ଭଦ୍ରକ, ୧୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପାନୀୟ ଜଳ ଖାଦ୍ୟ ଓ ପବନ ପରି ଶୌଚ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଶାରୀରିକ ବ୍ୟବସ୍ଥା। ମାତ୍ର ଅତୀବ ଦୁଃଖ ଓ ପରିତାପର ବିଷୟ ଏହିକି ଇଷ୍ଟ କୋଷ୍ଟ ରେଳ କର୍ତୃପକ୍ଷ ଭଦ୍ରକ ରେଳ ଷ୍ଟେସନ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଅଛି।ଭଦ୍ରକ ରେଳ ଷ୍ଟେସନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରଥମ ଶ୍ରେଣୀ ର ଷ୍ଟେସନ ହୋଇଥିଲା ବେଳେ ପ୍ରତିଦିନ ୧୦ ହଜାର ପାଖା ପାଖି ଯାତ୍ରୀ ଓ ସେମାନଙ୍କ ସମ୍ପର୍କୀୟ ମାନେ ଯାତାୟାତ କରିଥାନ୍ତି। ଏହି ଷ୍ଟେସନ ୧୨୮ ବର୍ଷର ପୁରାତନ ହୋଇଥିଲେ ମଧ୍ୟ ଯାତ୍ରୀ ମାନଙ୍କ ପାଇଁ ମୌଳିକ ସୁବିଧାରୁ ବଂଚିତ। ଏହି ଷ୍ଟେସନ ବାହାରେ କୌଣସି ଶୌଚାଳୟ ନାହିଁ। ଯାହା ଫଳରେ ବରିଷ୍ଠ ନାଗରିକ, ମହିଳା ଯାତ୍ରୀ, ଛାତ୍ରୀ ମାନେ ଅଟୋ ରିକ୍ସା ଚଳାଉଥିବା ଚାଳକ ବୁଲା ବିକାଳୀ ଓ ସେମାନଙ୍କ ସହଯୋଗୀ ମାନେ ଶୌଚ କାର୍ଯ୍ୟ ସମ୍ପାଦନ କରିବାକୁ ଇଆଡ଼େ ସିଆଡେ ଦୌଡ଼ା କରି ଲଜ୍ଜିତ ହେଉଛନ୍ତି। ବାରମ୍ବାର ଏ ବିଷୟରେ ଉତ୍କଳ ସର୍ବୋଦୟ ମଣ୍ଡଳ ର ସଭାପତି ଓ ଭଦ୍ରକ ଜିଲ୍ଳାର ଜନ ସାଧାରଣ ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ପାଇଁ ରେଳ କର୍ତୃପକ୍ଷ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ମାତ୍ର ଅଦ୍ୟାବଧି ବିଶେଷ କିଛି କର୍ଯ୍ୟର ଅଗ୍ରଗତି ହୋଇନାହିଁ। ତେଣୁ ଗତକାଲି ଅପରାହ୍ନରେ ଉତ୍କଳ ସର୍ବୋଦୟ ମଣ୍ଡଳ ର ସଭାପତି ଶ୍ରୀ ଅମର କୁମାର ପାଣିଗ୍ରାହୀ ଙ୍କ ନେତୃତ୍ୱରେ କର୍ମକର୍ତା ୩ମାସ ତଳେ ଭଦ୍ରକ ଜିଲ୍ଲା ସର୍ବୋଦୟ ମଣ୍ଡଳ ଓ ଜନସାଧାରଣ ଙ୍କ ତରଫରୁ ଯେଉଁ ଦାବୀ ପତ୍ର ପ୍ରଦାନ କରାଯାଇଥିଲା ତା ପରେ ରେଳ କର୍ତୃପକ୍ଷ ଭଦ୍ରକ ଷ୍ଟେସନ ବାହାରେ ଶୌଚାଳୟ ପ୍ରତିଷ୍ଠା ନିମନ୍ତେ ସର୍ଭେ ଆରମ୍ଭ କରିଛନ୍ତି ଓ ଶୌଚାଳୟ ନିର୍ମାଣ ପାଇଁ ନିଷ୍ପତି ନେଇଛନ୍ତି। ରେଳ ଯାତ୍ରୀ ମାନଙ୍କ ଶୌଚ ସମସ୍ୟାର ତୁରନ୍ତ ସମାଧାନ ପାଇଁ ୧ ନମ୍ବର ପ୍ଲାଟଫର୍ମ ରେ ଶୌଚାଳୟ ନିର୍ମାଣ କରିବାକୁ ସ୍ଥିର କରିଛନ୍ତି। ବିଳମ୍ୱ ନ କରି ଯଥା ଶୀଘ୍ର ଷ୍ଟେସନ ବାହାରେ ଏକ ସୁଲଭ ଶୌଚାଳୟ ପ୍ରତିଷ୍ଠା ନିମନ୍ତେ ଭଦ୍ରକ ଜିଲ୍ଲା ସର୍ବୋଦୟ ମଣ୍ଡଳ ସଭାପତି ଅମର କୁମାର ପାଣିଗ୍ରାହୀ ଙ୍କ ନେତୃତ୍ୱରେ ଯାଇଥିବା ସମସ୍ତ କର୍ମକର୍ତା ଏବଂ ଜନସାଧାରଣ ଭଦ୍ରକ ରେଳ ଷ୍ଟେସନ ମ୍ୟାନେଜର ଙ୍କୁ ଦାବିପତ୍ର ପ୍ରଦାନ ମାଧ୍ୟମରେ ନିବେଦନ କରିଛନ୍ତି। ଉକ୍ତ ଦାବୀ ପତ୍ର ପ୍ରଦାନ ସମୟରେ ଭଦ୍ରକ ଜିଲ୍ଲା ସର୍ବୋଦୟ ମଣ୍ଡଳ ସମ୍ପାଦକ ଗାୟାଧର ପଣ୍ଡା, ଉପସଭାପତି ଅଧିବକ୍ତା ଆଦିତ୍ୟ କୁମାର ନାୟକ, ଉପସଭାପତି ନାରାୟଣ ପାଢ଼ୀ, ମହିଳା ସଭାନେତ୍ରୀ ଶାନ୍ତି ଲତା ବାରିକ, ବୁଦ୍ଧିଜୀବି ସଂଯୁକ୍ତା ଯାଦବ,ପ୍ରାଧ୍ୟାପକ କମଳା କାନ୍ତ ସ୍ୱାଇଁ, ବରିଷ୍ଠ ନାଗରିକ ସାନ୍ତୁନୁ ରାଉତ ଶିଶିର ମିଶ୍ର ପ୍ରମୁଖ ଯଥାଶୀଘ୍ର ଏକ ସୁଲଭ ଶୌଚାଳୟ ଷ୍ଟେସନ ବାହାରେ କୌଣଷି ଏକ ସ୍ଥାନରେ ନିର୍ମାଣ କରିବାକୁ ଅନୁରୋଧ କରିଥିଲେ। ଯଦି ଏହା ଏକ ମଧ୍ୟରେ ଆରମ୍ଭ ନ ହୁଏ ତେବେ ଭଦ୍ରକ ଜିଲ୍ଲା ଜନସାଧାରଣ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ। ଶୌଚାଳୟ ନିର୍ମାଣ ନ ହେବା ଦ୍ୱାରା ଷ୍ଟେସନ ବାହାର ପରିବେଶ ଓ ବାତାବରଣ ଅପରିଷ୍କାର ଓ ପୂତି ଗନ୍ଧ ମୟ ହେଉଅଛି। ଯାହା ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱଚ୍ଛ ଭାରତ ନାରାର ବିରୁଦ୍ଧାଚରଣ କରୁଅଛି ବୋଲି ସମସ୍ତେ ପ୍ରକାଶ କରିଥିଲେ।
Home ଜିଲ୍ଲା ପରିକ୍ରମା ନ୍ୟାର୍ଯ୍ୟ ଦାବି ପାଇଁ ଭଦ୍ରକ ଜିଲ୍ଳା ବାସୀଙ୍କ ସଂଘର୍ଷ, ଶୌଚାଳୟ ନିର୍ମାଣ ପାଇଁ ପୁନର୍ବାର ଭଦ୍ରକ...







