Home ଜିଲ୍ଲା ପରିକ୍ରମା ବାସନ୍ତୀଦେବୀ ଓ ଶ୍ରୀବତ୍ସ ମହାନ୍ତି ବହୁମୁଖୀ ଦାତବ୍ୟ ଅନୁଷ୍ଠିତ ଉଦ୍ଘାଟିତ

ବାସନ୍ତୀଦେବୀ ଓ ଶ୍ରୀବତ୍ସ ମହାନ୍ତି ବହୁମୁଖୀ ଦାତବ୍ୟ ଅନୁଷ୍ଠିତ ଉଦ୍ଘାଟିତ

3

ଭଦ୍ରକ, ୧୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଂଚାୟତ ବେଲଗଢିଆ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବାସନ୍ତୀଦେବୀ ଓ ଶ୍ରବତ୍ସ ମହାନ୍ତି ବହୁମୁଖୀ ଦାତବ୍ୟ ଅନୁଷ୍ଠାନ ଶିକ୍ଷାବିତ୍ କାର୍ତିକ ଚନ୍ଦ୍ର ସ୍ୱାଇଁ ଙ୍କ ସଭାପତିତ୍ୱରେ ଶନିବାର ପୂର୍ବାହ୍ନରେ ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟକ ଭାବେ ପୂର୍ବତନ ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ, ମୁଖ୍ୟ ଅତିଥି ଭାବେ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା, ମୁଖ୍ୟ ବକ୍ତା ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ସମ୍ମାନୀତ ଅତିଥି ଭାବେ ପ୍ରଫେସର ଡଃ ରାମଚନ୍ଦ୍ର ପଣ୍ଡା, ଡଃ ପ୍ରଦୀପ କୁମାର ନାୟକ, ଶିକ୍ଷାବିତ୍ ରବୀନ୍ଦ୍ର କୁମାର ମହାରଣା, ଭାଜପା ନେତା ବଦ୍ରି ନାରାୟଣ ଧଳ, ମୁକୁନ୍ଦ ରାଉତ,ଧରଣୀଧର ସ୍ୱାଇଁ, ଶରତ କୁଣ୍ଡୁ, ନରେନ୍ଦ୍ର ମଲ୍ଲିକ, ରଘୁନାଥ ଶତପଥୀ, ନାରାୟଣ ପ୍ରଧାନ, ନିର୍ମଳ ଧଳ, ନିହାର ସ୍ୱାଇଁ ପ୍ରମୁଖ ଯୋଦେଇଥିଲେ। ପ୍ରଧାନଶିକ୍ଷକ ବିଷ୍ଣୁ ଚରଣ ନାୟକ ସ୍ୱାଗତ ସମ୍ଭାଷଣ ପ୍ରଯୋଜକ ସର୍ବହରା ମହାନ୍ତି ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଆୟୋଜିତ ସାର୍ବଜନୀନ ଶିକ୍ଷା ସମୃଦ୍ଧି ସମାରୋହରେ ପିତାମାତା ଙ୍କ ଆଶୀର୍ବାଦ ସଫଳତା ର ମହାମନ୍ତ୍ର ” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ବୃତି ପ୍ରଦାନ ଓ ପାଠ୍ୟଉପକରଣ ଅର୍ପଣ, ଉଚ୍ଚଶିକ୍ଷା ସହାୟତା ପ୍ରତିଭାବାନ ବିଦ୍ୟାର୍ଥୀ ମାନଙ୍କୁ ପ୍ରୋତ୍ସାହନ ପୁରସ୍କାର ସହ ଅସହାୟ ଙ୍କୁ ସହାୟତା ପ୍ରଦାନ କରାଯାଇଥିଲା। ସଂପାଦକ ଜଗନ୍ନାଥ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ମୂଖ୍ୟ ସଂଗଠନ ବଳରାମ ମହାନ୍ତି ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଗ୍ରାମବାସୀ ପ୍ରମୁଖ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.