Home ଜିଲ୍ଲା ପରିକ୍ରମା ୱାର୍ଡ ନଂ ୧୮ ଗୋରିପାର ମୁଲ୍ଲାସାହିରେ ନାଜର ନାଳର ଦୟନୀୟ ଅବସ୍ଥା, ବିଭାଗ ଘୋର ନିଦ୍ରାରେ

ୱାର୍ଡ ନଂ ୧୮ ଗୋରିପାର ମୁଲ୍ଲାସାହିରେ ନାଜର ନାଳର ଦୟନୀୟ ଅବସ୍ଥା, ବିଭାଗ ଘୋର ନିଦ୍ରାରେ

4

ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରପାଳିକା ଅନ୍ତର୍ଗତ ୱାର୍ଡ ନଂ ୧୮ ର ଗୋରିପାର ମୁଲ୍ଲାସାହି ଅଂଚଳରେ ଥିବା ନାଜଲ ନାଳର ଅବସ୍ଥା ବହୁତ ଦୟନୀୟ ହୋଇପଡ଼ିଛି। ନାଳ ଭିତରେ ପ୍ଲାଷ୍ଟିକ, ଆବର୍ଜନା ଓ ଅପବିତ୍ର ପାଣି ଜମା ହୋଇଥିବାରୁ ସ୍ଥାନୀୟ ଲୋକମାନେ ଭାରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘଦିନ ଧରି ନାଳ ସଫା ହୋଇନଥିବାରୁ ଦୁର୍ଗନ୍ଧ ଛଡ଼ାଯାଉଛି ଓ ମାଛିମସାର ଓ ପୋକ ସାଲୁ ବାଲୁ ର ପ୍ରକୋପ ବଢ଼ିଛି। ସ୍ଥାନୀୟ ବାସିନ୍ଦାଙ୍କ ସବିର ଖାନ୍ କହିବା ଅନୁସାରେ, ଏନେଇ ଅନେକଥର ଜଣାଇଥିଲେ ମଧ୍ୟ ସମ୍ବନ୍ଧିତ ନାଜଲ ନାଳ ବିଭାଗ ଘୋର ନିଦ୍ରାରେ ସୋଇ ରହିଛି। ଅନ୍ୟପଟେ ଭଦ୍ରକ ମୁନସିପାଲଟି ପକ୍ଷରୁ କେବଳ ସଫା କରାଯାଉ ଥିଲା କିନ୍ତୁ ଏବେ କହୁଛନ୍ତି “ଏହା ଆମର କାମ ନୁହେଁ, ତମେ ଯାହାକୁ କହୁଛ କୁହ।” ଏପରି ଦାୟିତ୍ୱହୀନ ଉତରରେ ଅଂଚଳବାସୀଙ୍କ ମଧ୍ୟରେ ଭାରି ଅସନ୍ତୋଷ ଦେଖାଦେଇଛି। ଏହି ଗନ୍ଦଗୋଳ ପରିବେଶ ଯୋଗୁଁ ରୋଗ ଛଡ଼ାଇବାର ଭୟ ବଢ଼ିଛି, ବିଶେଷକରି ଶିଶୁ ଓ ବୃଦ୍ଧମାନେ ବେଶି ପ୍ରଭାବିତ ହେଉଛନ୍ତି। ତେଣୁ ଅଂଚଳବାସୀ ଶୀଘ୍ର ନାଳ ସଫା, ଆବର୍ଜନା ହଟାଇବା ଓ ସ୍ଥାୟୀ ସମାଧାନ ପାଇଁ ଜିଲ୍ଲା ପ୍ରଶାସନଙ୍କ ତତ୍କାଳ ହସ୍ତକ୍ଷେପ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.