Home ଜିଲ୍ଲା ପରିକ୍ରମା ଇନ୍‌ଟାକ୍ ଭଦ୍ରକ ଶାଖାର ଜରୁରୀ ସାଧାରଣ ଅଧିବେଶନ

ଇନ୍‌ଟାକ୍ ଭଦ୍ରକ ଶାଖାର ଜରୁରୀ ସାଧାରଣ ଅଧିବେଶନ

36

ଭଦ୍ରକ, ୩୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଇନ୍‌ଟାକ୍ ଶାଖାର ଜରୁରୀ ସାଧାରଣ ଅଧିବେଶନ ଭଦ୍ରକ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସମାବେଶ କେନ୍ଦ୍ର ‘ନିତ୍ୟାନନ୍ଦ ଭବନ’ କୁଆଁସ ଠାରେ କନ୍‌ଭେନ୍‌ର ଦିଗମ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସହ କନ୍‌ଭେନର ଏସ୍‌.ଏମ୍‌.ଫାରୁକ, ଯୁଗ୍ମ ସହ କନ୍‌ଭେନର ପ୍ରଭାକର ମଲ୍ଲିକ ମଞ୍ଚାସୀନ ଥିଲେ । ଇନ୍‌ଟାକ୍ ଭଦ୍ରକ ଶାଖାର କନ୍‌ଭେନର, ଯୁଗ୍ମ ସହ କନ୍‌ଭେନ୍‌ର ପଦବୀରୁ ଅବ୍ୟାହତି ପାଇଁ ଇସ୍ତଫା ପତ୍ର ପ୍ରଦାନ କରିଥିଲେ, ଶାଖାର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ କନ୍‌ଭେନର, ସହ କନ୍‌ଭେନର, ଯୁଗ୍ମ ସହ କନ୍‌ଭେନର ଓ କୋଷାଧ୍ୟକ୍ଷଙ୍କ ପରିଚାଳନାରେ ଶାଖାର ବିଶେଷ ଦକ୍ଷତାଥିବା ସଦସ୍ୟଙ୍କ ସହଯୋଗରେ ଜିଲ୍ଲାରେ ବହୁବିଧ ଉନ୍ନୟନ ଓ କଲ୍ୟାଣମୂଳକ କାର୍ଯ୍ୟମାନ ସଂପାଦିତ ହୋଇଥିବାରୁ ନୂତନ କର୍ମକର୍ତ୍ତା ଭାବେ ନିର୍ବାଚନରେ ସଦସ୍ୟ ସଦସ୍ୟା ଅଂଶ ଗ୍ରହଣରୁ ବିରତ ରହିଥିଲେ । ସାଧାରଣ ଅଧିବେଶନରେ ଉପସ୍ଥିତ ସଦସ୍ୟ ସଦସ୍ୟାଙ୍କ ମଧ୍ୟରେ ପ୍ରାଞ୍ଜଳ ଭାବରେ ଆଲୋଚନା କରାଯାଇ ପୁନଶ୍ଚ କନ୍‌ଭେନର ଭାବେ ଦିଗମ୍ବର ମହାନ୍ତି, ସହ କନ୍‌ଭେନ୍‌ର ଭାବେ ଏସ୍‌.ଏମ୍‌.ଫାରୁକ, ଯୁଗ୍ମ ସହ କନ୍‌ଭେନର ଭାବେ ପ୍ରଭାକର ମଲ୍ଲିକ, କୋଷାଧ୍ୟକ୍ଷ ଭାବେ ଚିତ୍ତରଞ୍ଜନ ବରାଳ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ସର୍ବ ସମ୍ମତିକ୍ରମେ କର୍ମକର୍ତ୍ତାମାନେ ଅଦ୍ୟ ଦିବସ ଠାରୁ ସେମାନଙ୍କର ଦାୟିତ୍ୱ ହସ୍ତାନ୍ତର ନକରି କାର୍ଯ୍ୟ ସଂପାଦନ ପାଇଁ ସାଧାରଣ ଅଧିବେଶନରେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହେଲା । ଏ ସଂକ୍ରାନ୍ତୀୟ ପ୍ରସ୍ତାବ ଇନ୍‌ଟାକ୍ ଓଡ଼ିଶା ରାଜ୍ୟ ଶାଖାର କନ୍‌ଭେନର, ଇନ୍‌ଟାକ୍ ଦିଲ୍ଲୀର ଚେୟାରମ୍ୟାନ୍‌ଙ୍କୁ ଗୃହୀତ ପ୍ରସ୍ତାବର ନକଲ ପ୍ରେରଣ କରାଯିବା ପାଇଁ ନିଷ୍ପତ୍ତି ହେଲା । ଇନ୍‌ଟାକ୍ ଦିଲ୍ଲୀ ଅଫିସ୍‌ର ଚେୟାରମ୍ୟାନ୍ ଓ ଓଡ଼ିଶା ରାଜ୍ୟ ଶାଖାର କନ୍‌ଭେନର ପରବର୍ତ୍ତୀ କୌଣସି ପଦକ୍ଷେପ ନନେଇ କନ୍‌ଭେନର ଦିଗମ୍ବର ମହାନ୍ତି ପ୍ରେରଣ କରିଥିବା ଇସ୍ତଫାପତ୍ରକୁ ନାମଞ୍ଜୁର କରିବା ପାଇଁ ଅନୁରୋଧ କରାଗଲା । ଇନ୍‌ଟାକ୍ ଶାଖାର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଭଦ୍ରକ ଜିଲ୍ଲା ଓ ପଡ଼ୋଶୀ ଜିଲ୍ଲାମାନଙ୍କର ଐତିହ୍ୟ, ସଂସ୍କୃତି, କଳା, ସ୍ଥାପତ୍ୟ ଓ ପରିବେଶ ସଂପର୍କୀୟ କାର୍ଯ୍ୟ ସଂପାଦନର ପ୍ରମୁଖ ଭୂମିକା ଗ୍ରହଣ କରିବାର ଆଶା ପୋଷଣ କରାଗଲା । ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ଅଜିତ୍ କୁମାର ଦାସ, ଅଜିତ୍ କୁମାର ନାୟକ, ଅନାଦି ଚରଣ ଦାସ, କରୁଣାକର ଉପାଧ୍ୟାୟ, ମଦନ ମୋହନ ନାୟକ, ଡ଼ଃ ଗୋଲକ ବିହାରୀ ସାହୁ, ଡ଼ଃ. ଭାଗବତ ତ୍ରିପାଠୀ, ଡ଼ଃ ରାଧାରାଣୀ ମହାପାତ୍ର, ହରମୋହନ କୁଅଁର, କୈଳାଶ ଚନ୍ଦ୍ର ପଣ୍ଡା, ପ୍ର. କମଳାକାନ୍ତ ସ୍ୱାଇଁ, ରତିକାନ୍ତ ମହାନ୍ତି, ସୁବାସ ଚନ୍ଦ୍ର ଦାଶ, ରମାକାନ୍ତ ନାୟକ, ଶାନ୍ତନୁ କୁମାର ରାଉତ, ସୁଧାକର ରାଉତ, ଆଦିତ୍ୟ କୁମାର ଗୋସ୍ୱାମୀ, ଆଦିତ୍ୟ କୁମାର ନାୟକ, ମୁକ୍ତିକାନ୍ତ ମହାପାତ୍ର, ମନୱାର ହୋସେନ୍ ଖାଁ, ସେକ୍ ନାସିର ବକ୍ସ, ଏସ୍‌.ଏମ୍‌.ଫାରୁକ, ପ୍ରଭାକର ମଲ୍ଲିକ, ଚନ୍ଦ୍ରମୋହନ ମହାନ୍ତି, ବାଦଲ କିଶୋର ମହାପାତ୍ର, ବିବେକାନନ୍ଦ ମୁଖାର୍ଜୀ, ପ୍ରିୟଙ୍କା ପ୍ରିୟଦର୍ଶିନୀ ପାଣିଗ୍ରାହୀ, ଭାରତୀ ବାଇ, ବାବୁଲାଲ୍ ଦାସ, କାର୍ତ୍ତିକ ଚନ୍ଦ୍ର ଖୁଣ୍ଟିଆ । ଶାଖାର ଦିବଂଗତ ସଦସ୍ୟ ରଘୁନାଥ ମିଶ୍ରଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇ ତାଙ୍କର ସ୍ମୃତି ଚାରଣ କରାଯାଇଥିଲା । ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର କାର୍ଯ୍ୟକାରୀ ସଭାପତି ଉଦୟନାଥ ମହାନ୍ତି ଉପସ୍ଥିତ ଥିଲେ । ମୁକ୍ତିକାନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କଲାପରେ ସଭାପତିଙ୍କ ଦ୍ୱାରା ସଭାସାଙ୍ଗ ଘୋଷିତ ହେଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.