Home ଜିଲ୍ଲା ପରିକ୍ରମା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଶତାୟୁ କମ୍ୟୁନିଷ୍ଟ ନେତା ସୁଧାକାର ବାରିକ୍‌ଙ୍କ ସ୍ମୃତିସଭା ଅନୁଷ୍ଠିତ

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଶତାୟୁ କମ୍ୟୁନିଷ୍ଟ ନେତା ସୁଧାକାର ବାରିକ୍‌ଙ୍କ ସ୍ମୃତିସଭା ଅନୁଷ୍ଠିତ

7

ଭଦ୍ରକ, ୧୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଶତାୟୁ କମ୍ୟୁନିଷ୍ଟ ନେତା,ବିପ୍ଲବୀ ସାଗର ଭୂୟାଁ ଙ୍କ ସହଯୋଗୀ, ସ୍ୱାଧୀନ ଧୁଷୁରୀ ଭୂଖଣ୍ଡ ର ଅନ୍ୟତମ ଯୋଦ୍ଧା ସୁଧାକର ବାରିକ୍ ଙ୍କ ପ୍ରଥମ ମୃତ୍ୟୁ ବାର୍ଷିକ ଉପଲକ୍ଷେ ଏକ ସ୍ମୃତିଚାରଣ ସଭା ତାଙ୍କ ଦଇପୁର ଗ୍ରାମରେ ଅବସରପ୍ରାପ୍ତ ଅଧ୍ୟାପକ ରବିନ୍ଦ୍ର କୁମାର ବେହୁରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତି ଚାରଣ ସଭାରେ ଧାମନଗର ବ୍ଲକର ପୂର୍ବତନ ଅଧ୍ୟକ୍ଷ ଅଶୋକ ନାୟକ, ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ବରିଷ୍ଠ ଆଇନଜୀବୀ ଶଶିଭୂଷଣ ପଣ୍ଡା, ଓଡିଶା କୃଷକ ସଭା ଧାମନଗର ବ୍ଲକ ସଭାପତି ଯୁଧିଷ୍ଠିର ମହାପାତ୍ର, ସିପିଆଇ(ଏମ) ଧୁଷୁରୀ ଆଂଚଳିକ କମିଟି ସଂପାଦକ ରମେଶ ସାହୁ, ସିପିଆଇ(ଏମ) ନେତା ମାର୍କଣ୍ଡ ଜେନା, କଂଗ୍ରେସ ନେତା ରମେଶ ଚନ୍ଦ୍ର ବେହେରା, କୃଷକ ନେତା ସତ୍ୟମୂର୍ତି ବେହେରା, ସମାଜସେବୀ ବିଦ୍ୟାଧର ବାରିକ୍‌, ଶିକ୍ଷକ ନେତା ଚିତ୍ରଭାନୁ ଦାଶ, ଶିକ୍ଷାବିତ୍ କହ୍ନେଇ ଚରଣ ବିଳାସ, ଶିକ୍ଷାବିତ୍ ଅଭୟ କୁମାର ନାୟକ, ସମାଜସେବୀ ସୁଧାକର ଯେନା, ଅବସରପ୍ରାପ୍ତ କୃଷି ଅଧିକାରୀ ରାମ କୁମାର ରାୟ, ଶାଆଁଳପୁର ଗାନ୍ଧୀ ସ୍ମୃତି କମିଟି ସଂପାଦକ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ସମାଜସେବୀ ରଞ୍ଜନ ମହାନ୍ତି, ଯୁବ ସମାଜସେବୀ ମାନସ ରଞ୍ଜନ ସାହୁ,ସମାଜସେବୀ ଅନୀଲ କୁମାର ରାଉତ, ସମାଜସେବୀ ସୁନିଲ ବିହାରୀ ସାହୁ,ପାଳସାହି ଗ୍ରାମ ପଂଚାୟତର ପୂର୍ବତନ ସରପଂଚ ଅନୀଲ ଦାସ, ଯୁବନେତା କୈଳାସ ଚନ୍ଦ୍ର ବାରିକ୍‌, ଯୁବନେତା ପ୍ରଶାନ୍ତ ସାହୁ, ସମାଜସେବୀ ଧନେଶ୍ୱର ବେହେରା, ଅଧ୍ୟାପକ ନିକୁଞ୍ଜ କିଶୋର ଜେନା, ସମାଜସେବୀ ପ୍ରଭାକର ଦଳାଇ, ଅଧ୍ୟାପକ ତ୍ରିଲୋଚନ ଦାସ, ସମାଜସେବୀ ଅନନ୍ତ କିଶୋର ମହାନ୍ତି, ସମାଜସେବୀ କୁଳମଣି ବାରିକ୍ ପ୍ରମୁଖ ଯୋଗଦେଇ ସଂଗ୍ରାମୀ ସୁଧାକର ବାରିକଙ୍କ ସ୍ମୃତି ଚାରଣ କରିବା ସହ ଯୁକ୍ତରାଷ୍ଟ୍ର ଆମେରିକାର ସାମ୍ରାଜ୍ୟବାଦ, ଭାରତରେ ଚାଲିଥିବା କର୍ପୋରେଟ- ସାଂପ୍ରଦାୟିକ କୁଚକ୍ର ଓ ଓଡ଼ିଶାରେ ଚାଲିଥିବା ସାଂପ୍ରଦାୟିକ ଭିଡହତ୍ୟା ବିରୁଦ୍ଧରେ ସଂଗ୍ରାମ କରିବାକୁ ବକ୍ତା ମାନେ ଆହ୍ୱାନ ଜଣାଇଥିଲେ । ଏହି ସ୍ମୃତି ଚାରଣ ସଭାରେ ଧୁଷୁରୀ ଓ ଧାମନଗର ଅଂଚଳର ଶତାଧିକ ଶିକ୍ଷକ, କୃଷି ଶ୍ରମିକ, କୃଷକ, ଶ୍ରମିକ ଓ ଛାତ୍ର ଛାତ୍ରୀ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.