ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ବସନ୍ତିଆ ଗ୍ରାମ ପଂଚାୟତର ସିଲନ୍ଦି ଗ୍ରାମରେ ଅକ୍ଷୟ ତୃତୀୟା ଅବସରରେ ଶ୍ରୀ ଶ୍ରୀ ଭଗବତ ଚେତନା ପୀଠରେ ନିର୍ମିତ ରାଧାକୃଷ୍ଣ ନୂତନ ମନ୍ଦିରର“ରତ୍ନମୁଦ ଉତ୍ସବ”ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଥିଲା। ପୂଜା, ନାମସ୍ମରଣ ଓ ଭକ୍ତିର ଧାରା ମଧ୍ୟରେ ସମସ୍ତଙ୍କ ମନ ଭଗବାନଙ୍କ ଦିବ୍ୟ କୃପାରେ ଭିଜି ଯାଇଥିଲା । ଏହି ପବିତ୍ର ମୁହୂର୍ତରେ ଜଗତର ମଙ୍ଗଳ ଓ ସମସ୍ତଙ୍କ ସୁଖ-ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରାଗଲା। ଏହି ଅବସରରେ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ସହ ଯୁବନେତା ବିକାଶ ଶ୍ରେଷ୍ଠା ଏବଂ ଅନ୍ୟାନ୍ୟ ବରିଷ୍ଠ ଓ ଯୁବ ନେତୃମଣ୍ଡଳୀ ଉପସ୍ଥିତ ରହି ଏହି ଦିବ୍ୟ ଉତ୍ସବର ଆନନ୍ଦ ଅନୁଭବ କରିଥିଲେ । ଅକ୍ଷୟ ତୃତୀୟାର ଏହି ପବିତ୍ର ଅବସର ସମସ୍ତଙ୍କ ଜୀବନରେ ଶାନ୍ତି, ସମୃଦ୍ଧି ଓ ଅକ୍ଷୟ ଖୁସି ଆଣୁ ବୋଲି କହିଥିଲେ।








