Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ ବନ୍ୟା ବିପର୍ଯ୍ୟୟର ରିଲିଫ୍‌କୁ ନେଇ ବର୍ଷିଲେ ବିଧାୟକ ସଂଜୀବ,ପୀଡ଼ିତଙ୍କ ପାଇଁ ତୁରନ୍ତ ସହାୟତା ଓ...

ଭଣ୍ଡାରିପୋଖରୀ ବନ୍ୟା ବିପର୍ଯ୍ୟୟର ରିଲିଫ୍‌କୁ ନେଇ ବର୍ଷିଲେ ବିଧାୟକ ସଂଜୀବ,ପୀଡ଼ିତଙ୍କ ପାଇଁ ତୁରନ୍ତ ସହାୟତା ଓ ବିଡିଓଙ୍କ ବିରୋଧରେ ତଦନ୍ତ ଦାବି

4

ଭଦ୍ରକ, ୧ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବନ୍ୟା କ୍ଷତିଗ୍ରସ୍ତଙ୍କୁ ସହାୟତା ନିମନ୍ତେ ଆଜି ବିଧାୟକଙ୍କ ବାସଭବନରେ ୮ ଦଫା ଦାବୀ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ସଞ୍ଜୀବ ମଲ୍ଲିକ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବନ୍ୟାଜଳରେ କ୍ଷତିଗ୍ରସ୍ତ ହୋଇଥିବା ପ୍ରତ୍ୟକ କ୍ଷତିଗ୍ରସ୍ତ ପରିବାରଙ୍କୁ ୭ଦିନର ରିଲିଫ ପାଇଁ ବ୍ୟବସ୍ଥା କରାଇବା,ବନ୍ୟା ଜଳରେ ବୟସ୍କ ଲୋକ ଠାରୁ ଛୋଟ ପିଲା ପର୍ଯ୍ୟନ୍ତ ପ୍ରତ୍ୟେକ ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ତେଣୁ ତୁରନ୍ତ ଲୋକଙ୍କ ସ୍ୱାସ୍ଥ୍ୟ ସେବା ନିମନ୍ତେ ପ୍ରତ୍ୟେକ ଗାଁରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ କରାଇବା,ପଶୁ ସଂପଦମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ୭ଦିନର ଗୋଖାଦ୍ୟ ଦେବାକୁ ଦାବୀ କରାଇବା,ବନ୍ୟା ଜଳରେ ବହୁ ଲୋକଙ୍କର ଧନ ଜୀବନ ହାନି ହେବା ସହ ତାଙ୍କ କଚ୍ଚା ଘର ମଧ୍ୟ ଭାଙ୍ଗିଛି । ତେଣୁ ତୁରନ୍ତ ଏସବୁକୁ ତଦନ୍ତ କରି କ୍ଷତିଗ୍ରସ୍ତ ପରିବାରଙ୍କୁ ନୂତନ ଗୃହ ପ୍ରଦାନ କରିବାକୁ ଦାବୀ କରିଛନ୍ତି । ଏଥିସହ ବିଡ଼ିଓଙ୍କ ଭୁଲ ପରିଚାଳନା ପାଇଁ ହଜାର ହଜାର ଲୋକ ଭୋକ ଉପାସରେ ରହିବାକୁ ବାଧ୍ୟ ହେଲେ । ଗ୍ରାଉଣ୍ଡ ଜିରୋରେ ଚୁଡ଼ା,ଗୁଡ,ଦିଆସିଲି ଓ ମହମବତୀ ମହଜୁଦ ଅଛି ବୋଲି ରାଜସ୍ୱ ମନ୍ତ୍ରୀଙ୍କୁ ରିପୋର୍ଟ ଦେଇଥିଲେ ବିଡ଼ିଓ । କିନ୍ତୁ ପ୍ରକୃତ ପକ୍ଷେ କୌଣସି ବ୍ୟବସ୍ଥା ନଥିଲା । ନିଜେ ବିଧାୟକ ଶୁଖିଲା ଖାଦ୍ୟ ପଠାଇବା ପାଇଁ ବ୍ଲକରେ ପହଂଚିବା ବେଳକୁ ବ୍ଲକରେ କିଛି ନାହିଁ ବୋଲି ବିଡ଼ିଓ ଏକଥା ବିଧାୟକଙ୍କ ଆଗରେ ମାନିଥିଲେ । ଏବଂ ଏହି ତଥ୍ୟ ବିଧାୟକ ତୁରନ୍ତ ବିଡ଼ିଓଙ୍କ ଆଗରେ ରାଜସ୍ୱ ମନ୍ତ୍ରୀ ଓ ଜିଲ୍ଲପାଳଙ୍କୁ ଫୋନ ଯୋଗେ ଜଣାଇଥିଲେ । ବିଡ଼ିଓଙ୍କ ଏହିପରି ମନମୁଖି କାର୍ଯ୍ୟ ଓ ମିଥ୍ୟା ତଥ୍ୟ ପାଇଁ ଆଜି ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରେ ବନ୍ୟା ପ୍ରପୀଡ଼ିତମାନେ ବହୁ କ୍ଷତି ସହିଲେ । ତେଣୁ ଏହିଭଳି ବିଡ଼ିଓଙ୍କ କାର୍ଯ୍ୟକୁ ତଦନ୍ତ କରିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି ବିଧାୟକ ଶ୍ରୀମଲ୍ଲିକ । ବନ୍ୟା ଜଳରେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ଗମନାଗମନ ଖେତ୍ରରେ ବହୁ କ୍ଷତି ଘଟିଛି । ନିର୍ବାଚନ ମଣ୍ଡଳୀର ଅଧିକାଂଶ ମୁଖ୍ୟରାସ୍ତା,ପଂଚାୟତକୁ ପଂଚାୟତ ସଂଯୋଗ କରୁଥିବା ରାସ୍ତା,ଗ୍ରାମକୁ ଗ୍ରାମ ସଂଯୋଗ କରୁଥିବା ରାସ୍ତା,ବହୁ ପୋଲ(ଶୋଲମପୁର ପଂଚାୟତର ମୁଢ଼ାପଦା ବରାହ ନୂଆପଡ଼ାର ଏବଂ ଦାଣ୍ଡକୂଳ ତିଖିଲିଆ ) ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି ତେଣୁ ତୁରନ୍ତ ଯୁଦ୍ଧକାଳୀନ ଭିତିରେ କାର୍ଯ୍ୟ ଆରମ୍ଭ କରାଯାଉ । ଏହାସହ ଅଧିକାଂଶ ସ୍କୁଲ ଗୃହ,ଅଙ୍ଗନୱାଡି ଘର ଗୁଡିକ ବହୁ କ୍ଷତି ଘଟିଛି । ତେଣୁ ତାହାକୁ ତୁରନ୍ତ ଯୁଦ୍ଧକାଳୀନ ଭିତିରେ କାର୍ଯ୍ୟ କରିବାକୁ ଦାବୀ କରିଛନ୍ତି ବିଧାୟକ । ପ୍ରତ୍ୟେକ ବନ୍ୟାରେ ତେଶୀଙ୍ଗା ପଂଚାୟତର ବନସ୍ଥା ଠାରେ ନଦୀବନ୍ଧ ବାରମ୍ବାର ଧଶୁଛି । ଏହାକୁ ବାରମ୍ୱାର ତିଆରି କରାଯାଉଛି । କିନ୍ତୁ ଏହାର ସ୍ଥାୟୀ ପ୍ରତିକାର କରାଯାଉନାହିଁ । ତେଣୁ ପ୍ରତ୍ୟେକ ବର୍ଷ ଏହି ସ୍ଥାନରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହାର ତଦନ୍ତ କରାଯାଉ ଏବଂ କଂଟିଘାଇ ଏସ୍କେପର ଉଚତା ବୃଦ୍ଧି କରାଯାଉ । ଏହାହେଲେ ଭଣ୍ଡାରିପୋଖରୀ,ଧାମନଗର,ତହିଡ଼ି, ଚାନ୍ଦବାଲିର ହଜାର ହଜାର ଲୋକ ବନ୍ୟା ଦାଉରୁ ରକ୍ଷା ପାଇବା ସହ ଧନ ଜୀବନ ନଷ୍ଟ ହେବାରେ ବଂଚିତ ହେବେ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ ଦାବୀ ଜଣାଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ସରପଂଚ ପରମାନନ୍ଦ ନାୟକ, ବ୍ଲକ ବିଜେଡ଼ି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି, ଲକ୍ଷ୍ମୀଧର ସାହୁ,ସମାଜସେବୀ ସଂଜୀବ ପରିଡ଼ା, ବରିଷ୍ଟ ନେତା ଶରତଚନ୍ଦ୍ର ଜେନା, ବିଜେଡି ନେତା ନୃସିଂହ ନାଥ ପାଲ ଓ ଦିବାକର ଜେନା ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.