ଭଦ୍ରକ, ୨୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ଜନତା ପାର୍ଟି ସୁବର୍ଣ୍ଣମୁଖୀ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଖପୁରିଆପଦା କଲ୍ୟାଣ ମଣ୍ଡପରେ ମଣ୍ଡଳ ଶାଖା ସଭାପତି ପ୍ରଣବ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ,ଦଳର ଜିଲ୍ଲା ସଭାପତି ଭଗବାନ ପଣ୍ଡା,ଉପସଭାପତି ଅମୂଲ୍ୟ ପ୍ରସାଦ ନାୟକ ଓ ତପସ୍ୱିନୀ ମହାପାତ୍ର, ପୂର୍ବତନ ସଭାପତି ଅକ୍ଷୟ ସାହୁ, ସମ୍ପାଦକ କିଶୋର ପଢ଼ିଆରି ଯୋଗଦେଇ ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମ, ସରକାରଙ୍କ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥଲେ। ମଣ୍ଡଳ ସାଧାରଣ ସମ୍ପାଦକ କୈଳାସ ସାହୁ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ଆଶିଷ ପତି ଅତିଥି ପରିଚୟ ଓ ଗୋପିନାଥ କର ଧନ୍ୟବାଦ ପ୍ରଦାନ କରିଥିଲେ।ଏଥିରେ ମଣ୍ଡଳ କାର୍ଯ୍ୟକାରିଣୀ ସଦସ୍ୟଙ୍କ ସମେତ ବିଭିନ୍ନ ପଂଚାୟତର ସଭାପତି ଓ ମୋର୍ଚ୍ଚାର ସଭାପତି ମାନେ ଯୋଗଦେଇଥିଲେ।








