ଭଦ୍ରକ, ୨୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗରର ଦକ୍ଷିଣବାଡ଼ ଅଂଚଳରେ ଗଜଲକ୍ଷ୍ମୀ ପୂଜା ୨୮ ବର୍ଷରେ ପଦାର୍ପଣ କରିଛି। ଆକର୍ଷଣୀୟ ତୋରଣ ଓ ରଙ୍ଗବେରଙ୍ଗ ଆଲୋକସଜ୍ଜାରେ ପୂଜାମଣ୍ଡପ ଝଲସି ଉଠୁଥିବାବେଳେ ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି। ଅକ୍ଟୋବର ୨୫ ତାରିଖ ମଧ୍ୟରାତ୍ରିରୁ ପୂଜା ଆରମ୍ଭ ହୋଇଥିବାବେଳେ ନଭେମ୍ବର ୪ ତାରିଖରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ। ପୂଜା ଅବସରରେ ପ୍ରତିଦିନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ମେଲୋଡି ଓ ଅନ୍ୟାନ୍ୟ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ପ୍ରାରମ୍ଭରେ ଦକ୍ଷିଣବାଡ଼ ଛକରେ ଥିବା ଏକ ନିମଗଛ ମୂଳେ ମାତ୍ର ୫ରୁ ୬ ଜଣ ସଦସ୍ୟ ଏବଂ ଏକ ହଜାର ଟଙ୍କାର ପାଣ୍ଠିକୁ ନେଇ ଏହି ପୂଜା ଆରମ୍ଭ ହୋଇଥିଲା। ଆଜି ଏହି ପୂଜା ଏକ ବଡ଼ ଉତ୍ସବରେ ପରିଣତ ହୋଇଥିବାବେଳେ କମିଟିର ସଦସ୍ୟ ସଂଖ୍ୟା ୨୦୦ ଅତିକ୍ରମ କରିଛି। ଚଳିତବର୍ଷ ପୂଜା ପରିଚାଳନାରେ ପ୍ରାୟ ୧୨ ଲକ୍ଷ ଟଙ୍କା ବ୍ୟୟ ହେଉଥିବା ଜଣାପଡ଼ିଛି। ସ୍ଥାନୀୟ ଅଂଚଳବାସୀଙ୍କ ସହଯୋଗ ଓ ସାମୂହିକ ଉଦ୍ୟମ ଏହି ପୂଜାର ପ୍ରମୁଖ ଆକର୍ଷଣ ପାଲଟିଛି।
Home ଜିଲ୍ଲା ପରିକ୍ରମା ୨୮ ବର୍ଷରେ ଦକ୍ଷିଣବାଡ଼ ଗଜଲକ୍ଷ୍ମୀ ପୂଜା,ଆକର୍ଷଣୀୟ ତୋରଣ ଓ ଆଲୋକସଜ୍ଜାରେ ଝଲସୁଛି ପୂଜାମଣ୍ଡପ








