Home ଜିଲ୍ଲା ପରିକ୍ରମା ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଉଦଯାପିତ

ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଉଦଯାପିତ

17

ଭଦ୍ରକ, ୧୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ମାଳଦା ପଂଚାୟତ ଜଳହରି ଠାରେ ଶ୍ରୀରାମ ସେବା ସମିତି ଆନୁକୂଲ୍ୟରେ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ ଜ୍ଞାନ ଯଜ୍ଞ ୪ ତାରିଖ ଶନିବାର ଠାରୁ ଆରମ୍ଭ ହୋଇ ରବିବାର ସଂଧ୍ୟାରେ ଉଦଯାପନ ହୋଇଯାଇଛି। ପ୍ରବଚକ ଭାବେ ହିମାଂଶୁ ଦାସ ମହାରାଜ (ଭଦ୍ରକ), ସୁଶ୍ରୀ ଅନୁପମା ବିଶ୍ୱାଳ (ଜଗତସିଂହପୁର),ସନ୍ଥ ମନୋହର ଦାସ ମହାରାଜ (ଜଗତସିଂହପୁର), ମାନସ ଦାସ (ରାମାୟଣୀ), କଟକ, କମଳଲୋଚନ ମହାରାଜ (ଭୁବନେଶ୍ୱର) ପ୍ରମୁଖ ଯୋଗ ଦେଇ ପ୍ରବଚନ ଦେଇଥିଲେ। ବ୍ୟାସ: ରଘୁରାମ ମିଶ୍ର,ଉପନ୍ୟାସ: ନିଶିଥ କୁମାର ପତି ଏବଂ ଭଜନ ଶିଳ୍ପୀ: ଧରଣୀଧର ଦାସ ଓ ଧନେଶ୍ୱର ଓଝା ଯୋଗଦେଇଥିଲେ। ଶ୍ରୀରାମ ସେବା ସମିତି ର ସମସ୍ତ ସଭ୍ୟବୃନ୍ଦ ଓ ଗ୍ରାମବାସୀ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.