Home ଜିଲ୍ଲା ପରିକ୍ରମା ନେତାଜୀ ଯୁବକ ସଂଘର ଗଣଦୌଡ ଏବଂ ରକ୍ତଦାନ ଶିବିର

ନେତାଜୀ ଯୁବକ ସଂଘର ଗଣଦୌଡ ଏବଂ ରକ୍ତଦାନ ଶିବିର

10

ଭଦ୍ରକ, ୧୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମରା ନିକଟସ୍ଥ କରଞ୍ଜମାଳ ପଂଚାୟତରେ ଥିବ ନେତାଜୀ ଯୁବକ ସଂଘ ପକ୍ଷରୁ ନେତାଜୀ ଜୟନ୍ତୀ ଉପଲକ୍ଷେ ଏକ ଗଣଦୌଡର ଆୟୋଜନ ହୋଇଯାଇଛି। କରଞ୍ଜମାଳ ପଂଚାୟତର ପୂର୍ବତନ ସରପଂଚ କେଶବ ନାୟକ ପତାକା ଦେଖାଇ ଏହି ଗଣଦୌଡର ଶୁଭାରମ୍ଭ କରିଥିବା ବେଳେ ଏହି ଗଣଦୌଡରେ ଶତାଧିକ ଯୁବକ ମାନେ ଭାଗ ନେଇଥିଲେ। ଏହି ଗଣଦୌଡ କରଞ୍ଜମାଳ ପଂଚାୟତରୁ ଆରମ୍ଭ ହୋଇ କଇଥଖୋଲା ଠାରେ ଶେଷ ହୋଇଥିଲା। ପରେ ନେତାଜୀ କ୍ଲବ ପକ୍ଷରୁ ଏକ ରକ୍ତଦାନ ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିବା ବେଳେ ଏହାକୁ ଆନୁଷ୍ଠାନିକ ଭାବେ ସମାଜସେବୀ ଅରୁଣ ମହାନ୍ତି ଫିତାକାଟି ଉଦଘାଟନ କରିଥିଲେ। ଏହି ରକ୍ତଦାନ ଶିବିରେ ୭୦ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ଭଦ୍ରକ ବ୍ଲଡ ବ୍ୟାଙ୍କର ସମସ୍ତ କର୍ମଚାରୀ ଏହି ଶିବିରରେ ଉପସ୍ତିତ ରହି ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ରକ୍ତ ସଂଗ୍ରହ କରିଥିଲେ। ଆଜିର ଏହି ଗଣଦୌଡ ଏବଂ ରକ୍ତଦାନ ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ ଧାମରା ସମିତି ସଭ୍ୟ ପାପା ଜେନା, ସମାଜସେବୀ ପୂର୍ଣ ଚନ୍ଦ୍ର ମାଝୀ, ନରହରି ମଲିକ,ରୁଦ୍ର ମହାନ୍ତି, ନେତାଜୀ କ୍ଲବ ସଭାପତି ରମେଶ ଚନ୍ଦ୍ର ବାରିକ,ଜଗବନ୍ଧୁ ମାନ୍ନା, ତପନ ନାୟକ, ରଞନ ମାଇତି, ସପନ ପରିଡା, ସୁଶାନ୍ତ ମଲିକ, ସୁବାଶ ଦାସ, ଶତ୍ରୁଘ୍ନ ମାଝୀ,ସୁଶାନ୍ତ ମଣ୍ଡଳ, ଏବଂ ନେତାଜୀ କ୍ଲବର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ଏହି ସମସ୍ତ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.