ଭଦ୍ରକ, ୧୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ପାଳିଆବିନ୍ଧା ପଂଚାୟତ ଅଧୀନ ପାଳିଆ ଗ୍ରାମରେ ସଂସ୍କୃତି ଗବେଷକ ତଥା ପୂର୍ବତନ ସରପଂଚ ସ୍ୱର୍ଗତ ବସନ୍ତ କୁମାର ନାୟକଙ୍କ ୧ମ ବାର୍ଷିକ ଶ୍ରାଦ୍ଧ ଉପଲକ୍ଷେ ଶନିବାର ବସନ୍ତ ନାୟକ କଳା ସଂସ୍କୃତି ଓ ସ୍ମୃତି ନ୍ୟାସ ପକ୍ଷରୁ ସ୍ମୃତି ଶ୍ରଦ୍ଧାଞ୍ଜଳୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ମୃତି ନ୍ୟାସ ସଭାପତି ଅଜୟ ନାୟକଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟଅତିଥି ଭାବେ ଜିଲାପାଳ ଦିଲୀପ ରାଉତରାଏ ଯୋଗଦେଇ ଯେଉଁ ମଣିଷ ମୃତ୍ୟୁ ପରେ ସମସ୍ତଙ୍କ ହୃଦୟରେ ରହିଥାଏ ସେ ହିଁ ସ୍ମରଣୀୟ ହୋଇଥାଏ ବୋଲି କହିବା ସହ ତାଙ୍କ ସ୍ମୃତିରେ ଯେଉଁ ମେଧାବୀ ଛାତ୍ର ମାନଙ୍କୁ ଘଂଟା ପୁରସ୍କାର ଦିଆଯାଇଛି ସେମାନେ ସମୟକୁ ସଦଉପଯୋଗ କରିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟବକ୍ତା ଭାବେ ସ୍ତମ୍ଭକାର ନିରଞ୍ଜନ ପାଢ଼ୀ ଯୋଗଦେଇ ସ୍ୱର୍ଗତ ନାୟକଙ୍କ ଉପକାର ପାଇଁ ସେ ଅମର ହୋଇ ରହିବେବୋଲି କହିଥିଲେ । ସମ୍ନାନିତ ଅତିଥି ଭାବେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବିଶିଷ୍ଟ କବି ହୃଦାନନ୍ଦ ପାଣିଗ୍ରାହୀ, ବିଶିଷ୍ଟ କଥାକାର ପବିତ୍ର ପାଣିଗ୍ରାହୀ, ବରିଷ୍ଠ କବି ଦୀନବନ୍ଧୁ ପତି, କମାଣ୍ଡର ଦେବାଶିଷ ନାୟକ, ସ୍ମୃତି ନ୍ୟାସ ସମ୍ପାଦକ ରାମ ନାରାୟଣ ନାୟକ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ଦେଇଥିଲେ । ଏହି ଅବସରରେ ସ୍ମୃତିନ୍ୟାସ ପକ୍ଷରୁ ମେଧାବୀ ଛାତ୍ରୀ ବସୁନ୍ଧରା ଦାସ, ସୁଭଦ୍ରା ସେନାପତି, ଛାତ୍ର ଅଜୟ ଭାରତ ପାଣିଗ୍ରାହୀ ଓ ମୁକ୍ତି ରଞ୍ଜନ ଶତପଥୀ, ସାହିତ୍ୟିକ ଭଗବାନ ଚନ୍ଦ୍ର ନାୟକ, ଆଦର୍ଶ କୃଷକ କୈଳାସ ଚନ୍ଦ୍ର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଡ. ବିଶ୍ୱରଞ୍ଜନ ଦାସ ସଂଯୋଜନା କରିଥିବା ବେଳେ ସ୍ୱର୍ଗତ ନାୟକଙ୍କ ସୁପୁତ୍ର ପାଳିଆବିନ୍ଧା ସମିତିର ପୂର୍ବତନ ସଭାପତି ସୁଧନ୍ୱା ନାୟକ କୃତଜ୍ଞତା ଜଣାଇଥିଲେ । ଏହିଅବସରରେ ପ୍ରଥମେ ଜିଲ୍ଲାପାଳ ଶ୍ରୀ ରାଉତରାଏ ସ୍ୱର୍ଗତ ନାୟକଙ୍କ ପ୍ରତିମୂର୍ତି ଅନାବରଣ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ, ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ, ପୂର୍ବତନ ମନ୍ତ୍ରୀ ନେତ୍ରାନନ୍ଦ ମଲିକ ଓ ପ୍ରଫୁଲ୍ଲ ସାମଲ, ପୂର୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଓ ରାଜେନ୍ଦ୍ର କୁମାର ଦାସ, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ଧାମନଗର ବିଜେଡ଼ି ବରିଷ୍ଠ ନେତା ଡା. ସଞ୍ଜୟ କୁମାର ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଲତା ନାୟକ, ବରିଷ୍ଠ କଂଗ୍ରେସ ନେତା ସତ୍ୟାନନ୍ଦ ରାଉତ, ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର ନାୟକ,ବିଏନଏମଏ କଲେଜ ଅଧ୍ୟକ୍ଷ ପ୍ରାଧ୍ୟାପକ ଅମୂଲ୍ୟ କୁମାର ପରିଡା,ପୂର୍ବତନ ଅଧ୍ୟକ୍ଷ କମଳାକାନ୍ତ ସ୍ୱାଇଁ, କବି ଡ. ରାଧାରାଣୀ ମହାପାତ୍ର, ଇଂ ମହେଶ ଦାସ ,ଆଇନିଜୀବି ନିକୁଞ୍ଜ କୃଷ୍ଣ ପୁହାଣ,ଅଶୋକ ବଳ,ସମିତିସଭ୍ୟ ଜୀବନଜ୍ୟୋତି ପଲେଇ, ଚିନ୍ତାମଣି ଦାସ ଓ ଜୟପ୍ରକାଶ ମଳିକ,ଅମିୟ ମଲ୍ଲିକ,କୀର୍ତନ ରାଉତ,ହରେକୃଷ୍ଣ ଜେନା,ଗଣେଷ ନାୟକ,ଦେବେନ୍ଦ୍ର ପୁହାଣ,ଆଶିଷ ମଲ୍ଲିକ,ଦିଲ୍ଲୀପ ବିଶ୍ୱାଳ, ନବକିଶୋର ମଲ୍ଲିକ ,ପ୍ରଫୁଲ୍ଲ ପାଢ଼ୀ,ଅଶ୍ୱନି ମହାନ୍ତି,ଅରୁଣ ମହାନ୍ତି ପ୍ରମୁଖଙ୍କ ସମେତ ବହୁ ନେତା, ସମାଜସେବୀ ଓ ବୁଦ୍ଧିଜୀବୀ ସ୍ମୃତି ଶ୍ରଦ୍ଧାଞ୍ଜଳୀ ଅର୍ପଣକରିଥିଲେ। ପୂର୍ବତନ ସରପଂଚ ଅର୍ଚ୍ଚନା ନାୟକ, ଶାନ୍ତ୍ୱନୁ ନାୟକ, ଗୌତମ ନାୟକ, ଅମର ନାୟକ, ଦୁଷ୍ମନ୍ତ ନାୟକ, ଭରତ ସାହୁ ,ଅରବିନ୍ଦ ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Home ଜିଲ୍ଲା ପରିକ୍ରମା ସ୍ୱର୍ଗତ ବସନ୍ତ ନାୟକଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସମାରୋହ, ଯେଉଁ ମଣିଷ ସମସ୍ତଙ୍କ ହୃଦୟରେ ରହେ ସେ...








