ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦିଲ୍ଲୀର ଯନ୍ତର-ମନ୍ତର ଠାରେ ଛାତ୍ର/ଛାତ୍ରୀ ମାନେ ନିଜର ହକ ପାଇଁ ଓ ନିଟ ପେପର ଲିକ ଘଟଣାକୁ ବିରୋଧ କରି ଆନ୍ଦୋଳନ କରୁଥିବା ବେଳେ ସରକାର ପୋଲିସ ଲଗାଇ ଯେଉଁ ଭଳି ଭାବେ ସେମାନଙ୍କୁ ମାଡ଼ମାରି କ୍ଷତାକ୍ତ କରିଥିବା ବେଳେ ସେମାନଙ୍କୁ ଆନ୍ଦୋଳନକୁ ସମର୍ଥନ କରି ଘଟଣା ସ୍ଥଳରେ ପହଂଚି ଥିବା ବିରୋଧି ଦଳର ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳର ଅନ୍ୟ ନେତୃବୃନ୍ଦ ଙ୍କ ପ୍ରତି ପୋଲିସ ଯେଉଁ ଭଳି ଦୁଃବ୍ୟବହାର ପ୍ରଦର୍ଶନ କରିଛି ତାହାକୁ ବିରୋଧ କରି ଆଜି ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ସଭାପତି ନଳିନୀ ମହାନ୍ତି ଙ୍କ ନେତୃତ୍ୱ ରେ ଧାମନଗର ନିର୍ବାଚନ ମଣ୍ଡଳୀର ଅସୁରାଳି ଠାରେ ଶାନ୍ତିପୂର୍ଣ୍ଣ କ୍ୟାଣ୍ଡାଲ ଶୋଭାଯାତ୍ରା ଓ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି । ଏହି କ୍ୟାଣ୍ଡାଲ ଶୋଭାଯାତ୍ରା ଅସୁରାଳି ବଜାର ପରିକ୍ରମା କରି ବଜାର ମଧ୍ୟ ସ୍ଥଳରେ ଥିବା ଦୁର୍ଗା ମଣ୍ଡପ ରେ ପହଂଚି ଥିଲା । ପରେ ମହାତ୍ମାଗାନ୍ଧୀଙ୍କ ଫଟୋଚିତ୍ର ସମ୍ମୁଖରେ ଅନୁଷ୍ଠିତ ସତ୍ୟାଗ୍ରହରେ ଜିଲ୍ଲା ସଭାପତିଙ୍କ ସମେତ ଦଳୀୟ ନେତୃବୃନ୍ଦ ଓ କର୍ମୀ ମାନେ ସାମିଲ ହୋଇଥିଲେ । ଆୟୋଜିତ କ୍ୟାଣ୍ଡାଲ ଶୋଭାଯାତ୍ରା ଓ ସତ୍ୟାଗ୍ରହରେ ବରିଷ୍ଠ ନେତା ଦେବେନ୍ଦ୍ର ମହାନ୍ତି, ପୀତବାସ ଧଳ, ଜିଲ୍ଲା ଦଳିତ ନେତା ରାଜେନ୍ଦ୍ର ପ୍ରସାଦ ଜେନା, ଅଭିଷେକ ରାଉତ,ବିଜୟ ବାରିକ,ଧାମନଗର ବ୍ଲକ ସଭାପତି ଅରବିନ୍ଦ ନାୟକ, ହୃଦାନନ୍ଦ ସେଠି,ବିଦ୍ୟାଧର ଜେନା,ନାରୀନେତ୍ରୀ ଜାନକୀ ମଲ୍ଲିକ, ନିମାଇଁ ଚରଣ ଜେନା, ପ୍ରସନ୍ନ ଧଳ, ନରେନ୍ଦ୍ର ମଲ୍ଲିକ,ପ୍ରଦୀପ୍ତ କିଶୋର ଦାସ, ସୁଧାଂଶୁ ଶେଖର ଦାସ, ରବୀନ୍ଦ୍ର ବେହେରା, ନିରାକାର ଧଳ, ସୁଧୀର ଖୁଂଟିଆ ଆଲୋକ ଦାସ, ଦୀନବନ୍ଧୁ ଦାସ ପ୍ରମୁଖ ଦଳୀୟ ନେତୃବୃନ୍ଦ ସରକାରଙ୍କ କ୍ରୁର ଶାସନ ବ୍ୟବସ୍ଥାକୁ ତୀବ୍ର ବିରୋଧ କରି ସ୍ଲୋଗାନ ଦେଇ ସତ୍ୟାଗ୍ରହରେ ସାମିଲ ହୋଇଥିଲେ । କେନ୍ଦ୍ର ସରକାରଙ୍କ ଶିକ୍ଷା ନୀତି ସମ୍ପୂର୍ଣ ଭୁଶୁଡି ପଡିବା ସହ ଶିକ୍ଷା କ୍ଷେତ୍ରରେ ବିଫଳତା ଓ ପରୀକ୍ଷା ଓ ପରିଚାଳନା ରେ ଅନିୟମିତତା କାରଣରୁ ଲକ୍ଷ ଲକ୍ଷ ଯୁବ ଓ ଛାତ୍ର ମାନଙ୍କ ଭବିଷ୍ୟତ କୁ ଅନ୍ଧାର ମଧ୍ୟକୁ ଠେଲି ଦିଆଯାଇଛି। କଂଗ୍ରେସ ଦଳ ସର୍ବଦା ଯୁବ ଛାତ୍ର ମାନଙ୍କ ପାଇଁ ଲଢେଇ କରି ଆସିଛି ବୋଲି ଜିଲ୍ଲା ସଭାପତି ଶ୍ରୀ ମହାନ୍ତି ଆୟୋଜିତ କ୍ୟାଣ୍ଡେଲ ଶୋଭାଯାତ୍ରା ଓ ସତ୍ୟାଗ୍ରହରେ ମତପ୍ରକାଶ କରିଛନ୍ତି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ୩ ଶହରୁ ଉର୍ଦ୍ଧ ଦଳୀୟ କର୍ମୀ ସାମିଲ ହୋଇ କେନ୍ଦ୍ର ସରକାରଙ୍କ ବିରୋଧ ନାରାବାଜି କରିଥିଲେ ।
Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଶାନ୍ତିପୂର୍ଣ୍ଣ କ୍ୟାଣ୍ଡେଲ ଶୋଭାଯାତ୍ରା ଓ ସତ୍ୟାଗ୍ରହ








