Home ଜିଲ୍ଲା ପରିକ୍ରମା ମାଇଁ ଭାରତ ପକ୍ଷରୁ ନିଶାମୁକ୍ତ କାର୍ଯ୍ୟକ୍ରମ

ମାଇଁ ଭାରତ ପକ୍ଷରୁ ନିଶାମୁକ୍ତ କାର୍ଯ୍ୟକ୍ରମ

4

ଭଦ୍ରକ, ୨୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମାଇଁ ଭାରତ ଆନୁକୂଲ୍ୟରେ ଭଦ୍ରକ ଜିଲ୍ଲା ଆଗରପଡାସ୍ଥିତ ଶ୍ରୀ ଅରବିନ୍ଦ ଷ୍ଟଡି ସେଟଂର ଠାରେ ଏକ ସ୍ୱତନ୍ତ୍ର ନିଶା ମୁକ୍ତ ଯୁବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯୁବସମାଜକୁ ନିଶାର କୁପ୍ରଭାବ ସର୍ମ୍ପକରେ ସଚେତନ କରିବା ଏବଂ ଏକ ସୁସ୍ଥ ସମାଜ ଗଠନ ଦିଗରେ ପ୍ରେରିତ କରିବା ଥିଲା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଏଥିରେ ଶିକ୍ଷାବିତ୍ ତଥା ବିଶିଷ୍ଟ ନାଟ୍ୟକାର ଡ. ସୁଧାଂଶୁ ଶେଖର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଜିଲ୍ଲା ଯୁବ ଅଧିକାରୀ ଫାଉଦ ମହମ୍ମଦ, ଆଗରପଡା ଥାନା ସବ୍‌-ଇନ୍ସପେକ୍ଟର ଇଭାରାଣୀ ପରିଡା ଏବଂ ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଆଦିତ୍ୟ ନାରାୟଣ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଶାମୁକ୍ତ ଭାରତ ନେଇ ସଚେତନ କରିଥିବା ବେଳେ ବିଶେଷକରି ଯୁବପିଢୀ ନିଶାଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ । ସଭାକାର୍ଯ୍ୟ ପ୍ରାରମ୍ଭରେ ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯିବା ସହ ଉପସ୍ଥିତ ଯୁବକ ଯୁବତୀ ମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ଏହି ଅବସରରେ ଯୁବକ ଯୁବ ବର୍ଗଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ଯୁବକ ଯୁବତୀ ମାନେ ନିଶାମୁକ୍ତ ଭାରତ ଗଠନ ନେଇ ବିଭିନ୍ନ ସ୍ଲୋଗାନ ପ୍ରସ୍ତୁତ କରିଥିଲେ । ପରେ ଉପସ୍ଥିତ ସମସ୍ତ ଅତିଥି ଓ ଯୁବବର୍ଗ ଏକଜୁଟ ହୋଇ ନିଶାମୁକ୍ତ ଭାରତ ପାଇଁ ସାମୁହିକ ଶପଥ ଗ୍ରହଣ କରିଥିଲେ । ମାଇଁ ଭାରତ ଏନ୍‌. ୱାଇ. ଭି ବାବୁରାମ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାକାର୍ଯ୍ୟକୁ ଅଧ୍ୟାପକ ଫକୀର ଚରଣ ଶଙ୍ଖୁଆ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମକୁ ମାଇଁ ଭାରତର ଯୁବ ସ୍ୱେଚ୍ଛାସବୀ ତଥାଗତ ଧଳ, ଫାଲଗୁନ ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.