ କାର୍ଯ୍ୟ ର ମାନ ଠିକ କରିବା ସହ କାର୍ଯ୍ୟର ଗୁଣବତା ଠିକ ରଖିବାକୁ ସମ୍ପୃକ୍ତ ଯନ୍ତ୍ରୀ ଠିକାଦାର କୁ ନିର୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.