ଭଦ୍ରକ, ୧୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଶୀଘ୍ର ସୁସ୍ଥତା ଓ ଆଶୁ ଆରୋଗ୍ୟ କାମନା କରି ଭଦ୍ରକ ସ୍ଥିତ ମା’ ଦକ୍ଷିଣେଶ୍ୱର କାଳୀଙ୍କ ପୀଠରେ ବିଜୁ ଜନତା ଦଳ, ଭଦ୍ରକ ନିର୍ବାଚନ ମଣ୍ଡଳୀ ପକ୍ଷରୁ ଦୀପଦାନ ଓ ସାମୂହିକ ପ୍ରାର୍ଥନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଭଦ୍ରକ ବ୍ଲକ ସଭାପତି ପ୍ରଫୁଲ୍ଲ ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପ୍ରାର୍ଥନା ସଭାରେ ଉପସ୍ଥିତ ସମସ୍ତ ନେତୃବୃନ୍ଦ ଓ କର୍ମୀମାନେ ମା’ ଦକ୍ଷିଣେଶ୍ୱର କାଳୀଙ୍କ ନିକଟରେ ଶ୍ରୀ ସାମଲଙ୍କ ଉତମ ସ୍ୱାସ୍ଥ୍ୟ, ଦୀର୍ଘାୟୁ ଏବଂ ଶୀଘ୍ର ଆରୋଗ୍ୟ କାମନା କରିଥିଲେ। ଏହି ଅବସରରେ ବରିଷ୍ଠ ଅଧିବକ୍ତା ପୱନ୍ ଶର୍ମା, ଦିଲ୍ଲୀପ ନାୟକ, ପଙ୍କଜ ବଳ, ରଘୁନାଥ ପଣ୍ଡା, ଅଞ୍ଜନ ଜେନା, ରାକେଶ ପଣ୍ଡା, ଘାଉଲି ଜେନା, ମହେଶ୍ୱର ନାଥ, ଅଶୋକ ନାୟକ, ଗୋପାଳ କୃଷ୍ଣ ଦାସ, ସୁଶାନ୍ତ ଚୌଧୁରୀ, ରବି ରାଉ, ବିକାଶ ଶ୍ରେଷ୍ଠା, ବାପୁନ ମହାନ୍ତି, ସୁବ୍ରତ କୁମାର ଦାସ, ଅତିସ୍ ଦାସ, ସତ୍ୟ ପ୍ରକାଶ ବିଶ୍ୱାଳ, ମନୀନ୍ଦ୍ର ମହାନ୍ତି, ଜଳେନ୍ଦ୍ର ମହାନ୍ତି, ମିହିର ଜେନା, ଦେବାଶିଷ ଭାରତୀ, ସୌମେନ୍ଦ୍ର ସାହୁ, ହେମନ୍ତ ନାୟକ, ସୂରଜ ସିଂହ, କାମେଶ ବାରିକ, ବାବା ନାୟକ, ଅମିତ ମହାନ୍ତି ଓ ହରୀ ନାଥଙ୍କ ସମେତ ବିଜୁ ଜନତା ଦଳର ବହୁ ନେତୃବୃନ୍ଦ, କର୍ମୀ ଏବଂ ଶୁଭେଚ୍ଛୁମାନେ ଉପସ୍ଥିତ ରହିଥିଲେ। ଶେଷରେ ସମସ୍ତେ ମା’ ଦକ୍ଷିଣେଶ୍ୱର କାଳୀଙ୍କ ନିକଟରେ ପ୍ରାର୍ଥନା କରି ଶ୍ରୀ ସାମଲ ଶୀଘ୍ର ସୁସ୍ଥ ହୋଇ ପୂର୍ବଭଳି ଜନସେବାରେ ସକ୍ରିୟ ହୁଅନ୍ତୁ ବୋଲି କାମନା କରିଥିଲେ।







