Home ଜିଲ୍ଲା ପରିକ୍ରମା ଚତୁର୍ଦ୍ଦଶ ଭଦ୍ରକ ଜିଲ୍ଲା ମହୋତ୍ସବର ଦଶମ ସନ୍ଧ୍ୟା, ଓଡ଼ିଆ ନାଟ୍ୟ ଜଗତକୁ ଭଦ୍ରକର ଦାନ ଅବିସ୍ମରଣୀୟ...

ଚତୁର୍ଦ୍ଦଶ ଭଦ୍ରକ ଜିଲ୍ଲା ମହୋତ୍ସବର ଦଶମ ସନ୍ଧ୍ୟା, ଓଡ଼ିଆ ନାଟ୍ୟ ଜଗତକୁ ଭଦ୍ରକର ଦାନ ଅବିସ୍ମରଣୀୟ – ଗୋଲକ ମହାପାତ୍ର

3

ଭଦ୍ରକ, ୧୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମାଆ ଭଦ୍ରକାଳୀଙ୍କ ନାମ ଅନୁସାରେ ଭଦ୍ରକ ନାମ କରଣ କରାଯାଇଛି। ଓଡ଼ିଶା ଇତିହାସରେ ଭଦ୍ରକର ସ୍ଥାନ ସ୍ୱତନ୍ତ୍ର। ଓଡ଼ିଶାର ଶେଷ ରାଜା ମୁକୁନ୍ଦଦେବଙ୍କ କ୍ଷେତ୍ର ଥିଲା ଏହି ଭଦ୍ରକ। ବିଶ୍ୱ ଠାକୁର ବାବା ଆଖଣ୍ଡଳ ମଣିଙ୍କ କ୍ଷେତ୍ର ହେଉଛି ଏହି ଭଦ୍ରକ। ଏଠାକାର ଲୋକ ଜୀବନ, ଲୋକ ସାହିତ୍ୟକୁ ଅନୁକରଣ କରିଆସିଛି ସମଗ୍ର ଓଡ଼ିଶା। ଏହି ମାଟିର ବରପୁତ୍ର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ବନ୍ଦେ ଉତ୍କଳଜନନୀ ଆଜି ରାଜ୍ୟ ସଙ୍ଗୀତର ମାନ୍ୟତା ପାଇଛି। ଏହିଠାରେ ଜନ୍ମ ନେଇଛନ୍ତି ଭାରତ ତଥା ବିଶ୍ୱ ପ୍ରସିଦ୍ଧ ସାହିତ୍ୟିକ ଓ ନାଟ୍ୟକାର। ଆଜି ଯେଉଁ ମହୋତ୍ସବକୁ ମୁଁ ମୁଖ୍ୟ ଅତିଥି ଭାବେ ଯୋଗଦେଇଛି ତାର ପ୍ରତିଷ୍ଠାତା ହେଉଛନ୍ତି ସ୍ୱର୍ଗତଃ କବି ବିଷ୍ଣୁ ସେଠୀ । ତାଙ୍କୁ ଏ ଜାତି କେବେ ବି ଭୁଲି ପାରିବ ନାହିଁ ନାହିଁ ବୋଲି ଭଦ୍ରକ ଜିଲ୍ଲା ମହୋତ୍ସବର ଦଶମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତୀୟ ଜନତା ପାର୍ଟିର ରାଜ୍ୟ ଉପ ସଭାପତି ଗୋଲକ ମହାପାତ୍ର କହିଛନ୍ତି। ବିଶିଷ୍ଟ ନାଟ୍ୟକାର ତଥା ସମାଜସେବୀ ଡକ୍ଟର ସୁଧାଂଶୁ ନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କହିଥିଲେ ଭଦ୍ରକର କିମ୍ବଦନ୍ତୀ , ଇତିହାସ, ଲୋକ ଜୀବନ, ଲୋକ ସାହିତ୍ୟ, ସଂସ୍କୃତି ଓ ପରମ୍ପରା ଏବଂ ନାଟ୍ୟକାରଙ୍କ ନାଟ୍ୟ ରଚନା ସ୍ୱତନ୍ତ୍ର। ଏ ଜାତି କେବେ ବି ଭୁଲି ପାରିବ ନାହିଁ ବଂଶୀବଲ୍ଲଭ ଗୋସ୍ୱାମୀ, କୃଷ୍ଣ ପ୍ରସାଦ ବେହେରା, ଉମାକାନ୍ତ ବେହେରା , ସୁଧାକର ନନ୍ଦ, ନାଟ୍ୟାଚାର‌୍ୟ୍‌ଯ ରଘୁନାଥ ପଣ୍ଡାଙ୍କ ଭଳି ପ୍ରଥିତଜଶାମାନଙ୍କୁ। ଦୀର୍ଘ ଚଉଦ ବର୍ଷ ଧରି ପାଳିତ ହେଉଥିବା ଭଦ୍ରକ ଜିଲ୍ଲା ମହୋତ୍ସବର ଦଶମ ସନ୍ଧ୍ୟାରେ ବରେଣ୍ୟ ଅତିଥି ଭାବେ ଯୋଗ ଦେଇ ଡେପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଳ, ଭଦ୍ରକ ତହସିଲଦାର ପ୍ରିୟଦର୍ଶୀ ସଂଗ୍ରାମ କେଶରୀଖୁଂଟିଆ , ବିଶିଷ୍ଟ ଗାଳ୍ପିକ ପବିତ୍ର ପାଣିଗ୍ରାହୀ , କବୟିତ୍ରୀ ଶ୍ରଦ୍ଧାଞ୍ଜଳି ରାୟ,ରୋଟାରିଆନ ତଥା ଇଞ୍ଜିନିଅର ଡ଼. ଅମ୍ବିକା ବଲ୍ଲଭ ସ୍ୱାଇଁ,ସମାଜସେବୀ ନଳିନୀ ମହାନ୍ତି କହିଥିଲେ ଓଡ଼ିଶା ଇତିହାସରେ ଭଦ୍ରକର ସ୍ଥାନ ସ୍ୱତନ୍ତ୍ର। ଭଦ୍ରକ ମାଟିରେ ବହୁ ଯୁଗ ଜନ୍ମା ସାହିତ୍ୟିକ, ନାଟ୍ୟକାର, କଳାକାର ଜନ ନେଇଛନ୍ତି ଯାହା ଅନ୍ୟ କେଉଁଠି ଦେଖିବାକୁ ମିଳେ ନାହିଁ। ଭଦ୍ରକ ଭଳି ଐତିହ୍ୟ ସମ୍ପନ୍ନ କ୍ଷେତ୍ରରେ ଜନ୍ମ ଗ୍ରହଣ କରି ଆମେ ନିଜକୁ ଧନ୍ୟ ମନେ କରୁଛୁ। ଏହି ଅବସରରେ ଯାତ୍ରା ଜଗତର ପ୍ରଖ୍ୟାତ ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ଉପସ୍ଥିତି ଦର୍ଶକମାନଙ୍କ ମନ ମୋହିଥିଲା । ” ଶ୍ରୀନିବାସ ମଂଚ”ର ” ଓଡ଼ିଆ ନାଟ୍ୟ ଜଗତକୁ ଭଦ୍ରକର ଦାନ “ଶୀର୍ଷକ ଆଲୋଚନା ଚକ୍ର ପ୍ରାରମ୍ଭରେ କବି ନିର୍ମଳ ବେହୁରିଆ ବିଷୟବସ୍ତୁ ଉପରେ ଏକ ମନଛୁଆଁ କବିତା ପାଠ କରିଥିଲେ।ସଭାପତି ପଣ୍ଡିତ ଦୈତ୍ୟାରି ମହାପାତ୍ର ସଭାପତିତ୍ୱ କରିଥିବାବେଳେ କାର୍ଯକାରୀ ସଭାପତି ଦୁର୍ଗା ଶଙ୍କର ବିଶ୍ୱାଳ ସ୍ୱାଗତ ଭାଷଣ ରଖିଥିଲେ। ସମ୍ପାଦକ ସତ୍ୟଭୂଷଣ ସ୍ୱାମୀ ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ। ଲକ୍ଷ୍ମୀଧର ଦାସ ବେଦ ପାଠ କରିଥିଲେ। ଏହି ଅବସରରେ ଅତିଥି ମାନଙ୍କୁ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ପରେ ଅତିଥି ମାନଙ୍କ ଦ୍ୱାରା ମଦିରା ନୃତ୍ୟ ଏକାଡେମୀର କୁନି କୁନି ପିଲାମାନଙ୍କୁ ପ୍ରମାଣପତ୍ର ସହ ସମ୍ମାନିତ କରାଯାଇଥିଲା। ସଭାରମ୍ଭରେ କୁନି କୁନି କଳିକା ସ୍ୱାଗତ ନୃତ୍ୟ ଦଶାବତାର ପରିବେଷଣ କରିଥିଲେ। ରଶ୍ମିତା ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆଦର୍ଶ ଶିକ୍ଷକ ଅରୁଣ କୁମାର ମଲ୍ଲିକ ଦେଶାତ୍ମକ ବନ୍ଦନା ଗାନ କରିଥିଲେ ଏବଂ ଶେଷରେ ଆଶିଷ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଆଜିର ସନ୍ଧ୍ୟାରେ ମଦିରା ନୃତ୍ୟ ଏକାଡେମୀର କଳାକାରଙ୍କ ନୃତ୍ୟ ପରିବେଷଣ ଓ ଓଡ଼ିଶା ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ରାବଣଛାୟା ନୃତ୍ୟ ବେଶ୍ ଚିତାକର୍ଷକ ଥିଲା। ଗୀତ ସଙ୍ଗୀତର ନିର୍ଦ୍ଦେଶକ କୁମାର ଗୌତମ ଓ ସାଥୀଙ୍କ ସଙ୍ଗୀତ ନୃତ୍ୟରେ ଦର୍ଶକମାନେ ବିମୋହିତ ହୋଇଥିଲେ। କମିଟିର ଉପ ସଭାପତି ପ୍ରମୋଦ ରାୟ,ଆବାହକ ଶଶି ଭୂଷଣ ସ୍ୱାମୀ, ସଂଗଠନ ସମ୍ପାଦକ ରମେଶ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ସଂଯୋଜକ ରାଜଲକ୍ଷ୍ମୀ ମହାପାତ୍ର, ଉପ ସଭାନେତ୍ରୀ କଳ୍ପନା ଜେନା, ଯୁଗ୍ମ ସମ୍ପାଦକ ଅରୁଣ କୁମାର ମଲ୍ଲିକ,ପ୍ରଶାନ୍ତ କୁମାର ତ୍ରିପାଠୀ, ମନସ୍ମିତା ଦାସ, ଶଶିକଳା ମିଶ୍ର , ଦୀପାଲୀ ନାୟକ, ସୁମିତ୍ରା ପାଣି , ଗୋସ୍ୱାମୀ ଅରୂପାନନ୍ଦ ଦାସ, ସୁନିଲ ଦତ ପ୍ରମୁଖଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବ ପ୍ରତ୍ୟେହ ସନ୍ଧ୍ୟାରେ ସାଧାରଣ ସଭା, ଆଲୋଚନାଚକ୍ର, ସମ୍ବର୍ଦ୍ଧନା ସମାରୋହ, ଆଧ୍ୟାତ୍ମିକ କାର୍ଯ୍ୟକ୍ରମ, କବିତା ପାଠୋତ୍ସବ, ନୃତ୍ୟ, ସଙ୍ଗୀତ, ନାଟକ ଭିତିକ ସାଂସ୍କୃତିକ ବିଚିତ୍ରା,ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓଡ଼ିଶା ଓ ଜିଲ୍ଲା ପ୍ରଶାସନ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଲୋକ କଳା, ଲୋକ ନୃତ୍ୟ, ଚଳଚ୍ଚିତ୍ର ଅଭିନେତା, ଅଭିନେତ୍ରୀ , ମଂଚ କଳାକାର, ହାସ୍ୟ ଅଭିନେତା, ଅଭିନେତ୍ରୀ, ଯାତ୍ରା କଳାକାର, ବିଶିଷ୍ଟ ସଙ୍ଗୀତଜ୍ଞଙ୍କ ସମାରୋହରେ ୧୨ତାରିଖ ଦିନ ଉଦଯାପିତ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.