Home ଜିଲ୍ଲା ପରିକ୍ରମା ଭଦ୍ରକ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୨୪୍ଠ୭ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ,ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କ ନିର୍ଦ୍ଦେଶ; ସମସ୍ତ ପ୍ରମୁଖ...

ଭଦ୍ରକ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୨୪୍ଠ୭ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ,ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କ ନିର୍ଦ୍ଦେଶ; ସମସ୍ତ ପ୍ରମୁଖ ବିଭାଗର ଅଧିକାରୀ ଓ କର୍ମଚାରୀ ମୁତୟନ

2

ଭଦ୍ରକ, ୧ା୮(ଓଡିଆ ପୁଅ / ସ୍ନିଗ୍ଧା ରାୟ) -ଜିଲ୍ଲାରେ ସମ୍ଭାବ୍ୟ ଜରୁରୀ ପରିସ୍ଥିତିର ମୁକାବିଲା, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଅଧିକ ସୁଚାରୁ ଭାବେ ପରିଚାଳନା କରିବା ଲକ୍ଷ୍ୟରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କ ନିର୍ଦ୍ଦେଶକ୍ରମେ ଭଦ୍ରକ କଲେକ୍ଟରେଟ୍‌?ରେ ୨୪୍ଠ୭ ଜିଲ୍ଲା କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। କଣ୍ଟ୍ରୋଲ ରୁମ୍‌ଟି ଦିନରାତି କାର୍ଯ୍ୟକ୍ଷମ ରହି ପରିସ୍ଥିତିର ନିରନ୍ତର ତଦାରଖ ଓ ଆବଶ୍ୟକ ସମନ୍ୱୟ କରିବ। କଣ୍ଟ୍ରୋଲ ରୁମ୍‌?ରେ ସ୍ୱାସ୍ଥ୍ୟ ବିଭାଗ , ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ, ଜ଼ିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ, ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଯୋଗାଣ ବିଭାଗ, ପୋଲିସ ବିଭାଗ , ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଅଗ୍ନିଶମ ସେବାର ଅଧିକାରୀ ଓ କର୍ମଚାରୀମାନେ ୨୪ ଘଣ୍ଟା ଉପସ୍ଥିତ ରହି ସମନ୍ୱିତ ଭାବେ କାର୍ଯ୍ୟ କରୁଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଉଥିବା ବେଳେ ଜନସାଧାରଣଙ୍କ ସୁରକ୍ଷା, ଆବଶ୍ୟକ ସେବାର ନିରନ୍ତର ଯୋଗାଣ ଏବଂ ଜରୁରୀ ସହାୟତାକୁ ସୁନିଶ୍ଚିତ କରିବା ପାଇଁ ସମସ୍ତ ସମ୍ପୃକ୍ତ ବିଭାଗକୁ ସତର୍କ ଓ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.