Home ଜିଲ୍ଲା ପରିକ୍ରମା ଆସୁଛି ସମ୍ଭାବ୍ୟ ବାତ୍ୟା “ଚାମ୍ପି’, ବୈତରଣୀ ନଦୀବନ୍ଧରେ ୩ଶହ ଫୁଟ ଲମ୍ବର ଫାଟ ସୃଷ୍ଟି

ଆସୁଛି ସମ୍ଭାବ୍ୟ ବାତ୍ୟା “ଚାମ୍ପି’, ବୈତରଣୀ ନଦୀବନ୍ଧରେ ୩ଶହ ଫୁଟ ଲମ୍ବର ଫାଟ ସୃଷ୍ଟି

0

ଭଦ୍ରକ, ୨୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆସୁଛି ସାମ୍ଭାବ୍ୟ ବାତ୍ୟା ” ଚାମ୍ପି ‘। ଏପଟେ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ସୁନ୍ଦରପୁର ଗାଁ ନିକଟ ଦେଇ ପ୍ରବାହିତ ହେଉଥିବା ବୈତରଣୀ ନଦୀବନ୍ଧରେ ୩ଶହ ଫୁଟ ଲମ୍ବର ଫାଟ ସୃଷ୍ଟି ହେବା ସହ ନଦୀ ଆଡ଼କୁ ୨ଫୁଟ ତଳକୁ ଧସି୍ୱାରେ ଲାଗିଛି। ଯଦି ସାମ୍ଭାବ୍ୟ ବାତ୍ୟା ପ୍ରଭାବରେ ବର୍ଷା ହୁଏ , ତାହାଲେ ନଦୀବନ୍ଧ କଡ଼ରେ ବସବାସ କରୁଥିବା ୨୪ପରିବାରଙ୍କ ଘରେ ପାଣି ପଶିବ ବୋଲି କହିଛନ୍ତି ନଦୀକୂଳିଆ ଲୋକ। ଏପରିକି ପୂର୍ବ ବନ୍ୟାରେ ନଦୀର ଘଳିଆ ପଡିବାରୁ ଏପରି ନଦୀବନ୍ଧରେ ବିରାଟକାୟ ଫାଟ ସୃଷ୍ଟି ହେବା ସହ ଏବେ ବିପଦପୂର୍ଣ୍ଣ ହୋଇଥିବା କହିଛନ୍ତି ସ୍ଥାନୀୟ ଲୋକମାନେ। ଦୀର୍ଘ ୨/୩ଦିନ ହେବ ନଦୀବନ୍ଧର ଏପରି ଫାଟ ସୃଷ୍ଟି ହେବା ସହ ନଦୀ ଆଡ଼କୁ ଧସୁଥିବାରୁ ଜୁଆର ମାଡ଼ରେ ନଦୀବନ୍ଧ ସମ୍ପୁର୍ଣ୍ଣ ଭାବେ ଲିନ୍ନ ହେବ ବୋଲି କହିଛନ୍ତି ସ୍ଥାନୀୟ ଲୋକ। ଏପରି ସମସ୍ୟା ବାବଦରେ ସ୍ଥାନୀୟ ଲୋକପ୍ରତିନିଧି ଓ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କେହି ଏପର୍ଯ୍ୟନ୍ତ ଘଟଣାସ୍ଥଳକୁ ଆସିନାହାନ୍ତ ବୋଲି ଅଭିଯୋଗ କରିଛନ୍ତି। ଏପରି ସମସ୍ୟା ବାବଦରେ ଧାମନଗର ଜଳସମ୍ପଦ ବିଭାଗର କନିଷ୍ଠଯନ୍ତ୍ରୀ ବିମଲ ପ୍ରସାଦ ବେହେରାଙ୍କୁ ପଚାରିବାରୁ ଆମେ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଛୁ, ଚଳିତବର୍ଷ ବାରମ୍ବାର ବନ୍ୟା ଆସିବା ଫଳରେ ଏପରି ନଦୀବନ୍ଧ କ୍ଷୟ ହେବାରେ ଲାଗିଛି। ଉପରିସ୍ଥ ଅଧିକାରୀଙ୍କୁ ଜଣାଯାଇଛି ଖୁବଶିଘ୍ର ତାର ସମାଧାନ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.