Home ଜିଲ୍ଲା ପରିକ୍ରମା ଚରମ୍ପା ମହାବିଦ୍ୟାଳୟ ରାସ୍ତାରେ ଆଣ୍ଠୁଏ ପାଣି ପ୍ରସଙ୍ଗ,ଯାହା ନ କଲା ପ୍ରଶାସନ, ତାହା କରି ଦେଖାଇଲେ...

ଚରମ୍ପା ମହାବିଦ୍ୟାଳୟ ରାସ୍ତାରେ ଆଣ୍ଠୁଏ ପାଣି ପ୍ରସଙ୍ଗ,ଯାହା ନ କଲା ପ୍ରଶାସନ, ତାହା କରି ଦେଖାଇଲେ ଗ୍ରାମବାସୀ

2

ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଚରମ୍ପା ମହାବିଦ୍ୟାଳୟ ରାସ୍ତାରେ ଆଣ୍ଠୁଏ ପାଣି । ଗତ ଦୁଇ ଦିନ ତଳେ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ପାଣି ନିଷ୍କାସନ ପାଇଁ ତତ୍ପରତା ଦେଖାଇବା ପରିବର୍ତେ ଚୁପ ହୋଇ ବସିଥିବା ବେଳେ ଅସୁରାର କିଛି ଯୁବ ସମାଜସେବୀ ନିଜ ଉଦ୍ୟମରେ ପାଣି ନିଷ୍କାସନ ବ୍ୟବସ୍ଥା କରିଥିଲେ। ଅରୁଣଜ୍ୟୋତି ମହାପାତ୍ର,ଦିବାକର ପାଳ, ଅଜିତ ବାରିକ, ସୌରଭ ବେହେରା ଏକ ପ୍ରୋକଲିନ ମେସିନ ଆଣି ରାସ୍ତା ପାଖେ ପାଖେ ଏକ ନାଳ ତିଆରି କରି ପାଣିନିଷ୍କାସନର ବ୍ୟବସ୍ଥା କରି ପ୍ରଶଂସା ସାଉଁଟିଛନ୍ତି। ଏଠାରେ ସ୍ମରଣଯୋଗ୍ୟ ଗତ ୧୦ଦିନରୁ ଅଧିକ ଦିନ ଧରି ଚରମ୍ପା ମହାବିଦ୍ୟାଳୟ ରାସ୍ତାରେ ଆଣ୍ଠୁଏରୁ ଅଧିକ ପାଣି ଜମି ରହିଥିବାରୁ ଛାତ୍ରଛାତ୍ରୀ, ଅଭିଭାବକ ତଥା ଅସୁରା ଗ୍ରାମବାସୀ ବହୁତ ହଇରାଣ ହେଉଥିଲେ। ଏପରି କି ଚରମ୍ପା ମହାବିଦ୍ୟାଳୟର ଅଧକ୍ଷା ସଂଯୁକ୍ତା ବୋଷ ଜିଲ୍ଲା ପ୍ରଶାସନକୁ ଅବଗତ କରିଥିଲେ ବି ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ନଥିଲେ। ଯୁବ ସମାଜସେବୀ ମାନଙ୍କର ଏତାଦୃଶ କାର୍ଯ୍ୟ ପାଇଁ ସାମ୍ବାଦିକ ନଗେନ୍ଦ୍ର ପାଣି କୃତଜ୍ଞତା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.