Home ଜିଲ୍ଲା ପରିକ୍ରମା ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ

ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ

5

ଭଦ୍ରକ, ୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) ଇଚ୍ଛାପୁର, କୁଣ୍ଡିବାଗ ଗ୍ରାମସ୍ଥ ୭୨ ବର୍ଷୀୟ ଦାମୋଦର ଦାସଙ୍କ ମାତ୍ର୨ ଦିନ କଟକର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି। ସେ ଜଣେ ଧାର୍ମିକ, ସତ୍ୟନିଷ୍ଠ, ଉଦାର ପ୍ରକୃତିର ବ୍ୟକ୍ତି ଥିଲେ। କୁଣ୍ଡିବାଗ ବୈଷ୍ଣବ ପୀଠରେ ବହୁଦିନ ହେବ ଅଧିକାରୀ କାର୍ଯ୍ୟ ସୂଚାରୁରୂପେ ତୁଲାଉଥିଲେ। ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତି ପକ୍ଷରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ସଂକୀର୍ତନ ସେବା ପ୍ରଦାନ କରିବା ସହ ଜଣେ ସୁନାମଧନ୍ୟ କୀର୍ତନମଣ୍ଡଳୀ ପ୍ରଶିକ୍ଷକ ଭାବରେ ଆଦର ଲାଭ କରିଥିଲେ। ସେ ଅଂଚଳରେ ଜଣେ ସୁନାମଧନ୍ୟ ଅଷ୍ଟମ ପ୍ରହରୀ ନାମ ସଂକୀର୍ତନର ପୁରୋଧା ଥିଲେ। ଅଚାନକ ବିୟୋଗ ଖବର ପାଇ ତାଙ୍କ ବାସଭବନରେ ବିପୁଳ ସଂଖ୍ୟାରେ ଲୋକ ସମାଗମ ହୋଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସେମାନଙ୍କ ମଧ୍ୟରେ ବ୍ରହ୍ମପୁର ଗ୍ରାମ ପଂଚାୟତର ଗ୍ରାମବାସୀ, ସରପଂଚ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ହେମନ୍ତ କୁମାର ପାଢ଼ୀ, କାଳନ୍ଦୀ ଚରଣ ପାଣିଗ୍ରାହୀ, କାଳନ୍ଦୀ ଚରଣ ପରିଡ଼ା, ସୁକାନ୍ତ କୁମାର ସ୍ୱାଇଁ, ଧ୍ରୁବ ଚରଣ ଖାମୁରାଇ, ନିରଞ୍ଜନ ପାଣିଗ୍ରାହୀ ଆଦି ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ହୋଇ ଶେଷ ଦର୍ଶନ କରିଥିଲେ। ତାଙ୍କର ଜ୍ୟେଷ୍ଠ ପୁତ୍ର ଜ୍ୟୋତି ରଞ୍ଜନ ଦାସ ଶେଷ କୃର୍ତ୍ୟ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.