Home ଜିଲ୍ଲା ପରିକ୍ରମା ଚରମ୍ପା ବରିଷ୍ଠ ନାଗରିକ ସଂଘର ଦହି ସର୍ବତ ବଂଟନ

ଚରମ୍ପା ବରିଷ୍ଠ ନାଗରିକ ସଂଘର ଦହି ସର୍ବତ ବଂଟନ

7

ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବରିଷ୍ଠ ନାଗରିକ ମାନେ ବୟସର ଅପରାହ୍ନରେ ପହଁଚି ଥିଲେ ମଧ୍ୟ ସଂଗଠନ ମାଧ୍ୟମରେ ସମାଜ ପାଇଁ ଦହି ସର୍ବତ ବଂଟନ ଜରିଆରେ ଆଜିର ଯୁବ ସମାଜ ପାଇଁ ଉଦାହରଣ ସୃଷ୍ଟି କରିପାରିଛନ୍ତି। ବୟସ ଏକ ସଂଖ୍ୟା କିନ୍ତୁ ମନୋବଳ ପାଖରେ ଏସବୁ ଜନହିତକର କାର୍ଯ୍ୟକ୍ରମ ହାତକୁ ନେଇ ପରିବାର ର ପିଲାଙ୍କୁ ଏକାଠି ବାନ୍ଧି ରଖିବାର ଏହା ଏକ ଅଭିନବ ପ୍ରୟାସ। ଆଜିର କାର୍ଯ୍ୟକ୍ରମରେ ଚରମ୍ପା ସଂଘ ର ସଭାପତି ଗଗନ ବିହାରୀ ରାଉତ ଓ ସାଧାରଣ ସମ୍ପାଦକ କୈଳାଶ ମହାପାତ୍ର ଙ୍କ ସମେତ ପଚାଶରୁ ଅଧିକ ସଦସ୍ୟ, ସଦସ୍ୟା ଙ୍କ ସମେତ ବାସନ୍ତୀ ଲତା ନାୟକ, ସନ୍ଧ୍ୟାରାଣୀ ଗୁପ୍ତା, ସନ୍ଧ୍ୟା ହିତେଶ ଗୁପ୍ତା, ମଞ୍ଜୁ ଗୁପ୍ତା, ମିନା ଗୁପ୍ତା ଗୋଦାବରୀ ଗୁପ୍ତା, ସନ୍ତୋଷୀ ଗୁପ୍ତା,ଅମର ନାଥ ସାହୁ, ଅରୁଣ ଲଖାନି, ଜଗବନ୍ଧୁ ମହାନ୍ତି,ନରସିଂହ ମିଶ୍ର,ମଧୁସୂଦନ ମହାନ୍ତି, ଦୟାନିଧି ପୁହାଣଙ୍କ ସହଯୋଗରେ ସକାଳ ୯ ଟାରୁ ଅପରାହ୍ନ ୧୨:୩୦ମିନିଟ ପର୍ଯ୍ୟନ୍ତ ପାଖାପାଖି ୨ ହଜାର ରୁ ଅଧିକ ସଂଖ୍ୟାରେ ଚରମ୍ପା ୧୬ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ଗଳିପୋଲ ଠାରେ ଗାଡି ମଟର ରେ ଯାଉଥିବା ଲୋକଙ୍କ ଠାରୁ ଆରମ୍ଭ କରି ପଥଚାରୀ ବ୍ୟକ୍ତି ବିଶେଷ ଙ୍କୁ ଦହି ପଣା ବଂଟନ କରି ପରମ ଆନନ୍ଦ ପ୍ରାପ୍ତ ହୋଇଥିଲେ। ଆସନ୍ତା ସପ୍ତାହରେ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ଚରମ୍ପା ବରିଷ୍ଠ ନାଗରିକ ସଂଘ ଡାହାଣୀଗଡ଼ିଆ ଗଳାପୋଲ ଠାରେ ପଣା ବଂଟନ କରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.