Home ଜିଲ୍ଲା ପରିକ୍ରମା ମାଟି ଧସିଥିବା ଶ୍ରୀରାମପୁର ବିଜୁ ସେତୁ ବୁଲି ଦେଖିଲେ ବିଧାୟକ ସଂଜୀବ୍ ମଲ୍ଲିକ

ମାଟି ଧସିଥିବା ଶ୍ରୀରାମପୁର ବିଜୁ ସେତୁ ବୁଲି ଦେଖିଲେ ବିଧାୟକ ସଂଜୀବ୍ ମଲ୍ଲିକ

7

ଭଦ୍ରକ, ୧ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) ଏହି ଜିଲାର ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଷୋଳମପୁର ଗ୍ରାମ ପଂଚାୟତର ଖୋଳାମୁହଁ ଛକ ନିକଟବର୍ତୀ ଟ୍ରାନ୍ସଫର୍ମର ବନ୍ୟା ଯୋଗୁଁ ପୋଡ଼ି ଯିବା କାରଣରୁ ଆଠ ଦିନ ହେବ ସ୍ଥାନୀୟ ଅଂଚଳବାସୀ ଅନ୍ଧାରରେ ରହିଥିଲେ। ଏହି ଖବର ପାଇବା ପରେ ସ୍ଥାନୀୟ ବିଧାୟକ ସଂଜୀବ ମଲ୍ଲିକ ବିଦ୍ୟୁତ୍ ବିଭାଗ ସହିତ ଆଲେଚନା କରି ତୁରନ୍ତ ସମସ୍ୟାର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ବିଦ୍ୟୁତ୍ ବିଭାଗ ଯୁଦ୍ଧକାଳୀନ ଭିତିରେ ତାହାର ସମାଧାନ କରିଛନ୍ତି। ସେହିପରି ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବନ୍ତ ବ୍ଲକ ଅନ୍ତଗର୍ତ ଆଗରପଡ଼ା ର ଟୀକିରା ଶ୍ରୀରାମପୁର ବିଜୁ ସେତୁ ନିକଟରେ ମାଟି ଧସି ଯାଇଥିବାର ଖବର ପାଇ ବିଧାୟକ ଶ୍ରୀ ମଲ୍ଲିକ ଜଳସମ୍ପଦ ବିଭାଗର ଏସ୍‌.ଡି.ଓ ଙ୍କୁ ସାଥିରେ ନେଇ ସ୍ଥିତି ଅନୁଧ୍ୟାନ କରିବା ସହିତ ସାଧାରଣ ଜନତାଙ୍କ ଜୀବନ ଜୀବିକାର ସୁରକ୍ଷାକୁ ନଜରରେ ରଖି ତୁରନ୍ତ ପଦକ୍ଷେପ ନେବା ସହିତ ଏହାର ମରାମତି ଓ ସ୍ଥାୟୀ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.