Home ଜିଲ୍ଲା ପରିକ୍ରମା ଦାମୋଦର ସଂସ୍କୃତ ମହାବିଦ୍ୟାଳୟରେ ଶକ୍ତିଶ୍ରୀ କାର୍ଯ୍ୟଶାଳା

ଦାମୋଦର ସଂସ୍କୃତ ମହାବିଦ୍ୟାଳୟରେ ଶକ୍ତିଶ୍ରୀ କାର୍ଯ୍ୟଶାଳା

2

ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁରୁଣାବଜାର ସ୍ଥିତ ଦାମୋଦର ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଶକ୍ତିଶ୍ରୀ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡଃ ନିତ୍ୟାନନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଡ଼ଭୋକେଟ୍ ଡଃ ରାଧାରାଣୀ ମହାପାତ୍ର ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ଅଧ୍ୟକ୍ଷ ଡଃ କୃପାସିନ୍ଧୁ ନାୟକ, ସମ୍ମାନିତ ଅତିଥି ବସୁମିତ୍ରା ସାହୁ, ବିଶିଷ୍ଟ ଅତିଥି ଅକ୍ଷୟ କୁମାର ପାଣିଗ୍ରାହୀ ଓ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷିକା ମନୋରମା ରାଉତ୍ ପ୍ରମୁଖ ଯୋଗଦାନ କରି ଶକ୍ତିଶ୍ରୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, ନାରୀ ସଶକ୍ତି କରଣ ଓ ଆତ୍ମରକ୍ଷା କୌଶଳ ମାଧ୍ୟମରେ କିପରି ନାରୀ ସଶକ୍ତ ହୋଇପାରିବ ବୋଲି ଅତିଥିମାନେ ନିଜର ପୃଥକ ପୃଥକ ବକ୍ତବ୍ୟ ରଖିଥିଲେ। ଛାତ୍ରୀମାନେ ମହାବିଦ୍ୟାଳୟ ପରିସରରୁ ପୁରୁଣାବଜାର ପର୍ଯ୍ୟନ୍ତ ସ୍ଲୋଗାନ ଦେଇ ପରିକ୍ରମା କରିଥିଲେ। ପରିଶେଷରେ ଶକ୍ତିଶ୍ରୀ ସଂଯୋଜିକା ପ୍ରଭାତୀ ନାୟକ ଧନ୍ୟବାଦ ଦେଇଥିବା ବେଳେ ରଘୁନାଥ ନାୟକ, ଆଶୁତୋଷ ସିଂ ଓ ଗୌରାଙ୍ଗ ଦାସ ପ୍ରମୁଖ ମଂଚ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.