Home ଜିଲ୍ଲା ପରିକ୍ରମା ଯାତ୍ରା ଜଗତର ହାସ୍ୟ ଅଭିନେତା ଗୁରୁ ପୃଷ୍ଟି ମୃତ୍ୟୁକୁ ନେଇ ମଉସାଙ୍କ ହତ୍ୟା ଅଭିଯୋଗ ଦାଏର

ଯାତ୍ରା ଜଗତର ହାସ୍ୟ ଅଭିନେତା ଗୁରୁ ପୃଷ୍ଟି ମୃତ୍ୟୁକୁ ନେଇ ମଉସାଙ୍କ ହତ୍ୟା ଅଭିଯୋଗ ଦାଏର

6
???????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଯାତ୍ରା ଜଗତର ର ଯୁବ ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ଗାଡି ଧକ୍କାରେ ମୃତ୍ୟୁ ପରେ ଏବେ ଭିନ୍ନ ଭିନ୍ନଭିନ୍ନ ମତ ପ୍ରକାଶ ପରେ ଘଟଣା ଭିନ୍ନ ମୋଡ଼ ନେଇଛି। ଗୁରୁଙ୍କ ମଉସା ନରେନ୍ଦ୍ର ମିଶ୍ର ଧାମନଗର ଥାନାରେ ଶୁକ୍ରବାର ଦିନ ପହଂଚି ମୋବାଇଲ ଗ୍ରହଣ କରିବା ସହ ଲିଖିତ ଭାବରେ ହତ୍ୟା ଅଭିଯୋଗ କରିଛନ୍ତି। ମଉସାଙ୍କ ଅଭିଯୋଗ ଆଧାରା ରେ ୭ ତାରିଖ ମୃତ୍ୟୁର କିଛି ସମୟ ପୂର୍ବରୁ ଅନ୍ୟ ଏକ ଯାତ୍ରା ପାର୍ଟି ‘ସ୍ୱପ୍ନ ମହଲ’ର ଜଣେ ଅଭିନେତ୍ରୀଙ୍କ ସହ ଗୁରୁ ପୃଷ୍ଟିଙ୍କ ତୀବ୍ର ବିବାଦ ହୋଇଥିଲା। ସେହି ଯୁକ୍ତି ତର୍କର ଭିଡିଓ ସାମାଜିକ ମାଧ୍ୟମରେ ଭାଇରାଲ ହୋଇଥିଲା। ମଉସାଙ୍କ କହିବା ଅନୁଯାୟୀ ବିବାଦ ସମୟରେ ସେହି ଅଭିନେତ୍ରୀ ଗୁରୁ ପୃଷ୍ଟି କୁ ଦେଖି ନେବି ବୋଲି ଧମକ ଦେଇଥିଲା। ତାହାର ୨ ଘଟା ପରେ ଗୁରୁଙ୍କ ଅକସ୍ମାତ ମୃତ୍ୟୁ ଘଟିବା ପରିବାରର ସନ୍ଦେହକୁ ଆହୁରି ଗଭୀର କରିଛି। ଅଭିନେତ୍ରୀ ଗୁରୁଙ୍କୁ ଡକାଇ ଷଡ଼ଯନ୍ତ୍ର ପୂର୍ବକ ହତ୍ୟା କରିଛନ୍ତି। ଏହି ମୃତ୍ୟୁକୁ ନେଇ ସଂପୂର୍ଣ୍ଣ ତଦନ୍ତ କରି ନ୍ୟାୟ ଦେବା ପାଇଁ ସେ ଥାନାଧିକାରୀଙ୍କୁ ଅନୁରୋଧ କରିଛନ୍ତି।ତେବେ ଏହି ଘଟଣା କୁ ନେଇ ପୁଣି ଘଟଣା ଏବେ ଭିନ୍ନ ମୋଡ ନେଉଛି।ଗୁରୁଙ୍କ ମଉସା ଏକ ଲିଖିତ ଅଭିଯୋଗ କରିଛନ୍ତି ଅଧିକାରୀ ଙ୍କ ସହ ଆଲୋଚନା ପରେ ଘଟଣା ର ତଦନ୍ତ କରାଯିବବୋଲି ଧାମନଗର ଥାନା ର ଏଏସ ଆଇ ନରେନ୍ଦ୍ର ରାଉତ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.