Home ଜିଲ୍ଲା ପରିକ୍ରମା ଛାଡୁଛି ବନ୍ୟା ; ବଢୁଛି ଦୁର୍ଦଶା,୪ପଂଚାୟତର ୧୪ ଗାଁ ଏବେବି ବାହ୍ୟଜଗତରୁ ବିଚ୍ଛିନ୍ନ, ବିପନ୍ନଙ୍କ ଘର...

ଛାଡୁଛି ବନ୍ୟା ; ବଢୁଛି ଦୁର୍ଦଶା,୪ପଂଚାୟତର ୧୪ ଗାଁ ଏବେବି ବାହ୍ୟଜଗତରୁ ବିଚ୍ଛିନ୍ନ, ବିପନ୍ନଙ୍କ ଘର ସଜଡାରେ ଦାଉ ସାଜିଲା ଲଘୁଚାପ ବର୍ଷା

1

ଭଦ୍ରକ, ୩ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ଓ ସାଳନ୍ଦୀ ନଦୀର ଆସିଥିବା ବନ୍ୟା ଏବେ ଆରଡି ସମେତ ଓଳଗ, ନାନ୍ଦପୁର ଓ ସୁନ୍ଦରପୁର ପଂଚାୟତର ଅନେକ ଗାଁ ଓ ରାସ୍ତା ବନ୍ୟା ଘେରରେ ରହିଛି। ବିଶେଷକରି ବୋଡକ, ଖଟୁଆପାଟଣା, ଚମ୍ପାସାହି, ପିରଡିଆ, ବାଙ୍କମୁଆ, କୋଇଲିଖା, ନାନ୍ଦପୁର, ପାଟପୁର, ଶୀତଳପୁର, ସାନପଙ୍କି, ବାତୋଳ, ସିଙ୍ଗିପୁର, ମୁଁଆ, ସନ୍ତରା ଆଦି ୧୪ଟି ଗାଁ ଦୀର୍ଘ ୮ଦିନ ହେବ ବୋଲି ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇରହିଛି। ତାହାସହ ବହୁ ଘରେ ବନ୍ୟାପାଣି ପଶିଥିବାରୁ ବିପନ୍ନମାନେ ନଦୀବନ୍ଧ ଓ ଗାଁ ରାସ୍ତାରେ ଆଶ୍ରୟ ନେଇ ରହିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ପଲିଥିନ ପାଲ ଖଣ୍ଡେ ମିଳିନଥିବାରୁ ଖରା ବର୍ଷାରେ ରହୁଛନ୍ତି। ଏପରିକି ଗତକାଲି ଠାରୁ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବାରୁ ବିପନ୍ନଙ୍କର ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ତାହା ସହ ଯେଉଁ ଅଂଚଳରେ ବନ୍ୟାପାଣି ଛାଡିଛି ବିପନ୍ନଙ୍କ ଘର ସଜଡାରେ ଦାଉ ସାଜିଛି ବର୍ଷା। ଅନ୍ୟପଟେ ୨ୟଥର ପାଇଁ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ୪ଟି ପଂଚାୟତର ବିଭିନ୍ନ ବନ୍ୟାଂଚଳକୁ ଯାଇ ବିପନ୍ନଙ୍କର ସମସ୍ୟା ବୁଝିବା ସହିତ ଶୁଖିଲା ଖାଦ୍ୟ ଚୁଡା, ବିସ୍କୁଟ ଆଦି ଯୋଗାଇ ଦେଇଥିଲେ। ଏପରିକି ପ୍ରାଥମିକ ପର୍ଯ୍ୟାୟରେ ବିପନ୍ନଙ୍କୁ ପଲିଥିନ ପାଲ ସହ ବିଷୋଧିତ ପିଇବା ପାଣି ଯୋଗାଇ ଦେବା ପାଇଁ ଭଦ୍ରକ ଜିଲାପାଳଙ୍କୁ ଫୋନ୍ ଯୋଗେ ଜଣାଇଥିବା କହିଛନ୍ତି ବିଧାୟକ ଶ୍ରୀ ରାୟ ବିଧାୟକଙ୍କ ସହ ଜିଲ୍ଲାପରିଷଦ ସଭ୍ୟ ପ୍ରିନ୍ସରାକେଶ ନାୟକ, ସରପଂଚ ଅଭିମନ୍ୟୁ ଜେନା, ସରୋଜ ଦାସ, ଅରବିନ୍ଦ ପାଢୀ ପ୍ରମୁଖ ବନ୍ୟାଂଚଳକୁ ଯାଇ ବିପନ୍ନଙ୍କୁ ସହାୟତାର ହାତ ବଢାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.