Home ଜିଲ୍ଲା ପରିକ୍ରମା ଏବେବି ପାଣିଘେରରେ ସ୍କୁଲ, ପାଠପଢା ଠପ୍ ,ଆଜି ଶହେରୁ ଉର୍ଦ୍ଧ୍ୱ ସ୍କୁଲ ଛୁଟି ଘୋଷଣା

ଏବେବି ପାଣିଘେରରେ ସ୍କୁଲ, ପାଠପଢା ଠପ୍ ,ଆଜି ଶହେରୁ ଉର୍ଦ୍ଧ୍ୱ ସ୍କୁଲ ଛୁଟି ଘୋଷଣା

6

ଭଦ୍ରକ, ୩ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ୟା ପାଣି ଛାଡିଲା। ୫ ଦିନ ପରେ ସ୍କୁଲ ଖୋଲିଲା। ଏବେବି ବହୁ ସ୍କୁଲ ପାଣି ଘେରରେ। ଶ୍ରେଣୀଗୃହରେ ପାଣି ଜମି ରହିଛି। କାଦୁଅ ପଚପଚ ସାଙ୍ଗକୁ ଛାତରୁ ବର୍ଷା ଜଳ ଠପ୍ ଠପ୍ ହୋଇ ଶ୍ରେଣୀ ଗୃହରେ ପଡୁଛି। ପାଠପଢା ଠପ୍ ହୋଇଯାଇଛି। ଶ୍ରେଣୀ ଗୃହରୁ ପାଣି ବାହାର କରିବା ପାଇଁ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଲାଗିପଡିଛନ୍ତି। କେତେକ ବିଦ୍ୟାଳୟରେ ଫାଇଲପତ୍ର ଓ ବହି ପାଣିରେ ଭିଜିଯାଇଛି। ଏଭଳି ପରିସ୍ଥିତିରେ ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ଶିକ୍ଷା ଓ ଅଣଶିକ୍ଷା କାର୍ଯ୍ୟକ୍ରମକୁ ବନ୍ୟାଜଳ ପ୍ରଭାବିତ ସ୍କୁଲଗୁଡିକୁ ଗତକାଲି ଓ ଆସନ୍ତାକାଲି (ମଙ୍ଗଳବାର) ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଛି। ଗତକାଲି ଭଦ୍ରକ ବ୍ଲକ୍‌ର ୧୧ଟି ସ୍କୁଲକୁ ଛୁଟି ଘୋଷଣା କରାଯାଇଥିଲା। ଏହାମଧ୍ୟରୁ ୪ଟି ସ୍କୁଲର ପରିସ୍ଥିତି ସୁଧୁରିବା ଯୋଗୁଁ ଆଜି ପାଠପଢା ଆରମ୍ଭ ହୋଇଛି। ଅବଶିଷ୍ଟ ୭ଟି ସ୍କୁଲ କୁ ଆସନ୍ତାକାଲି ଛୁଟି ଘୋଷଣା କରାଯାଇଛି। ଚାନ୍ଦବାଲି ବ୍ଲକ୍‌ର ଆରଡି, ମାଧପୁର, ନାନ୍ଦପୁର, ଭୂଇଁବୃତି, ତେନ୍ତୁଳିଡିହ ଗ୍ରାମପଂଚାୟତର ସବୁ ସ୍କୁଲକୁ ଆସନ୍ତାକାଲି ଛୁଟି ଘୋଷଣା କରାଯାଇଛି। ସେହିଭଳି ଏହି ବ୍ଲକ୍‌ର ନାଲଗୁଣ୍ଡା ଗ୍ରାମପଂଚାୟତର ୫ଟି ସ୍କୁଲ ଓ ଏନଏସିର ଗୋଟିଏ ସ୍କୁଲ କୁ ବନ୍ଦ ରଖାଯାଇଛି। ବାସୁଦେବପୁର ବ୍ଲକ୍‌ର ୯ ଗୋଟି ସ୍କୁଲ, ତିହିଡି ବ୍ଲକ୍‌ର ଦୋଳସାହି ପଂଚାୟତର ଗୋଟିଏ, ସୟା ପଂଚାୟତର ୨ଟି, ଶ୍ୟାମସୁନ୍ଦରପୁର ପଂଚାୟତର ୧୨ଟି, ସିନ୍ଦୋଳ ପଂଚାୟତର ଗୋଟିଏ, ମୁକୁନ୍ଦପୁର ପଂଚାୟତର ଗୋଟିଏ, ବାରସର ପଂଚାୟତର ୧୧ଟି, ଗୋବିନ୍ଦପୁର ପଂଚାୟତର ଗୋଟିଏ, ଜାମୁଝାଡି ପଂଚାୟତର ଗୋଟିଏ, ରାଜନଗର ପଂଚାୟତର ୨ଟି, କାଁପଡା ପଂଚାୟତର ୨ଟି, ବାହାବଳପୁର ପଂଚାୟତର ଗୋଟିଏ, ଗୋବିନ୍ଦପୁର ପଂଚାୟତର ୧୦ ଟି ସ୍କୁଲରେ ଛୁଟି ଘୋଷଣା କରାଯାଇଛି। ଧାମନଗର ବ୍ଲକ୍‌ର ଦଳାଙ୍ଗ ପଂଚାୟତର ୩ଟି ସ୍କୁଲ, ସୋହଡା ପଂଚାୟତର ଗୋଟିଏ, ପଧାନ ପଂଚାୟତର ଗୋଟିଏ, କରଦା ପଂଚାୟତର ଗୋଟିଏ ଓ ଭଦ୍ରକ ବ୍ଲକ୍‌ର ପାଣିଘେରରେ ଥିବା ଧନାଟୋଲା ପ୍ରାଇମେରୀ ସ୍କୁଲ, ଇସଫପୁର ପ୍ରାଇମେରୀ ସ୍କୁଲ, ସିଙ୍ଗଡା ପିଏସ୍‌, ଲେପ୍ରୋସି କଲୋନୀ ପିଏସ୍‌, ଖଣ୍ଡତଡା ୟୁପିଏସ୍‌, ରାଜମୁକୁନ୍ଦପୁର ୟୁପିଏସ୍‌, ଅପର୍ତିବିନ୍ଧା ପିଏସ୍ ଭଳି ୭ ଟି ସ୍କୁଲରେ ଆସନ୍ତାକାଲି ପାଇଁ ଛୁଟି ଘୋଷଣା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.