ଭଦ୍ରକ, ୧୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ସୟା ପଂଚାୟତ ଅଧୀନ ବାଲିଚତୁରୀ ମୌଜାରେ କେନାଲ ଜବର ଦଖଲରେ ରହିଛି।ମାତ୍ର କାଡାନାଳ ନିର୍ମାଣ କାର୍ଯ୍ୟ ଚାଲିଛି । କେନାଲକୁ ଜବର ଦଖଲ ମୁକ୍ତ କରିବା ନେଇ ଚାଷୀ ସୋମବାର ବ୍ଲକ ପରିସରରେ ଅନୁଷ୍ଠିତ ଜନ ଅଭିଯୋଗ ଶିବିରରେ ଜବର ଦଖଲ ମୁକ୍ତକରିବା ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲା ପାଳ ଦିଲ୍ଲୀପ ରାଉତରାଏଙ୍କ ନିକଟରେ ଦାବି କରିଛନ୍ତି।ତେବେ ସେହି ମୌଜାରେ ଥିବା କେନାଲ ଓ ଶାଖା କେନାଲକୁ ଜବରଦଖଲ ମୁକ୍ତ କରା ନଯାଇ କାଡାନାଳ ନିର୍ମାଣ କରାଯିବା କେତେଦୂର ଯୁକ୍ତିସଙ୍ଗତ ସେନେଇ ମୌଜାର ଚାଷୀମାନେ ପ୍ରଶ୍ନ ଉଠାଇଛନ୍ତି । ଚାଷୀମାନେ ଅଭିଯୋଗରେ ଦର୍ଶାଇଛନ୍ତି ଯେ , ବାଲିଚତୁରୀ ମୌଜାର ଚାଷଜମିକୁ ଜଳସେଚିତ କରିବା ପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ଏବେ କାଡାନାଳ ନିର୍ମାଣ କାର୍ଯ୍ୟ ଚାଲିଛି । ତେବେ ମୌଜାରେ ଥିବା କେନାଲ ଓ ଶାଖା କେନାଲକୁ କେତେକ ବ୍ୟକ୍ତି ଅବରୋଧ କରିଛନ୍ତି । କେନାଲରୁ କାଡାନାଳ ମାଧ୍ୟମରେ ଜଳ ଯୋଗାଣ ହୋଇ ଚାଷଜମି ଜଳସେଚିତ ହେବ ।କେନାଲ ଅବରୋଧ ହୋଇଥିବା ସ୍ଥଳେ କାଡାନାଳରୁ ଚାଷୀମାନେ ଉପକାର ପାଇ ପାରିବେ ନାହିଁ । କିଛି ବର୍ଷ ପରେ କାଡାନାଳ ବି ନିଶ୍ଚିହ୍ନ ହୋଇଯିବ ଏବଂ ସରକାରଙ୍କ ଲକ୍ଷ୍ୟ ପୂରଣ ହୋଇପାରିବ ନାହିଁ । ଏପରିସ୍ଥଳେ ପ୍ରଥମେ କେନାଲକୁ ଅବରୋଧ ମୁକ୍ତ କରି ପରେ କାଡାନାଳ ନିର୍ମାଣ କରିବାକୁ ଉମାକାନ୍ତ ମଲିକ, ରାମଚନ୍ଦ୍ର ମଲିକ, ଝୁନିଲତା ମଲିକ, ମାନସ ମଲିକ, ବାସନ୍ତୀ ମଲିକ, ରବିନ୍ଦ୍ର ଦାସ, ଜଗବନ୍ଧୁ ଦାସ, ସୁରେନ୍ଦ୍ର ଦାସ, ଶକୁନ୍ତଳା ଦାସ ପ୍ରମୁଖ ଚାଷୀମାନେ ଦାବି ଜଣାଇଥିଲେ । ପରିସ୍ଥିତି ଅନୁଧ୍ୟାନ କରି ତୁରନ୍ତ ପଦକ୍ଷେପ ନେବାକୁ ଅତିରିକ୍ତ ତହସିଲଦାର ନମିତା ଧଳଙ୍କୁ ଜିଲ୍ଲାପାଳ ଶ୍ରୀ ରାଉତରାଏ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି ।
Home ଜିଲ୍ଲା ପରିକ୍ରମା କେନାଲରୁ ଜବରଦଖଲ ମୁକ୍ତ ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଚାଷୀ, କାଡାନାଳ ନିର୍ମାଣ ଚାଲିଛି,ଜବର ଦଖଲରେ କେନାଲ,...






