Home ଜିଲ୍ଲା ପରିକ୍ରମା ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ବାର୍ଷିକ କ୍ର୍ରୀଡା ଉଦଯାପିତ

ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ବାର୍ଷିକ କ୍ର୍ରୀଡା ଉଦଯାପିତ

14

ଭଦ୍ରକ, ୧୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଚାନ୍ଦବାଲି ନିକଟସ୍ଥ କଇଥଖୋଲା ଠାରେ ଥିିବା ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ବାର୍ଷିକ କ୍ରୀଡା ଉଦଯାପିତ ହୋଇଯାଇଛି। ୩ଦିନ ବ୍ୟାପୀ ଚାଲିଥିବା ବାର୍ଷିକ କ୍ରୀଡା ଉତ୍ସବକୁ ପୂର୍ବତନ ସିଆରସିସି ଅନୁପ କୁମାର ଦାସ ପତାକା ଉତୋଳନ ପୂର୍ବକ ଉଦଘାଟନ କରିଥିଲେ। ବାର୍ଷିକ କ୍ରୀଡା ରେ ଶିକ୍ଷାକେନ୍ଦ୍ରରେ ୩ଶହରୁ ଅଧିକ ଛାତ୍ରଛାତ୍ରୀ ବିଭିନ୍ନ ପ୍ରକାର ଖେଳ କୁଦରେ ଅଂଶ ଗ୍ରହଣ କରିଥିବା ବେଳେ ଏହି ସମସ୍ତ ଖେଳକୁ ଶିକ୍ଷା କେନ୍ଦ୍ରର ପ୍ରଧାନ ଆଚାର୍ଯ୍ୟ ସାଧନ କୁମାର ଦାସ ଏବଂ ବିଶ୍ୱଜିତ ଜେନା ପରିଚାଳନା କରିଥିଲେ। ଉଦଯାପିତ ଉତ୍ସବରେ ଅନୁପ କୁମାର ଦାସ ଉପସ୍ଥିତ ରହି ସମସ୍ତ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବା ଅବସରରେ କ୍ରୀଡା ମଧ୍ୟ ଶିକ୍ଷା ଦାନର ଏକ ଅଂଶ ଏହି କ୍ରୀଡା ନିପୁଣ ରହିବାକୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଉପଦେଶ ପ୍ରଦାନ କରିବା ସହ କ୍ରୀଡା ପତାକାକୁ ଅବତରଣ କରିଥିଲେ। ହୋଇଥିବା ବାର୍ଷିକ କ୍ରୀଡା ଉତ୍ସବରେ ଉମେଶ ଚନ୍ଦ୍ର ସେଠୀ, ରଞ୍ଜିତା ବେହେରା, ସଞ୍ଜୁଲତା ମାହୁନ୍ତ, ଅଜ୍ଞନା ବେହେରା, ଅନିତା ଦାସ, ତନ୍ମୟୀ ଭଳ, ମିଲି ମଣ୍ଡଳ, ମାନସୀ ମଣ୍ଡଳ, ପ୍ରିୟଙ୍କା ବେରା, ପୁଷ୍ପଲତା ବେହେରା, ସସ୍ମିତା ପାଲ, ସୁଦେଷ୍ନା ମାଇତି, ସିଲ୍ଲାରାଣୀ ମାଇତି, ଶ୍ରାବଣୀ ଶ୍ରୀ ପରିଡା, ସଞ୍ଜୁଲତା ମାଇତି ପ୍ରମୁଖ ଉପସ୍ଥିତ ରହିବା ସହ କ୍ରୀଡା ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.