Home ଜିଲ୍ଲା ପରିକ୍ରମା ପଦ୍ମାବତୀ ନାୟକଙ୍କ ୨ୟ ଓ ଉଦୟକର ନାୟକଙ୍କ ୯ମ ଶ୍ରାଦ୍ଧବାର୍ଷିକ ପାଳିତ

ପଦ୍ମାବତୀ ନାୟକଙ୍କ ୨ୟ ଓ ଉଦୟକର ନାୟକଙ୍କ ୯ମ ଶ୍ରାଦ୍ଧବାର୍ଷିକ ପାଳିତ

8

ଭଦ୍ରକ, ୧୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଦୋଳସାହି ଅନ୍ତର୍ଗତ ହଳଧରବିନ୍ଧା ଗ୍ରାମରେ “ଆଦର୍ଶ ଶିକ୍ଷକ ଉଦୟକର ନାୟକ ସ୍ମୃତି ସଂସଦ” ପକ୍ଷରୁ ଆୟୋଜିତ ସ୍ୱର୍ଗତ ପଦ୍ମାବତୀ ନାୟକଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଏବଂ ସ୍ୱର୍ଗତ ଉଦୟ କର ନାୟକଙ୍କ ନବମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି। ଏହି ସ୍ମୃତି ସଭାରେ ଯୋଗଦେଇ ତାଙ୍କ ମୂଲ୍ୟବାନ ଆଦର୍ଶ, ସେବାଭାବ ଓ ସରଳ ଜୀବନ ଶୈଳୀକୁ ସ୍ମରଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ। ଏବଂ ତାଙ୍କ ଛାଡ଼ି ଯାଇଥିବା ସଂସ୍କାର, ଶିକ୍ଷା ଓ ଆଦର୍ଶ ସଦା ଆମ ପାଇଁ ପଥ ପ୍ରଦର୍ଶକ ହୋଇ ରହିବ ବୋଲି କହିଥିଲେ। ଏହି ସ୍ମୃତିଚାରଣ ସଭାରେ ଆଦର୍ଶ ଶିକ୍ଷକ ଉଦୟକର ନାୟକ ସ୍ମୃତି ସଂସଦର ସଭାପତି ନାରାୟଣ ଚନ୍ଦ୍ର ଭଞ୍ଜ, ମାନ୍ୟଗଣ୍ୟ ବୁଦ୍ଧିଜୀବୀ ଓ ବହୁ ସମାଜସେବୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.