Home ଜିଲ୍ଲା ପରିକ୍ରମା ରଥଯାତ୍ରା ଜାତିଧର୍ମ ଐକ୍ୟତାର ପର୍ବ, ଆମ ମାତୃଭାଷା ପରିଷଦର ସଂକ୍ରାନ୍ତି ଆସର

ରଥଯାତ୍ରା ଜାତିଧର୍ମ ଐକ୍ୟତାର ପର୍ବ, ଆମ ମାତୃଭାଷା ପରିଷଦର ସଂକ୍ରାନ୍ତି ଆସର

2

ଭଦ୍ରକ, ୧୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆମ ମାତୃଭାଷା ପରିଷଦର କର୍କଟ ସଂକ୍ରାନ୍ତି ଆସର ସାମରାଇପୁର କଲ୍ୟାଣୀନଗରସ୍ଥିତ ଗୁରୁକୃପା ଭବନରେ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ରାମଚନ୍ଦ୍ର ପଣ୍ଡାଙ୍କ ପୌରହିତ୍ୟରେ ପ୍ରାକ୍ତନ ଅଧ୍ୟକ୍ଷ କମଳାକାନ୍ତ ସ୍ୱାଇଁ ଉଦଘାଟନ କରିଥିଲେ। “ରଥଯାତ୍ରା, ଜାତି ଧର୍ମ ଚେତନାର ଅନେକ ଉର୍ଦ୍ଧ୍ୱରେ” ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟଅତିଥି ପଣ୍ଡିତ ନରହରି ଦାଶ, ମୁଖ୍ୟବକ୍ତା ପ୍ରାକ୍ତନ ଅଧ୍ୟକ୍ଷ ଶିବଚରଣ ଖାମୁରାଇ, ସମ୍ମାନିତ ଅତିଥି ଅଧ୍ୟାପକ ମାଧବ ଚନ୍ଦ୍ର ଜେନା, ଶିକ୍ଷାବିତ୍ ଗୟାଧର ପଣ୍ଡା, ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ଗୌରାଙ୍ଗ ବାରିକ ରଥଯାତ୍ରା ସମସ୍ତ ଧର୍ମ, ଜାତି, ବର୍ଣ୍ଣ ନିର୍ବିଶେଷରେ ଏକତା ଓ ପ୍ରେମ ଭାବର ଉଦ୍ରେକ କରେ। ରଥଯାତ୍ରାରେ ଯେ ପହଂଚିଯାଏ ସେ ମହାସମୁଦ୍ରରୂପି ଲୋକାରଣ୍ୟରେ ତା’ର ହିଂସା, ଅହଙ୍କାର, କ୍ରୋଧଭାବ ଦୂରୀଭୂତ ହୋଇ ପ୍ରଭୁ ପ୍ରେମରେ ଲୀନ ହୋଇଯାଏ ଏବଂ ସେ ସେହିଠାରେ ଚିନ୍ତାକରେ ଯେ ପ୍ରଭୁ ପାଦ ହିଁ ଶ୍ରେଷ୍ଠ ସ୍ଥାନ ଆଉ ସବୁ, ମାୟାଭାବ ବୋଲି ମତବ୍ୟକ୍ତ କରିଥିଲେ। ଶିକ୍ଷାବିତ୍ ପଣ୍ଡିତ ଅଜୟ କୁମାର କର ଓ ପ୍ରାକ୍ତନ ପୋଲିସ୍ ଅଧିକାରୀ ରମେଶ ଚନ୍ଦ୍ର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ଆସରରେ ଉମେଶ ଚନ୍ଦ୍ର ମହାପାତ୍ର, ସାବିତ୍ରୀ ବାନାର୍ଜୀ, ବିପ୍ଳବ କୁମାର ହୋତା, ଅଜୟ ଚନ୍ଦ୍ର ମହାପାତ୍ର, କୈଳାସ ଦାସ, ମୋନାଲିସା ସାହୁ, ନିରଞ୍ଜନ ନାୟକ, ଶିଶୁ କବି ଅଂଶୁମାନ ସ୍ୱାଇଁ, ରାଖାଲ୍ ଚନ୍ଦ୍ର ସ୍ୱାଇଁ, ରମାକାନ୍ତ ପାଳ, ଡ. ପୂଜାରାଣୀ ଘୋଷ, ଶ୍ରଦ୍ଧାଞ୍ଜଳି ମିଶ୍ର, ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ବିଜୟ କୁମାର ବହଳୀ, ସୁରେଶ କୁମାର ସାହୁ, ଶେକ୍ ଅବଦୁଲ ଦୟାନ୍‌, ମୁସ୍ତାକ୍ ଗହ୍ୱର ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ। ଅଧିବକ୍ତା ମନୋରଞ୍ଜନ ଦାସ ମଂଚ ଆହ୍ୱାନ ଓ ଅତିଥି ପରିଚୟ କରିଥିଲେ। ପ୍ରତିଷ୍ଠାତା ସମ୍ପାଦକ ଡାକ୍ତର ଅନିଲ କୁମାର ଦାଶ ପ୍ରାରମ୍ଭିକ ଭଜନ ପରିବେଷଣ ଓ ସମ୍ପାଦକୀୟ ପାଠ କରିଥିଲେ। କବି ମୀନତି ବାରିକ ଭଜନ ପରିବେଷଣ କରି ପୁରସ୍କୃତ ହୋଇଥିଲେ। ସହ ସମ୍ପାଦିକା ମମତା ରାଣୀ ଦାଶମିଶ୍ର ମଂଚ ପରିଚାଳନା ଓ ସଙ୍ଗୀତ ଗାନ କରିଥିଲେ। ଶେଷରେ ସମାଜସେବୀ ନାରାୟଣ ଚନ୍ଦ୍ର ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.