Home ଜିଲ୍ଲା ପରିକ୍ରମା ଜିଲା କଂଗ୍ରେସ ପକ୍ଷରୁ ଇଫତାର ପାର୍ଟି

ଜିଲା କଂଗ୍ରେସ ପକ୍ଷରୁ ଇଫତାର ପାର୍ଟି

9

ଭଦ୍ରକ, ୧୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଜିଲ୍ଲା କଂଗ୍ରେସ ସଭାପତି ନଳିନୀକାନ୍ତ ମହାନ୍ତିଙ୍କ ତରଫରୁ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଏକ ଇଫତାର ପାର୍ଟିର କାର୍ଯ୍ୟକ୍ରମ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଅପରାହ୍ନ ୫ ଘଟିକା ସମୟରେ ଅୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରୋଜା ରଖିଥିବା ଭାଇମାନେ ଯୋଗଦେଇଥିଲେ,ସଂନ୍ଧ୍ୟା ୬ ଘଟିକା ସମୟରେ ଜିଲ୍ଲା ସଭାପତି ନଳିନିକାନ୍ତ ମହାନ୍ତି ସେମାନଙ୍କୁ ଜଳପାନ କରାଇ ରୋଜା ଭାଙ୍ଗିଥିଲେ ଥିଲେ । ଏବଂ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଟାଉନ କଂଗ୍ରେସ ସଭାପତି ମୁକିତ ଖାନ ଜିଲ୍ଲା ସଭାପତି ନଳିନୀ କାନ୍ତ ମହାନ୍ତି, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ସୁଧାକର ରାଉତ, ପୂର୍ବତନ ବିଧାୟକ ପଂଚାନନ ମଣ୍ଡଳ ପୂର୍ବତନ ଜିଲ୍ଲା କାର୍ଯ୍ୟକାରୀ ସଭାପତି ନାରଣ ଚନ୍ଦ୍ର ପାଢ଼ୀ ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦଙ୍କୁ ଫଳ ଖୁଆଇ ଥିଲେ। ଏଥିରେ ରୋଜା ରଖିଥିବା ଶତାଧିକ ଲୋକଙ୍କ ସହିତ ବହୁତ ସଧାରଣ ଲୋକ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମର ଜିଲ୍ଲା କଂଗ୍ରେସର ପୂର୍ବତନ କାର୍ଯ୍ୟକାରୀ ସଭାପତି ଦେବରୂପ ମହାନ୍ତି,ବରିଷ୍ଠ ନେତା ପୀତବାସ ଧଳ, ଜିଲ୍ଲା କଂଗ୍ରେସ ଉପସଭାତି ପ୍ରଦ୍ୟୁମ୍ନ ଦାସ, ଜିଲ୍ଲା କୋଷାଧକ୍ଷ ବିଜୟ ବାରିକ,ରାଜ୍ୟ ଦଳିତ ସେଲ ସଧାରଣ ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ଜେନା,ଧାମନଗର ବ୍ଲକ ସଭାପତି ରମେଶ ବେହେରା, ଟାଉନ ସଭାପତି ପ୍ରମୋଦ ସ୍ୱାଇଁ, ଶର୍ମିଷ୍ଠା ପଣ୍ଡା, ରଂଜନ ଜେନା, ଆଦିବାସୀ ସେଲ ଜିଲ୍ଲା ସଭାପତି ରାଜୁ ପ୍ରାସାଦ ରାୟ,ସଂଜୟ ମିଶ୍ର ,ପଦ୍ମଲୋଚନ ବେହେରା,ପୂର୍ବତନ ପାରିଷଦ ଗୋଲାମ ମାଇଉଦ୍ଦିନ, ଯାହିଦ୍ ସାହା,ଯୁବନେତା ଇଲିୟ୍ୟାସ ଖାନ, ଏନାମୂଲ୍ ହକ୍‌, ସେକ୍ ହାସିନା,ଦୀନବନ୍ଧୁ ଦାସ, ଲୋକମାନ୍ ଖାନ, ଫେେଂଟା ଆଲାମ, ସୁରେଶ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.