Home ଜିଲ୍ଲା ପରିକ୍ରମା ଶିକ୍ଷକ ରବିନାରାୟଣ ତିଆଡ଼ିଙ୍କ ଶୋକସଭା

ଶିକ୍ଷକ ରବିନାରାୟଣ ତିଆଡ଼ିଙ୍କ ଶୋକସଭା

19

ଭଦ୍ରକ, ୧୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗାନ୍ଧୀ ବାଳାଶ୍ରମ ମଧ୍ୟ ଇଂରାଜୀ ବିଦ୍ୟାଳୟର ସହକାରୀ ଶିକ୍ଷକ ରବିନାରାୟଣ ତିଆଡ଼ିଙ୍କ ବିୟୋଗରେ ଗାନ୍ଧୀ ବାଳାଶ୍ରମ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ସ୍ୱର୍ଗତ ତିଆଡ଼ିଙ୍କ ଉଦ୍ଦେଶ୍ୟରେ ୧ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଗାନ୍ଧୀ ବାଳାଶ୍ରମର ସମ୍ପାଦକ ଅଶୋକ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ତ୍ୟାଗଭୂମିର ସଭାପତି ଅଜୟ ନାୟକ, ସମ୍ମାନିତ ଅତିଥି ଭାବରେ ବିମଳା ନାଟ୍ୟ ସଂସଦର ସଭାପତି ଗୌାରାଙ୍ଗ ବାରିକ,ଉର୍ଦ୍ଦୁ କବି ମୁସ୍ତାକ ଗହ୍ୱର, ପ୍ରାକ୍ତନ ସିଆର୍‌ସିସି ବିରେନ୍ଦ୍ର ମାଝୀ, ନବକିଶୋର ପଣ୍ଡା, ସିଆର୍‌ସିସି ସେକ ଜହିରୁଦ୍ଦିନ୍‌, ଶିକ୍ଷକ ଦଳେଇ ହେମ୍ବ୍ରମ୍‌, ଲକ୍ଷ୍ମଣ ସୋରେନ, ଧରଣୀଧର ସେଠୀ, ଜାକିର ଅଲ୍ଲି ଖାଁ, ଧରିତ୍ରୀ ବିଶ୍ୱାଳ, ସଂଜୁ ପହିଦା, ସେକ୍ ସଫିରୁଦ୍ଦିନ, ରତି ଲତା, ସେକ୍ ଜମସେର ଅଲ୍ଲି, ପ୍ରେମାନନ୍ଦ ପ୍ରଧାନ ଇତ୍ୟାଦି ଯୋଗ ଦେଇ ଛାତ୍ର ବତ୍ସଳ ଶିକ୍ଷକ ରବିନାରାୟଣ ତିଆଡ଼ିଙ୍କ ତ୍ୟାଗପୂତ ଜୀବନ ଓ ଶିକ୍ଷାଦାନ ସମ୍ପର୍କରେ ବର୍ଣ୍ଣନା କରିବା ସହ ଶ୍ରୀ ତିଆଡ଼ିଙ୍କ ଦେହାନ୍ତ ଭଦ୍ରକ ତଥା ଗାନ୍ଧୀ ବାଳାଶ୍ରମ ପାଇଁ ଅପୂରଣୀୟ କ୍ଷତି ବୋଲି ବକ୍ତା ମାନେ ମତବ୍ୟକ୍ତ କରିଥିଲେ । ଶ୍ରୀ ତିଆଡ଼ିଙ୍କ ନିତୀ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଅତିଥିମାନେ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.