Home ଜିଲ୍ଲା ପରିକ୍ରମା ଚାନ୍ଦବାଲିର ଶିଳ୍ପୀ ମଉଡମଣି ଥିଲେ ଦୁର୍ଯ୍ୟୋଧନ

ଚାନ୍ଦବାଲିର ଶିଳ୍ପୀ ମଉଡମଣି ଥିଲେ ଦୁର୍ଯ୍ୟୋଧନ

2

ଭଦ୍ରକ, ୧୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚାନ୍ଦବାଲି ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ପାଂଚପଡା ଗ୍ରାମ ନିବାସୀ ବିଶିଷ୍ଟ ମୂର୍ତୀ କାରିଗର ତଥା ଶିଳ୍ପୀ ସ୍ୱର୍ଗତ ଦୂର୍ଯୋଧନ ଦାସଙ୍କ ଏକାଦଶାହ ତିଥିରେ ଏକ ସ୍ମୃତି ଚାରଣ ସଭା ତାଙ୍କ ପାଂଚପଡା ବାସ ଭବନ ପରିସରରେ ଅନୁଷ୍ଠିତ ହୋଇଛି। ଯୁବ ସାହିତ୍ୟିକ ଅମୂଲ୍ୟ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତି ଚାରଣ ସଭାରେ ପ୍ରାକ୍ତନ ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦ୍ୱିଜବର ରାଉତ, ବିଶିଷ୍ଟ ଶିଳ୍ପପତି ରାମ ପ୍ରସାଦ ମୋର, ସମାଜସେବୀ ଶରତ ଚନ୍ଦ୍ର ସାହୁ,ସୁଧୀର କୁମାର ମହାନ୍ତି, ତାରାପଦ ମହାନ୍ତି, ସାହିତ୍ୟିକ ପ୍ରଫୁଲ୍ଲ କୁମାର ଦାସ, ଦ୍ୱାରିକାନାଥ ଦାଶ ଚକ୍ରଧର ସାହୁ, କବୟିତ୍ରୀ ଲୀନା ମହାନ୍ତି,ମମତା ଦାସ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଦୂର୍ଯୋଧନ ଦାସ ଜଣେ ବିଶିଷ୍ଟ ସ୍ଥପତି,ମାଟି ମୂର୍ତୀ କାରିଗର, ଅନେକ ମନ୍ଦିର ନିର୍ମାଣ ର ସ୍ରଷ୍ଟା ତଥା ଶିଳ୍ପୀ ମାନଙ୍କର ମଉଡମଣୀ ଥିଲେ ଏବଂ ତାଙ୍କ ବିୟୋଗରେ ଚାନ୍ଦବାଲି ଜଣେ ବିଶିଷ୍ଟ ଶିଳ୍ପୀଙ୍କୁ ହରାଇଲା ବୋଲିମତ ବ୍ୟକ୍ତ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଶୁଶାନ୍ତ କୁମାର ମଲ୍ଲିକ,ପ୍ରଦୀପ କୁମାର ସାହୁ,କାଳୀପଦ ଦାସ, ପ୍ରକାଶ ନାୟକ, ସମାଜସେବୀ ପ୍ରଫୁଲ୍ଲ ସାହୁ,ଅମିୟ କୁମାର ସାହୁ,ଅଶୋକ ପଲାଇ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଆତ୍ମାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶେଷରେ ତାଙ୍କ ସୁପୁତ୍ର ନାରାୟଣ ଚନ୍ଦ୍ର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.