Home ଜିଲ୍ଲା ପରିକ୍ରମା ଧାମନଗର ତହସିଲ କାର୍ଯ୍ୟାଳୟରେ ପ୍ରମାଣପତ୍ର ପ୍ରଦାନକୁ ନେଇ ଅନିୟମିତତା ଅଭିଯୋଗ,କର୍ମଚାରୀ ବହିଷ୍କୃତ, ତଦନ୍ତ ଆରମ୍ଭ

ଧାମନଗର ତହସିଲ କାର୍ଯ୍ୟାଳୟରେ ପ୍ରମାଣପତ୍ର ପ୍ରଦାନକୁ ନେଇ ଅନିୟମିତତା ଅଭିଯୋଗ,କର୍ମଚାରୀ ବହିଷ୍କୃତ, ତଦନ୍ତ ଆରମ୍ଭ

2

ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ତହସିଲ କାର୍ଯ୍ୟାଳୟରେ ଆବାସିକ ପ୍ରମାଣପତ୍ର ପ୍ରଦାନକୁ ନେଇ ଅନିୟମିତତା ଓ ଲାଂଚ କାରବାରର ଅଭିଯୋଗ ଉଠିବା ପରେ ଜଣେ ଆଉଟସୋର୍ସିଂ କର୍ମଚାରୀଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ମିଳିଛି। ସମ୍ପୃକ୍ତ କର୍ମଚାରୀଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଥିବା ସହ ତଦନ୍ତ ସ୍ୱାର୍ଥରେ ତାଙ୍କ ମୋବାଇଲ ଫୋନ୍ ଜବତ କରାଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ,ଧାମନଗର ନିକଟସ୍ତ ମିର୍ଜାପୁର ଅଂଚଳର ଆଶିଷ କୁମାର ଜେନା ନାମକ ଜଣେ ଯୁବକ ଆଉଟସୋର୍ସିଂ ମାଧ୍ୟମରେ ତହସିଲ କାର୍ଯ୍ୟାଳୟରେ ସାର୍ଟିଫିକେଟ ସମ୍ବନ୍ଧୀୟ କାର୍ଯ୍ୟ କରୁଥିଲେ। ଅଭିଯୋଗ ଅନୁସାରେ, ଜଣେ ସ୍ଥାନୀୟ ନେତାଙ୍କ ଆବାସିକ ପ୍ରମାଣପତ୍ର ଆବେଦନକୁ କାଗଜପତ୍ରର ତ୍ରୁଟି ଦର୍ଶାଇ ଅଟକାଇ ଦିଆଯାଇଥିଲା। ପରେ ଅନ୍ୟ ଜଣେ ଆବେଦନକାରୀଙ୍କ ପକ୍ଷରେ ଆର୍ôଥକ କାରବାର ହୋଇଥିବା ଏବଂ କାଗଜପତ୍ରରେ ତ୍ରୁଟି ଥିଲେ ମଧ୍ୟ ପ୍ରମାଣପତ୍ର ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ ପାଇବା ପରେ ମାମଲା ଉଚ୍ଚ ପ୍ରଶାସନିକ ସ୍ତରକୁ ଯାଇଥିବା ଜଣାପଡ଼ିଛି। ପରବର୍ତୀ ସମୟରେ ତହସିଲଦାର ସମ୍ପୃକ୍ତ ଆଉଟସୋର୍ସିଂ କର୍ମଚାରୀଙ୍କୁ କାର୍ଯ୍ୟରୁ ବହିଷ୍କାର କରିଥିବା ବେଳେ, ଅଧିକ ତଦନ୍ତ ପାଇଁ ତାଙ୍କ ମୋବାଇଲ ଫୋନ୍ ଜବତ କରାଯାଇଥିବା ସୂଚନା ମିଳିଛି। ଏହି ଘଟଣାକୁ ନେଇ ସରକାରୀ କାର୍ଯ୍ୟାଳୟରେ ସେବା ପ୍ରଦାନର ସ୍ୱଚ୍ଛତା ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ତେବେ ଅଭିଯୋଗର ସତ୍ୟତା ସମ୍ପର୍କରେ ପ୍ରଶାସନ ପକ୍ଷରୁ ତଦନ୍ତ ଜାରି ରହିଛି ଏବଂ ଅନ୍ତିମ ରିପୋର୍ଟ ପରେ ପ୍ରକୃତ ତଥ୍ୟ ସ୍ପଷ୍ଟ ହେବ ବୋଲି ତହସିଲଦାର କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.