ଭଦ୍ରକ, ୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ଜନତା ପାର୍ଟି ର ଐତିହାସିକ ବିଜୟ କୁ ନେଇ ଭଦ୍ରକ ବିଜେପି ରେ ବିଜୟ ମାହୋଲ । ସୋମବାର ଦିନ ନିର୍ବାଚନ ଗଣତି ଶେଷ ହେଉ ହେଉ ଭଦ୍ରକ ବିଜେପି ବିଧାନ ସଭା କାର୍ଯ୍ୟାଳୟ ସହିତ ଭଦ୍ରକ ବ୍ଲକ ଅଫିସରେ ବିଜୟ ଦିବସ ପାଳନ କରାଯାଇଛି । ଭଦ୍ରକ ବିଧାୟକ ସୀତାଂଶୁ ମହାପାତ୍ର ଙ୍କ ନେତୃତ୍ୱରେ ସମର୍ଥକ ମାନେ ବାଣ ଫୁଟାଇ,ବାଜା ବଜାଇ, ନାଚଗୀତ କରି ପରସ୍ପରଙ୍କୁ ମିଠା ଏବଂ ଝାଲମୁଢି ଖୁଆଇ ବିଜୟ ଦିବସ ପାଳନ କରିଛନ୍ତି । ସେହିଭଳି ବିଜେପି ଦଖଲରେ ଥିବା ଭଦ୍ରକ ବ୍ଲକ ଅଫିସରେ ସମର୍ଥକ ମାନେ ବ୍ଲକ ଅଫିସ କର୍ମଚାରୀ ଏବଂ ଅଫିସରଙ୍କୁ ମିଠା ଏବଂ ଝାଲ ମୁଢି ଖୁଆଇ ବିଜୟ ଦିବସ ପାଳନ କରିଛନ୍ତି ।








