Home ଜିଲ୍ଲା ପରିକ୍ରମା ଚାନ୍ଦବାଲି ଜଳସେଚନ ବିଭାଗ ଅଫିସ କ୍ୟାମ୍ପସରେ କ୍ୟାସିୟରଙ୍କ ସନ୍ଦେହଜନକ ମୃତ୍ୟୁ

ଚାନ୍ଦବାଲି ଜଳସେଚନ ବିଭାଗ ଅଫିସ କ୍ୟାମ୍ପସରେ କ୍ୟାସିୟରଙ୍କ ସନ୍ଦେହଜନକ ମୃତ୍ୟୁ

2

ଭଦ୍ରକ, ୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ଜଳସେଚନ ବିଭାଗରେ କ୍ୟାସିୟର ଭାବେ କାର୍ଯ୍ୟରତ କମଳାକାନ୍ତ ସ୍ୱାଇଁଙ୍କ ମୃତଦେହ ଆଜି ସକାଳେ ଜଳସେଚନ ବିଭାଗ କ୍ୟାମ୍ପସ ଭିତରେ ଥିବା ଏକ ଗୃହରୁ ଉଦ୍ଧାର ହୋଇଛି। ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଧୀନ ମାଛଗାଁର ଖୋକନ ସ୍ୱାଇଁଙ୍କ ପୁଅ କମଳାକାନ୍ତ ଗତ ଦୁଇ ବର୍ଷରୁ ଅଧିକ ହେବ ଚାନ୍ଦବାଲି ଜଳସେଚନ ବିଭାଗରେ କାର୍ଯ୍ୟ କରୁଥିଲେ। ସେ ଚାନ୍ଦବାଲି ଏନ୍‌ଏସି ଅଧିନସ୍ଥ ବରେହିପୁରରେ ଏକ ଭଡାଘରେ ନିଜ ମା ଙ୍କ ସହ ରହୁଥିଲେ। ଆଜି ସକାଳେ ତାଙ୍କୁ ଜଳସେଚନ ଅଫିସ ଭିତରେ ଥିବା ଗୃହରେ ଶୋଇଥିବା ଅବସ୍ଥାରେ ମୃତ୍ୟୁବରଣ କରିଥିବା ଦେଖିବାକୁ ମିଳିଥିଲା। ଆଶ୍ଚର୍ଯ୍ୟର କଥା ମୃତ୍ୟୁ ପରେ ଦୀର୍ଘ ୪ ଘଂଟା ପରେ ତାଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇ ଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ନାକରୁ ରକ୍ତସ୍ରାବ ହେଉଥିବାରୁ ମୃତ୍ୟୁର କାରଣକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଡାକ୍ତର ବି ଘଟଣାରୁ କିଛି ସ୍ପଷ୍ଟ କରିପାରୁ ନାହାନ୍ତି। କେମିତି ଓ କାହିଁକି ଏମିତି ମୃତ୍ୟୁ ହେଲା ଜାଣିବା ପାଇଁ ପରିବାର ଲୋକେ ଚାନ୍ଦବାଲି ଥାନାରେ ଅଭିଯୋଗ କରିଛନ୍ତି। ଶବ ବ୍ୟବଚ୍ଛେଦ ପରେ ହିଁ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ କହିଛନ୍ତି। ଏ ନେଇ ଚାନ୍ଦବାଲି ଥାନାରେ ଅଭିଯୋଗ ଅନୁଯାଇ ଏକ କେଶ ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.