Home ଜିଲ୍ଲା ପରିକ୍ରମା କ୍ରୀଡ଼ାବିତ ତଥା ସାମ୍ପ୍ରଦାୟିକ ସଦଭାବନାର ରକ୍ଷକ “ହାଜୀ କାସିମ ଖାନ’ଙ୍କ ଦେହାନ୍ତ

କ୍ରୀଡ଼ାବିତ ତଥା ସାମ୍ପ୍ରଦାୟିକ ସଦଭାବନାର ରକ୍ଷକ “ହାଜୀ କାସିମ ଖାନ’ଙ୍କ ଦେହାନ୍ତ

3

ଭଦ୍ରକ, ୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ବିଶିଷ୍ଟ କ୍ରୀଡ଼ାବିତ ତଥା ସାମ୍ପ୍ରଦାୟିକ ସଦଭାବନାର ରକ୍ଷକ ହାଜୀ ଅବୁଲ କାଶିମ ଖାନ (୮୧) ବର୍ଷ ବୟସ ବୁଧୁବାର ରାତ୍ରି ୧. ୩୦ ରେ ଭୁବନେଶ୍ୱର ସ୍ଥିତ ସମ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି । ଭଦ୍ରକ ସରକାର ନଗର ସ୍ଥିତ ତାଙ୍କ ବାସଭବନରେ ସକାଳ ୯ ଘଟିକା ସମୟରେ ଭୁବନେଶ୍ୱର ରୁ ଭଦ୍ରକ ପହଁଚିଲା ବେଳକୁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ପ୍ରବଳ ଭିଡ଼ ଜମିଥିଲା ଓ ତାଙ୍କ ମୃତ୍ୟୁରେ ଭଦ୍ରକ ଜଣେ ମୁରବିଙ୍କୁ ହରାଇଛି । ୯ ନଭେମ୍ବର ୧୯୪୫ ରେ ଭଦ୍ରକ କାଜି ମହଲ୍ଲା ଗାଁରେ ଜନ୍ମ ଗ୍ରହଣ କରିଥିଲେ। ଶାନ୍ତ, ସରଳ ସ୍ୱଭାବର ମଣିଷ ଥିଲେ । କାଶିମ ଖାନ ଫୁଟବଲ ଖେଳାଳୀ ଭାବେ ପରିଚିତ ହୋଇ ଭଦ୍ରକ କଲେଜରେ ଲେବୋରୋଟିଆନ ଭାବେ ଚାକିରୀ କରିଥିଲେ ।ଚାକିରୀ ରୁ ଅବସର ପରେ ହନିଫ ସ୍ମୃତି କମିଟି, ମଧୁସୂଦନ ଜେନା ସ୍ମୃତି କମିଟି, ନାରାୟଣ ଚନ୍ଦ୍ର ହାଇସ୍କୁଲର ପୁରାତନ ଛାତ୍ର ସଂସଦ ସଭାପତି, ମହାତ୍ମାଗାନ୍ଧୀ ବିଚାର ମଂଚ ର ଉପଦେଷ୍ଟା ଭାବେ, ରୋଭର୍ସ କ୍ଲବର ସଭାପତି , ଜାମା ମସଜିଦ କମିଟିର ସଭାପତି ଓ ଭଦ୍ରକ ମୁସଲିମ ଜମାତର ପରାମର୍ଶଦାତା ଭାବେ କାର୍ଯ୍ୟକରୁଥିଲେ ଏବଂ ତା’ସହିତ ସାଂକୃତିକ, ସାମାଜିକ ଓ ପୂଜ୍ୟପୂଜା ଅନୁଷ୍ଠାନ ସହ ସାମ୍ପ୍ରଦାୟିକ ସଦଭାବନାର ରକ୍ଷକ ଭାବେ କାର୍ଯ୍ୟ କରି ବହୁତ ସୁନାମ ଅର୍ଜନ କରିଛନ୍ତି । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ହିଦାତୁନ ନିଶା ଫରହଦ, ୩ ପୁଅ ଇନ୍ତେଖାବ ଆଲାମ, ଇମତିଆଜ ଆଲାମ, ଇଫ୍‌ତେଖାର ଆଲାମ ଓ ଗୋଟିଏ ଝିଅ ମରିୟମ ପାକିଜା ସମେତ ସମସ୍ତ ପରିବାର ବର୍ଗ ଉପସ୍ଥିତ ଥିଲେ । ପୂର୍ବତନ ମନ୍ତୀ ପ୍ରଫୁଲ୍ଲ ସାମଲ, ବିଦ୍ୟାଧର ସାହୁ, ଭଦ୍ରକ ପୌରଧ୍ୟକ୍ଷା ଗୁଲମକ୍କୀ ଦଲୱାଜି ହବିବ, ନାରାୟଣ ଚନ୍ଦ୍ର ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଶୁକୃତି କର, ରୋଭର୍ସ କ୍ଲବର ସମ୍ପାଦକ ହରୀ ନନ୍ଦୀ, ସମାଜସେବୀ ଏସ.ଏମ. ଫାରୁକ, ସୁଧାକର ରାଉତ, ମୁସଲିମ ଜମାତର ଉପ-ସଭାପତି ମହମ୍ମଦ ଜକାଉଲ୍ଲା ,ସାଧାରଣ ସମ୍ପାଦକ ହାଜୀ ଏନାମ ମହମ୍ମଦ, ସମ୍ପାଦକ ହାଜୀ ଅବଦୁଲ ମୁକିତ ଖାନ, ହାଜୀ ଅନୱର ହୋସେନ, ତ୍ୟାଗଭୂମି ସଭାପତି ଅଜୟ ନାୟକ, ଲଲାଟେନ୍ଦୁ ମହାନ୍ତି, ବାଳଆଶ୍ରମ ସମ୍ପାଦକ ଅଶୋକ ଦାସ, ଯୁବ ନେତା ଜାହୀଦ ହବିବ, ମିଡ଼ିଆ ସେଲ ତଥା ସର୍କାର ଖବରକାଗଜ ର ଜିଲ୍ଲା ପ୍ରତିନିଧି ଶେଖ ଅନୱର , ଜମିଲ ଅଖତର ଖାନ, ଇଂ. ରେଜାଏ ରସୁଲ ,କବି ମୁସ୍ତାକ ଗୌହରଙ୍କ ସହ ମୁସଲିମ ଜମାତର ସମସ୍ତ ସକ୍ରିୟ ସଭ୍ୟ, ଜାମା ମସଜିଦ କମିଟିର ସମସ୍ତ ସଭ୍ୟ ଓ ବହୁ ମାନ୍ୟଗଣ ବ୍ୟକ୍ତି ତାଙ୍କ ବାସଭବନରେ ପହଂଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶେଷ ଦର୍ଶନ କରିଥିଲେ । ସ୍ୱର୍ଗତ କାଶିମ ଖାନଙ୍କ ମରଶରୀର ନେଇ ଭଦ୍ରକ ମଦିନା ମଇଦାନ ଠାରେ ଶୁକ୍ରବାର ଦିନ ଯିବେ ଏବଂ ଜନାଜା ନମାଜ (ଅନ୍ତିମ କ୍ରିୟା ) ଦିନ ୨ ଘଟିକା ସମୟରେ କରି କବର ଦିଆଯିବ । ସ୍ୱର୍ଗତ କାଶିମ ଖାନ ଆମ ସମାଜ ପ୍ରତି ତାଙ୍କର ଅବଦାନ ସର୍ବଦା ସମ୍ମାନ ଏବଂ କୃତଜ୍ଞତା ସହିତ ମନେ ରଖାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.