Home ଜିଲ୍ଲା ପରିକ୍ରମା ବେତାଳିଗାଁ ବଜାରରେ “ଭୋଟ ବଚାଓ- ଦେଶ ବଚାଓ’ ଅଭିଯାନ

ବେତାଳିଗାଁ ବଜାରରେ “ଭୋଟ ବଚାଓ- ଦେଶ ବଚାଓ’ ଅଭିଯାନ

3

ଭଦ୍ରକ, ୨୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜ୍ଞାନେଶ କୁମାରକୁ ଗିରଫ କର, ଭୋଟଚୋର ନରେନ୍ଦ୍ର ମୋଦି ଗାଦି ଛାଡ, ଜନବିରୋଧି ସ୍ୱତନ୍ତ୍ର ସଘନ ସଂଶୋଧନ(ଏସ୍ ଆଇ ଆର) ବାତିଲ କର, ନିର୍ବାଚନୀ ପ୍ରକ୍ରିୟାରେ ଅନିୟମିତତା ବଂଦ କର,ବ୍ୟାପକ ନିର୍ବାଚନୀ ସଂସ୍କାର ଆଣ, ଦେଶବ୍ୟାପୀ ଚାଲିଥିବା ଏସ୍ ଆଇ ଆର ବିରୋଧୀ ଐତିହାସିକ ଆନ୍ଦୋଳନ ଉପରେ ଦମନ ବଂଦ କର ଆଦି ଦାବିରେ ଆସନ୍ତା ନଭେମ୍ବର, ୧ ତାରିଖ ଦିଲ୍ଲୀସ୍ଥିତ ରାମଲୀଳା ମୈଦାନରେ ଇଣ୍ଡିଆ ବ୍ଲକର ମହାସମାବେଶ ଅନୁଷ୍ଠିତ ହେବ । ଏହି ସମାବେଶ ” ଭୋଟ ବଚାଓ, ଦେଶ ବଚାଓ ‘ ଅଭିଯାନ ର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ହେବ । ଏହି ସମାବେଶକୁ ସଫଳ କରିବା ପାଇଁ ବେତାଳିଗାଁ ବଜାରରେ ସିପିଆଇ(ଏମ) ପକ୍ଷରୁ ” ଭୋଟ ବଚାଓ, ଦେଶ ବଚାଓ’ ଅଭିଯାନ ପରିପ୍ରେକ୍ଷୀରେ ଏକ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରାରେ ସିପିଆଇ(ଏମ) ଜିଲ୍ଲା କମିଟି ସଭ୍ୟ ଆଇନଜୀବି ବିକାଶ ନାଥ, ସିପିଆଇ(ଏମ) ନେତା ମାର୍କଣ୍ଡ ଜେନା, ସତ୍ୟମୂର୍ତି ବେହେରା, କେଦାର ମହାପାତ୍ର, ଯୁବନେତା ବିପ୍ଳବ ଯେନା, କୈଳାସ ବାରିକ୍‌, ପ୍ରମୁଖ ସାମିଲ ହୋଇ ନଭେମ୍ବର, ୧ ଦିଲ୍ଲୀ ସମାବେଶକୁ ସଫଳ କରିବା ପାଇଁ ଆହ୍ୱାନ ଜଣାଇଥିଲେ । ଭୋଟଚୋର ଜ୍ଞାନେଶ କୁମାର ଜେଲଖାନାରେ ଭର୍ତି ହେବା ପର୍ଯ୍ୟନ୍ତ ବେତାଳିଗାଁ ଅଞ୍ଚଳରେ ଏହି ଅଭିଯାନ ଚଳାଇ ରଖିବାକୁ ଜନସାଧାରଣଙ୍କୁ ସିପିଆଇ(ଏମ) ନେତୃତ୍ୱ ନିବେଦନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.