Home ଜିଲ୍ଲା ପରିକ୍ରମା ପିଏମ୍ ଶ୍ରୀ କାଦବରାଙ୍ଗ ସଂଯୁକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରବେଶ ଉତ୍ସବ

ପିଏମ୍ ଶ୍ରୀ କାଦବରାଙ୍ଗ ସଂଯୁକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରବେଶ ଉତ୍ସବ

7

ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ବନ୍ତ ବ୍ଲକ୍ ଅନ୍ତର୍ଗତ ପିଏମ୍ ଶ୍ରୀ କାଦବରାଙ୍ଗ ସଂଯୁକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ଜଣାଇବା ଉଦ୍ଦେଶ୍ୟରେ ପ୍ରବେଶ ଉତ୍ସବ ଉତ୍ସାହ ଓ ଆନନ୍ଦର ସହିତ ପାଳନ କରାଯାଇଛି। ପ୍ରାରମ୍ଭରେ ଅତିଥି ଜଗତର ନାଥ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ଦ୍ୱାଦଶ ଶ୍ରେଣୀର ଛାତ୍ରୀ ସୁନିତା ପଣ୍ଡା ଶୁଳ୍କ ପଠନ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ବିମଳ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଅଧ୍ୟାପକ ନାରାୟଣ ଚନ୍ଦ୍ର ପୁରୀ,ଅଧ୍ୟାପକ ସୁପ୍ନାଲୋକ ସୂତାର,ଜୋସ୍ନାରାଣୀ ପହି, ଅଭିଲିପ୍‌ଶା ଷଣ୍ଢ,ଶିକ୍ଷକ ଅମୃତଲାଲ ମହାନ୍ତି,ଶିକ୍ଷୟିତ୍ରୀ ଅନୁରାଧା ପାଣିଗ୍ରାହୀ,ଲୋପାମୁଦ୍ରା ସ୍ୱାଇଁ, ଆଲୁମିନୀ କମିଟି ସଭାପତି ସୁବଳକାନ୍ତ ପଣ୍ଡା ସମେତ , ଅଭିଭାବକ ଓ ବିଶିଷ୍ଟ ଅତିଥି ଉପସ୍ଥିତ ଥିଲେ। ନବାଗତ ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ, ଚନ୍ଦନ ଟିକା ଓ ମିଠା ପ୍ରଦାନ କରି ସ୍ୱାଗତ କରାଯାଇଥିଲା। ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ନିୟମିତ ପାଠପଢ଼ା, ଶୃଙ୍ଖଳା ଏବଂ ଉତମ ଚରିତ୍ର ଗଠନ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ।ପ୍ରାରମ୍ଭରେ ଅଧ୍ୟାପକ ସରୋଜ କୁମାର ବେହେରା ସ୍ୱାଗତ ସଂଗୀତ ଗାନ କରିଥିଲେ। ଶେଷରେ ବିଦ୍ୟାଳୟ ପକ୍ଷରୁ ସମସ୍ତ ଅତିଥି, ଅଭିଭାବକ ଓ ନବାଗତ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଜଣାଯାଇଥିଲା। ବିଦ୍ୟାଳୟର ସମସ୍ତ କର୍ମକତା, ଆଲୁମିନୀ କମିଟିର ସମସ୍ତ ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.