Home ଜିଲ୍ଲା ପରିକ୍ରମା ଉମାକାନ୍ତ ନାୟକଙ୍କ ଶ୍ରଦ୍ଧାଞ୍ଜଳି ସଭା

ଉମାକାନ୍ତ ନାୟକଙ୍କ ଶ୍ରଦ୍ଧାଞ୍ଜଳି ସଭା

3

ଭଦ୍ରକ, ୧୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନପଙ୍ଗ ପଂଚାୟତ ନପଙ୍ଗ ଠାରେ ଦିବଂଗତ ବରିଷ୍ଠ ନାଗରିକ ଉମାକାନ୍ତ ନାୟକଙ୍କ ଏକାଦଶାହ ଅବସରରେ ଶୁକ୍ରବାର ସନ୍ଧ୍ୟାରେ ପୂର୍ବତନ ଶିକ୍ଷକ ରାମଚନ୍ଦ୍ର ମହାନ୍ତି ଙ୍କ ସଭାପତିତ୍ୱରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ମୂଖ୍ୟ ଅତିଥି ଭାବେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ଅନ୍ୟତମ ଅତିଥି ଭାବେ ଭାଜପା ନେତା ବଦ୍ରି ନାରାୟଣ ଧଳ, କଂଗ୍ରେସ ନେତା ଗୋଲକ ଚନ୍ଦ୍ର ବେହେରା, ପ୍ରାକ୍ତନ ପ୍ରଧାନଶିକ୍ଷକ ପ୍ରୀତିକାନ୍ତ ରାଉତ, ନୃସିଂହ ଚରଣ ସାମଲ, ନବକିଶୋର ପରିଡ଼ା, ସାମ୍ବାଦିକ ରାଜେନ୍ଦ୍ର ଶତପଥୀ,ମାଳଦା ସ୍ୱୋ ସମବାୟ ସମିତି ସଭାପତି ମୁକୁନ୍ଦ ଚନ୍ଦ୍ର ମଲ୍ଲିକ, ଷୋଳମପୁର ପଞ୍ଚାୟତ ସରପଞ୍ଚ ପରମାନନ୍ଦ ନାୟକ, ଜିଲ୍ଲା ପରିଷଦ ସଭ୍ୟ ଉତ୍କଳ କେଶରୀ ମହାନ୍ତି, ଲକ୍ଷ୍ମୀଧର ସାହୁ, ପ୍ରଫୁଲ୍ଲ ନାୟଙ୍କ, ଜଳଧର ଯେନା , ଜସ୍ମିନ୍ ନାୟକ, ଜୟଶ୍ରୀ ନାୟକ, ସୌଭାଗ୍ୟ ଲକ୍ଷ୍ମୀ ନାୟକ ପ୍ରମୁଖ ଯୋଦେଇଥିଲେ। ବିକାଶ ନାୟକ ସମସ୍ତ ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଉଦୟ ନାୟକ, ବିନୟ ନାୟକ, ଲଳିତ ନାୟକ, ଧୀରେନ୍ଦ୍ର ନାୟକ ପ୍ରମୁଖ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.