Home ଜିଲ୍ଲା ପରିକ୍ରମା ରାଷ୍ଟ୍ର ପାଇଁ ମଧ୍ୟସ୍ଥତା ୩.୦ ମାଧ୍ୟମରେ ବିଚାରାଧୀନ ମାମଲାଗୁଡ଼ିକର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ

ରାଷ୍ଟ୍ର ପାଇଁ ମଧ୍ୟସ୍ଥତା ୩.୦ ମାଧ୍ୟମରେ ବିଚାରାଧୀନ ମାମଲାଗୁଡ଼ିକର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ

4

ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତା ଅକ୍ଟୋବର- ୨୦୨୬ ମାସରୁ ମଧ୍ୟସ୍ଥତା ମାଧ୍ୟମରେ ଉପଯୁକ୍ତ ବିଚାରାଧୀନ ମାମଲାଗୁଡ଼ିକର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନକୁ ସହଜ କରିବା ପାଇଁ ସ୍ୱତନ୍ତ୍ର ମଧ୍ୟସ୍ଥତା ଅଭିଯାନ ୩.୦ ସମଗ୍ର ଭାରତବର୍ଷରେ ଆରମ୍ଭ ହେବାକୁ ଯାଉଅଛି। ଏହି ମଧ୍ୟସ୍ଥତା ଅଭିଯାନର ଉଦ୍ଦେଶ୍ୟ ହେଉଛି ସହମତି ଆଧାରିତ ସମାଧାନ ବ୍ୟବସ୍ଥା ମାଧ୍ୟମରେ ମକଦ୍ଦମାକାରୀ ଏବଂ ଅଂଶୀଦାରମାନଙ୍କୁ ସକ୍ରିୟ ଭାବରେ ଅଂଶ ଗ୍ରହଣ କରିବା ସହିତ ସହଯୋଗ କରିବା। ଦେଶ ପାଇଁ” ମଧ୍ୟସ୍ଥତା ଅଭିଯାନ ହେଉଛି ଏକ ସମଗ୍ର ଭାରତ ୯୦ -ଦିନିଆ ବିବାଦ ସମାଧାନ ଅଭିଯାନ, ଯାହା ୧ ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଅଛି। ଏହାର ମୂଳ ଲକ୍ଷ୍ୟ ହେଉଛି ତାଲୁକ , ଜିଲ୍ଲା ଏବଂ ଉଚ୍ଚ ନ୍ୟାୟାଳୟଗୁଡ଼ିକରେ ପଡି ରହିଥିବା ଲକ୍ଷ ଲକ୍ଷ ବିଚାରାଧୀନ ମାମଲାକୁ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବରେ ସମାଧାନ କରି କୋର୍ଟରେ ଥିବା ବିଚାରାଧୀନ ମାମଲାଗୁଡ଼ିକୁ ହ୍ରାସ କରିବା। ଏହି ‘ ମଧ୍ୟସ୍ଥତା ଅଭିଯାନ ମାଧ୍ୟମରେ ଦୀର୍ଘଦିନ ଧରି ଚାଲିଥିବା ବିଚାରଧିନ ମାମଲାଗୁଡ଼ିକର ଆପୋଷ ସମାଧାନ କରାଯାଇପାରିବ, ଯେଉଁଥିରେ କୌଣସି ଆର୍ôଥକ ଖର୍ଚ୍ଚ ଦେବାକୁ ପଡିବ ନାହିଁ। ତେଣୁ ଏହି ସୁଯୋଗର ସଦୁପଯୋଗ କରିବା ପାଇଁ ଭଦ୍ରକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ପୂଣ୍ୟ ଶ୍ଳୋକ ରଥ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ସବିଶେଷ ବିବରଣୀ ତଥା ବିଚାରଧିନ ବିବାଦର ଆପୋଷ ସମାଧାନ ପାଇଁ ଜିଲ୍ଲା ନ୍ୟାୟାଳୟ ପରିସରରେ ଥିବା ଆଇନ ସେବା ପ୍ରାଧୀକରଣର ସମ୍ମୁଖ କାର୍ଯ୍ୟାଳୟରେ ଖୁବ ଶୀଘ୍ର ଯୋଗାଯୋଗ କରିବାକୁ ପ୍ରାଧିକରଣ ପକ୍ଷରୁ ଅନୁରୋଧ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.