Home ଜିଲ୍ଲା ପରିକ୍ରମା ୫୪ ତମ ଜାତୀୟ ସ୍ତରୀୟ ବରିଷ୍ଠ ମହିଳା ହ୍ୟାଣ୍ଡବଲ ପ୍ରତିଯୋଗିତା ନିମନ୍ତେ ଭଦ୍ରକ ଜିଲ୍ଲାରୁ ଦିପ୍ତିମୟୀ...

୫୪ ତମ ଜାତୀୟ ସ୍ତରୀୟ ବରିଷ୍ଠ ମହିଳା ହ୍ୟାଣ୍ଡବଲ ପ୍ରତିଯୋଗିତା ନିମନ୍ତେ ଭଦ୍ରକ ଜିଲ୍ଲାରୁ ଦିପ୍ତିମୟୀ ମନୋନୀତ

10

ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗୁଜୁରାଟ ର ଭୁଜ୍ ଠାରେ ଆରମ୍ଭ ହେବାକୁ ଯାଉଥିବା ୫୪ ତମ ଜାତୀୟ ବରିଷ୍ଠ ହ୍ୟାଣ୍ଡବଲ୍ ପ୍ରତିଯୋଗିତା ଟି ୨୮ ଜୁନ୍ ରେ ଆରମ୍ଭ ହୋଇ ୩ ଜୁଲାଇ ୨୦୨୫ ରେ ସମାପ୍ତ ହେବ ।ଏହି ପ୍ରତିଯୋଗିତା ନିମନ୍ତେ ଓଡିଶା ତାର ୧୬ ଜଣିଆ ମହିଳା ଖେଳାଳୀ ଙ୍କ ନାମ ଘୋଷଣା କରିଛି .ଏହି ମହିଳା ଦଳରେ ଭଦ୍ରକ ସ୍ପୋର୍ଟସ ଏକାଡେମୀ ରୁ ଦିପ୍ତିମୟୀ ଦାସ୍ ସ୍ଥାନ ପାଇଛନ୍ତି । ଦିପ୍ତିମୟୀ ଏସ ବି ଡି ଇଂଟରନେସନାଲ୍ ସ୍କୁଲ ରେ ଏହି ବର୍ଷର +୨ କଳାର ଦ୍ୱିତୀୟ ବର୍ଷ ରେ ଉତୀର୍ଣ ହୋଇଛନ୍ତି । ସେ ଚାନ୍ଦବାଲି ବ୍ଲକ ନାଲଗୋଣ୍ଡା ଛାତ୍ରପଦା ଗ୍ରାମର ଦୟାନିଧି ଦାସଙ୍କ କନ୍ୟା । ତାଙ୍କର ଏହି ସଫଳତା ନିମନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀ ,ଏସବିଡି ଇଂଟରନେସନାଲ ସ୍କୁଲ ର ଅଧ୍ୟକ୍ଷ, ଚେୟାରମେନ୍ ପ୍ରମୁଖ ଶୁଭେଚ୍ଛା ଜଣାଇବା ସହିତ ସ୍କୁଲ ର ଶାରୀରିକ କ୍ରିଡା ଶିକ୍ଷକ ମନୋଜ କୁମାର ସାହୁ, ସଂଗ୍ରାମୀ ଦେବୀଦଉ ନାୟକ , ସ୍ୱୟମ୍ଭୁ ପ୍ରସାଦ ଦାଶ ଓ ତପନ କୁମାର ମିଶ୍ର.ପ୍ରମୁଖ ଶୁଭେଚ୍ଛା ଜଣାଇବା ସହିତ ସେ କିପରି ଜାତୀୟ ସ୍ତରରେ ଭଲ ଖେଳ ପ୍ରଦର୍ଶନ କରନ୍ତୁ ତାଙ୍କର ଶୁଭକାମନା ମନାସିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.