ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗରପଡାରେ ପ୍ରତିଷ୍ଠିତ କ୍ରାକ କମ୍ପ୍ୟୁଟର ଏଜୁକେସନର ୧୪ ତମ ପ୍ରତିଷ୍ଠା ଦିବସ ଆଗରପଡାସ୍ଥିତ ଗୋପୀନାଥ ଜରା ନିବାସରେ ପାଳିତ ହୋଇଯାଇଛି । ଏହି ଅବସରରେ ଜରା ନିବାସର ଥିବା ଅନ୍ତେବାସୀଙ୍କୁ ଅନୁଷ୍ଠାନ ପକ୍ଷରୁ ଖାଦ୍ୟ ଓ ବସ୍ତ୍ର ବଟଂନ କରାଯାଇଥିଲା । ଅନୁଷ୍ଠାନର ଅଧ୍ୟକ୍ଷ ତପନ କୁମାର ପୃଷ୍ଟି ଉପସ୍ଥିତ ରହି ଜରା ନିବାସରେ ଥିବା ବୃଦ୍ଧବୃଦ୍ଧାଙ୍କ ଆର୍ଶୀବାଦ ଭିକ୍ଷା କାମନା କରିଥିଲେ । ଏଥିରେ ଜରାନିବାସର ସଭାପତି ତଥା ବିଜେଡି ନେତା ପ୍ରଶାନ୍ତ ଦାଶ, ସମ୍ପାଦକ ତଥା ସାମ୍ବାଦିକ ପ୍ରଦ୍ୟୁମ୍ନ ପୁହାଣ, ସଭ୍ୟ ଦୁଖୀନ ଘଡେଇ, ଜୟଦେବ ସିଂହ, ନୃସିଂହ ଖୁଟିଂଆ, ଦିପକ ମହାନ୍ତି, ପ୍ରତାପ ରାଉତଙ୍କ ସମେତ କ୍ରାକ କମ୍ପ୍ୟୁଟରର ଛାତ୍ରଛାତ୍ରୀ ବ୍ରହ୍ମାନନ୍ଦ ରଣା, ଉଦିତ କୁମାର ସାହୁ, ସନ୍ତୋଷ କୁମାର ସିଂହ, ଜ୍ୟୋର୍ତିମୟୀ ବେହେରା, ଯମୁନା ବାରିକ, ଶିବାନନ୍ଦ ପାଢୀ, ସୁମିତ କୁମାର ପତି, ସୁଜାତା ବାଳା ଗିରି, ସୁକନ୍ୟା ପ୍ରିୟଦର୍ଶନୀ ସାହୁ, ଜସ୍ମିନ୍ ସାହୁ, ହେମଙ୍ଗୀନି ଜେନା, ଦୀପାରାଣୀ ବେହେରା ଓ ନିରୁପମା ପାଢୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କମ୍ପ୍ୟୁଟର ଜ୍ଞାନର ପ୍ରତିଯୋଗୀତା ଅନୁଷ୍ଠିତ ହେବା ସହ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।








