Home ଜିଲ୍ଲା ପରିକ୍ରମା ମା’ ଓ ମାଟି ଉଭୟ ସୃଷ୍ଟି, ଜୀବନ, ପାଳନ ଓ ସୃଜନ ଶକ୍ତିର ଆଧାର, ମାତୃଶକ୍ତି...

ମା’ ଓ ମାଟି ଉଭୟ ସୃଷ୍ଟି, ଜୀବନ, ପାଳନ ଓ ସୃଜନ ଶକ୍ତିର ଆଧାର, ମାତୃଶକ୍ତି ବନ୍ଦନ: ମା’ ଓ ମାଟି ମହୋତ୍ସବ -୨୦୨୬ ର ପଂଚମ ସନ୍ଧ୍ୟା

4

ଭଦ୍ରକ, ୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମା’ ଓ ମାଟି ଠାରେ ରହିଛି ସୃଜନୀ ଶକ୍ତି।ବିଶ୍ୱର ପ୍ରତ୍ୟେକ ରାଷ୍ଟ୍ର ପୁରୁଷ ଓ ମହୀୟସୀ ମହିଳାଙ୍କୁ ଜନ୍ମ ଦେଇଛି ଓ ପାଳନ ବି କରିଛି ,ମା’ ଏବଂ ମାଟି ଦେଇଛି ଜୀବନ, ବଞ୍ଚିବାର ଉପାଦାନ, ଭାଷା ଓ ପରିଚୟ। ପୁରୁଷ ସହ କାନ୍ଧ ଓ ପାଦ ମିଳାଇ ରାଷ୍ଟ୍ରର ସର୍ବବିଧ ବିକାଶରେ ନାରୀର ରହିଛି ସୁଦୃଢ଼ ଓ ସଫଳ ହାତ।ଏଣୁ ନାରୀଶକ୍ତି ବିନା ରାଷ୍ଟ୍ରର ନିର୍ମାଣ ଓ ବିକାଶ ସମ୍ପୂର୍ଣ୍ଣ ଅସମ୍ଭବ ବୋଲି ମାତୃଶକ୍ତି ବନ୍ଦନ: ମା’ ଓ ମାଟି ମହୋତ୍ସବ କମିଟି ତଥା ଓଡ଼ିଶା ତେଜସ୍ୱିନୀ ମହିଳା ସଙ୍ଗଠନ, ଭଦ୍ରକ ଏବଂ ଭୂମି କନ୍ୟା ମହିଳା ସଙ୍ଗଠନ ଓଡ଼ିଶା, ଭଦ୍ରକ ଆନୁକୁଲ୍ୟରେ ଭଦ୍ରକ ସହର କଚେରୀ ବଜାର ସ୍ଥିତ ମନମୋହନ ସଂଗୀତ ପରିଷଦ ପଡ଼ିଆରେ ଆୟୋଜିତ ମାତୃଶକ୍ତି ବନ୍ଦନ: ମା’ ଓ ମାଟି ମହୋତ୍ସବ -୨୦୨୬ ପଂଚମ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ମାତୃଶକ୍ତି ବନ୍ଦନ ମା’ ଓ ମାଟି ମହୋତ୍ସବ କମିଟିର ଆବାହକ ଅଧ୍ୟାପକ ନୀହାର ରଞ୍ଜନ କରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ସାରସ୍ୱତ ସନ୍ଧ୍ୟାରେ ଭଦ୍ରକର ଡେପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଳ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସେବା ନିବୃତା ଅଧ୍ୟକ୍ଷା ତଥା ପ୍ରଖ୍ୟାତ କବୟିତ୍ରୀ ସୁଚିତ୍ରା ପାଣିଗ୍ରାହୀ ମୁଖ୍ୟ ବକ୍ତା, ଭଦ୍ରକ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମଧୁସ୍ମିତା ମହାପାତ୍ର, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ତଥା କବୟିତ୍ରୀ ଗୀତା ରାଣୀ ଆଇଚ, ଓଡ଼ିଶୀ ନୃତ୍ୟ ବିଶାରଦା ମିନତି ନନ୍ଦ, ଓଡ଼ିଶା ତେଜସ୍ୱିନୀ ମହିଳା ସଙ୍ଗଠନ ସଭାନେତ୍ରୀ କଳ୍ପନା ଜେନା, ଭୂମି କନ୍ୟା ମହିଳା ସଙ୍ଗଠନ ସଭାନେତ୍ରୀ ସଂଯୁକ୍ତା ବଳ ନାୟକ, ଉପସଭାନେତ୍ରୀ ମମତା ବଳ ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ। ଭଦ୍ରକର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜ ସେବିକା ସୁଭଦ୍ରା ମହତାବ ସ୍ମୃତିରେ ପଂଚମ ସନ୍ଧ୍ୟା ମଂଚକୁ ଉତ୍ସର୍ଗ କରାଯାଇଥିଲା ଏବଂ ‘ରାଷ୍ଟ୍ର ନିର୍ମାଣରେ ନାରୀର ଭୂମିକା ‘ ଶୀର୍ଷକରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ମା’ ଓ ମାଟି ମହୋତ୍ସବ କମିଟିର ସଭାପତି ଇଂ. ଅଭୟ ସୂତାର ସ୍ୱାଗତ ଭାଷଣ ଓ ପ୍ରାରମ୍ଭିକ ସୂଚନା, ସମ୍ପାଦକ ରବିନାରାୟଣ ଖିଲାର ଅତିଥି ପରିୟ ପ୍ରଦାନ କରିଥିବା ବେଳେ ମହୋତ୍ସବର ଉପସଭାନେତ୍ରୀ ମନୋରମା ରାୟ ଅତିଥିମାନଙ୍କୁ ମଂଚ ନିମନ୍ତ୍ରଣ କରିଥିଲେ। ସାଂସ୍କୃତିକ ସମ୍ପାଦକ ରାମନାରାୟଣ ମହାନ୍ତି ସ୍ୱାଗତ ଭାଷଣ ସଂଗୀତ ପରିବେଷଣ କରିଥିଲେ ଓ ପ୍ରଧାନ ଶିକ୍ଷୟିତ୍ରୀ ଡ. ଜାନକୀ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ। ଓଡ଼ିଶା ତେଜସ୍ୱିନୀ ମହିଳା ସଙ୍ଗଠନ ସମ୍ପାଦିକା ଅଞ୍ଜନା ମିଶ୍ର, ସହସମ୍ପାଦିକା ଚୈତାଳି ଖିଲାର , ଶିକ୍ଷୟିତ୍ରୀ ସାବିତ୍ରୀ ସେଠୀ,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ଯାଦବ ପ୍ରମୁଖ ମଞ୍ଚ ଓ ମହୋତ୍ସବ ପରିଚାଳନା କରିଥିଲେ।ଆର ଡି.ଏସ୍‌. ଡ୍ୟାନ୍ସ ଗ୍ରୁପ୍ , ଭଦ୍ରକର କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.