Home ଜିଲ୍ଲା ପରିକ୍ରମା ଟ୍ରାକ୍ଟର ପଛପଟ ଡାଲା ଖୋଲି ଚୋରା ମାଟି ଚାଲାଣ, ଖବର ପ୍ରକାଶ ପାଇବା ସତ୍ୱେ ଖଣି...

ଟ୍ରାକ୍ଟର ପଛପଟ ଡାଲା ଖୋଲି ଚୋରା ମାଟି ଚାଲାଣ, ଖବର ପ୍ରକାଶ ପାଇବା ସତ୍ୱେ ଖଣି ବିଭାଗର କାର୍ଯ୍ୟାନୁଷ୍ଠାନ ଶୂନ

5

ଭଦ୍ରକ, ୧୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର କଲେଜ ନିକଟରୁ ଆରମ୍ଭ କରି କୋର୍ଟ ଭାୟା ଆଦର୍ଶ ବିଦ୍ୟାଳୟ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ମୁଖ୍ୟ ରାସ୍ତା ଉପରେ ବେଆଇନ ଭାବେ ଶହଶହ ମାଟି ବୋଝେଇ ଟ୍ରାକଟର ତାର ପଛପଟ ଡାଲା ଖୋଲି ମାଟି ଚାଲାଣ କରୁଛି। ଫଳରେ ରାସ୍ତା ଉପରେ ମାଟି ତଳେ ପଡି ପଡି ଯାଉଛି ବାଇକ ଆରୋହି ଦୁର୍ଘଟଣାର ଶିକାର ହେଉଛନ୍ତି। ଏପଟେ ଲାଇସେନ୍ସ ନଥିବା ଅଳ୍ପ ବୟସର ଛୋଟ ଛୋଟ ପିଲାଙ୍କ ବେପରୁଆ ଗାଡ଼ି ଚଲାଇବାରୁ ଅଳ୍ପ ଦିନ ତଳେ ଦୁର୍ଘଟଣା ଘଟି ଧନ ଜୀବନ କ୍ଷତି ହୋଇଛି। ଏହି ଘଟଣାର ଖବର ପ୍ରକାଶ ପାଇବା ସତ୍ୱେ ଖଣି ବିଭାଗ ଓ ତହସିଲଦାରଙ୍କ କାର୍ଯ୍ୟାନୁଷ୍ଠାନ ଶୂନ ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ଆଲୋଚନାର ବିଷୟ ପାଲଟିଛି। ଏବେବି ଧାମନଗର ଅଂଚଳରେ ପ୍ରତ୍ୟେକ ଦିନ ଯୁଆଡେ ଦେଖୁବ ମାଳ ମାଳ ବେଆଇନ ବାଲି ମାଟି ଚାଲାଣ ବୃଦ୍ଧି ପାଉଛି। ଏପଟେ ମାଫିଆମାନେ ସରକାରୀ ଅଧିକାରୀଙ୍କ ଆଖିରେ ଧୂଆଁ ଦେଇ ସରକାରୀ ଟିକସ ଫାଙ୍କିବାକୁ ଲାଗିପଡିଛନ୍ତି। ଜିଲ୍ଲା ଓ ଜିଲ୍ଲା ବାହାରକୁ ବେଆଇନ ବାଲି ଚୋରା ଚାଲାଣ ହାଇୱା,ଟ୍ରକ ଏବଂ ଟ୍ରାକଟର ସାହାଯ୍ୟରେ ଶହ ଶହ ଟ୍ରିପ ବାଲି ହେଉଛି ଚାଲାଣ। ସୂଚନା ଅନୁଯାୟୀ ଖଣି ବିଭାଗ ଅଧିକାରୀ ଓ ତହସିଲଦାର ସରକାରୀ ଦଳର ନେତାଙ୍କ ଚାପରେ ନେଉନାହାନ୍ତି କାର୍ଯ୍ୟାନୁଷ୍ଠାନ। ଉକ୍ତ ରାସ୍ତାରେ ଦୁର୍ଘଟଣା ଘଟି ଲୋକ ମୃତ୍ୟୁ ବରଣ କରୁଛନ୍ତି।ବେଆଇନ ବାଲି ଖାଦାନ ଗୁଡିକ ଉପରେ ଚଢାଉ ନକରି ଓଲଟି ବାଲି ମାଫିଆ ମାନଙ୍କୁ ଘଂଟ ଘୋଡାଉଥିବା କୁହାଯାଇଛି।ମାସକୁ ଲକ୍ଷ ଲକ୍ଷ ଟଙ୍କା ବଟି ଆଦାୟ କରାଯାଉଛି ବାଲି ଟ୍ରକଗୁଡିକୁ କିଛି ବିଭାଗୀୟ ଓ ପ୍ରଶାସନିକ ଅଧିକାରୀ ସୁରକ୍ଷା ଯୋଗାଇ ଦେଉଥିବା ସାଧାରଣରେ ଅଭିଯୋଗ ଚର୍ଚ୍ଚା ହେଉଛି। ମୋଟାମୋଟି କହିବାକୁ ଗଲେ ଖଣି ଅଧିକାରୀ ଓ ପ୍ରଶାସ ସବୁ ଜାଣି ମୋଟା ଅଙ୍କର ବଟିନେଇ ବାଲି ଚୋରା ଚାଲାଣରେ ସହଯୋଗ କରୁଥିବା ଅଭିଯୋଗ ହେଉଛି। ଏ ବିଷୟରେ ଉପଜିଲ୍ଲାପାଳ ଓ ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ଯେତେ ତାଗିଦ କଲେ ବି କେହି କର୍ଣ୍ଣପାତ କରୁ ନାହାନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରେ ଚାଲିଛି ଲୋକଙ୍କ ସରକାର ପ୍ରକୃତରେ ଏହେଉଛି ଲୋକଙ୍କୁ ମାରିବା ସରକାର ଯାହା ସାଧାରଣରେ ଆଲୋଚନା ହେଉଛି। ତେବେ ସରକାରଙ୍କ ନିୟମକୁ ଉଲଘଂନ କରି ଏହି ଅନିୟମିତତା କାର୍ଯ୍ୟ ଓ ଲୋକଙ୍କ ଧନ ଜୀବନ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ଥାନୀୟ ବିଧାୟକ ତଥା ମାନ୍ୟବର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ,ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମୃତ ଙ୍କ ପରିବାର ସହ ବୁଦ୍ଧିଜୀବୀ ମହଲରେ ଦାବି କରିଛନ୍ତି। ତେବେ ଯଦି ଆଗାମୀ ଦିନରେ ବେଆଇନ ବାଲି ଖାଦାନ ଓ ମାଟି ବୋଝେଇ ଟ୍ରକଟର ଉପରେ ଚଢ଼ାଉ କରାଯାଇ କୌଣସି ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ତେବେ ସ୍ଥାନୀୟ ବୁଦ୍ଧିଜୀବୀ ରାଜ ରାସ୍ତାକୁ ଓହ୍ଲାଇବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ପଛାଇବେ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.