Home ଜିଲ୍ଲା ପରିକ୍ରମା ଶ୍ରାବଣ ମାସର ୩ୟ ସୋମବାର ,ଆଖଣ୍ଡଳମଣିଙ୍କୁ ଜଳଲାଗି କଲେ ୨୦ହଜାର କାଉଡ଼ିଆ ଭକ୍ତ, ବନ୍ୟା ପାଇଁ...

ଶ୍ରାବଣ ମାସର ୩ୟ ସୋମବାର ,ଆଖଣ୍ଡଳମଣିଙ୍କୁ ଜଳଲାଗି କଲେ ୨୦ହଜାର କାଉଡ଼ିଆ ଭକ୍ତ, ବନ୍ୟା ପାଇଁ କଟକଣା ମଧ୍ୟରେ ଆସିଲେ କାଉଡ଼ିଆ,ନଦୀଘାଟ ଓ ବନ୍ୟାଂଚଳରେ ସଜାଗ ରହିଲେ ୭ଟି ଓଡ୍ରାଫ ଟିମ୍

5

ଭଦ୍ରକ, ୩ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ଶ୍ରାବଣମାସ ୩ୟ ସୋମବାରରେ ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କରିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ୨୦ହଜାରରୁ ଉର୍ଦ୍ଧ କାଉଡ଼ିଆ ଭକ୍ତଙ୍କ ଭିଡ଼ ଲାଗିଥିଲା ଆରଡି ପୀଠରେ। ବିଶେଷକରି ପୀଠ ଚତୁଃପାର୍ଶ୍ୱକୁ ବନ୍ୟାଜଳ ଘେରି ରହିଥିବାରୁ କାଉଡ଼ିଆ ଭକ୍ତଙ୍କର ଜଳ ଉଠାଣ ଓ ଜଳଲାଗି ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ଏପରିକି ପୀଠରେ ପ୍ରବାହିତ ହେଉଥିବା ବୈତରଣୀ ଓ ସାଳନ୍ଦୀ ନଦୀର ବନ୍ୟା ଜଳ ଯୋଗୁଁ ଉଛୁଳା ରହିଥିବା ବେଳେ କୁମ୍ଭୀର ଭୟ ଥିବାରୁ ୩ଟି ନଦୀ ଘାଟରେ କଟକଣା ଲାଗିବା ସହିତ ବିଭିନ୍ନ ସ୍ଥାନରେ ଓଡ୍ରାଫର ୨ଟି ୟୁନିଟର ୭ଟି ଟିମ୍ ଓ ବୋଟ ସଜାଗ ରହିଥିଲେ। ସେହିପରି ଅଗ୍ନିଶମ ବାହିନୀ ମଧ୍ୟ ନଦୀ ଘାଟ ସଜାଗ ରହିଥିଲେ। ଅନ୍ୟପଟେ ବୈତରଣୀ ନଦୀର ଆସିଥିବା ବନ୍ୟାରେ କୟାଗୋଲା ବୋଡକ ନିକଟରେ ୨୦ନମ୍ୱର ଜାତୀୟ ରାଜପଥ ୨ଶହ ଫୁଟ ଧୋଇ ଯାଇଥିବାରୁ ଗତ ରବିବାର ରାତି ସୁଧା ଅସ୍ଥାୟୀ ମରାମତି କରାଯାଇ କଟକଣା ମଧ୍ୟରେ କାଉଡିଆ ଭକ୍ତଙ୍କୁ ଛଡାଯାଇଥିଲା। ଏପଟେ ପୀଠରେ ହଜାରହଜାର କାଉଡ଼ିଆ ଭକ୍ତଙ୍କର ଆଗମନ ହେଉଥିବାରୁ ସୁରକ୍ଷା ବ୍ୟବସ୍ଥା କିପରି ଚାଲିଛି ତାର ସମୀକ୍ଷା ପାଇଁ ପୂର୍ବାଂଚଳ ଡିଆଇଜି ପିନାକି ମିଶ୍ର ପୀଠରେ ପହଂଚି ନିୟୋଜିତ ରହିଥିବା ପୁଲିସ ଅଧିକାରୀ ଓ ମନ୍ଦିରର ସେବାୟତଙ୍କ ସହ ଆଲୋଚନା କରିଥିଲେ। ଏପରିକି ପୀଠରେ ପରିମଳ ବ୍ୟବସ୍ଥାକୁ ନେଇ କ୍ଷୋଭ ପ୍ରକାଶ କରିବା ସହିତ ଆଗାମୀ ଦିନରେ ପୀଠରେ ପରିମଳ ବ୍ୟବସ୍ଥାର ସୁଧାର ଆଣିବା ପାଇଁ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ଶ୍ରୀ ମିଶ୍ର କହିଥିଲେ। କାଉଡ଼ିଆ ଭକ୍ତଙ୍କର ଭିଡକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଜଳଲାଗି ନିମନ୍ତେ ରବିବାର ମଧ୍ୟରାତ୍ରରୁ ଜଳଲାଗି ଆରମ୍ଭ ହୋଇଥିଲା। କାଉଡ଼ିଆମାନେ ସ୍ୱତନ୍ତ୍ର ବ୍ୟାରିକେଡ଼ରେ ଯାଇ ବାବାଙ୍କ ପାଖରେ ଜଳଲାଗି କରିଥିଲେ। ପୀଠରେ ଅତିରିକ୍ତ ଏସପି ଅରୁପ ଅଭିଷେକ ବେହେରା, ଧାମନଗର ଏସଡିପିଓ ବିଷ୍ଣୁଚରଣ ବାରିକ, ଧୁଷୁରୀଥାନା ଅଧିକାରୀ ଅଜୟ ସୁଦର୍ଶନ ବାଗେ, ଆରଡି ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକ ପ୍ରମୁଖ ମନ୍ଦିର ପରିସରରେ ରହି ସମସ୍ତ କାର୍ଯ୍ୟ ଉପରେ ତଦାରଖ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.